ଏସଏଚଜି ମହିଳା ମାନଙ୍କୁ ଅଣଦେଖା ଅଭିଯୋଗ କରି ଏନଏସି ଅଫିସ ମୁଖ୍ୟ ଗେଟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ

Jul 23, 2023 - 11:22
 0  37
ଏସଏଚଜି ମହିଳା ମାନଙ୍କୁ ଅଣଦେଖା ଅଭିଯୋଗ କରି ଏନଏସି ଅଫିସ ମୁଖ୍ୟ ଗେଟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ

ନୂଆପଡା :(କୋରାପୁଟ ପ୍ରଥମ ଖବର) ନୂଆପଡା ଏନଏସିରେ ଏସଏଚଜି କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି l ଏନେଇ ଏସଏଚଜି ସଦସ୍ୟାମାନେ ଏନଏସି ଅଫିସ ମୁଖ୍ୟ ଗେଟରେ ଦୁଇ ଘଣ୍ଟା ଧରି ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l ଗଡ଼ତୋର (ନୁଁଆଡ଼ିହି)ରେ ଥିବା ଡ଼ମ୍ପିୟାର୍ଡ଼ରେ ୱାର୍ଡ ନo.-3ର ସିଦ୍ଧି ବିନାୟକ ଏସଏଚଜି ସଦସ୍ୟା ମାନେ କାମ କରୁଥିଲେ l ଏଥିପାଇଁ ମାସିକ 50ହଜାର ଟଙ୍କା ପାଉଛନ୍ତି l ଏଥିରେ ପୂର୍ବରୁ 10 ଜଣ ସଭ୍ୟ ରହିଥିବାବେଳେ କିଛିଦିନ ତଳେ 3 ଜଣ ମହିଳା ବାହାରି ଯିବାରୁ ଏବେ 7 ଜଣ ସଦସ୍ୟା ରହିଛନ୍ତି l ଫଳରେ ସଦସ୍ୟାମାନେ ଟଙ୍କା ଉଠାଣ ଓ ଅନ୍ୟା କାମରେ ଅସୁବିଧା ଭୋଗୁଛନ୍ତି ଏବେ ଏସଏଚଜିରେ 3 ଜଣ ନୂତନ ମହିଳାଙ୍କୁ ସାମିଲ କରିବା ପାଇଁ ରେଜୁଲେସନକରୀ ଏନଏସିକୁ ଦଇଛନ୍ତି ହେଲେ ଏନଏସି କର୍ତ୍ତୃପକ୍ଷ ଅଣଦେଖା କରୁଥିବା ଅଭିଯୋଗ କରି ସିଦ୍ଧି ବିନାୟକ ଏସଏଚଜି ସଭାନେତ୍ରୀ ରୋଶନୀ ସହିସ, ସମ୍ପାଦିକା ସୀମା ସହିସ, ମେଘା କୁମାରୀ, ଯଶୋବନ୍ତି ସହିସ ଭୂମିକା ସହିସ, ଇନ୍ଦ୍ରl ବାଇ, ବବିତା ସହିସ, ରେଣୁକା ସହିସ, ସୁନିତା ସହିସ, ସରୋଜିନୀ ଦୀପ, ସରିତା ସହିସ ପ୍ରମୁଖ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର, କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ