ଏବର୍ଷ ମକର ପଡ଼ିବ ଫିକା , ଧାନ ବିକି ନପାରି ଚାଷୀ ହତାଶ

Jan 14, 2025 - 16:09
 0  20
ଏବର୍ଷ ମକର ପଡ଼ିବ ଫିକା , ଧାନ ବିକି ନପାରି ଚାଷୀ ହତାଶ

ବେତନଟୀ , ମୟୂରଭଞ୍ଜ ଜିଲ୍ଲାରେ ମକର ଏକ ଗଣପର୍ବ ହୋଇଥିବା ବେଳେ ଖୁବ୍ ଧୁମଧାମରେ ପାଳିତ ହୋଇଥାଏ। ମାତ୍ର ଚଳିତ ବର୍ଷ ବେତନଟୀ ଓ ବୈଶିଙ୍ଗା ଅଞ୍ଚଳର ଚାଷୀକୂଳ ନିଜର କଷ୍ଟ ଉପାର୍ଜିତ ଧାନ ମଣ୍ଡିରେ ବିକି ନପାରି ମୁଣ୍ଡରେ ହାତ ଦେଇ ବସିଛନ୍ତି। ରାଜ୍ୟରେ ନୂଆ ସରକାର ଗଠନ ପରେ ଖରିଫ୍ ଧାନ ଟ.୩୧୦୦/ରେ କିଣା ଯିବା ପାଇଁ ଘୋଷଣା କରିଥିଲେ । ହେଲେ ସାରା ରାଜ୍ୟରେ ଧାନ କିଣାରେ ତ୍ରୁଟିପୂର୍ଣ୍ଣ ନୀତି ପାଇଁ ଚାଷୀ ହନ୍ତସନ୍ତ ହେଉଥିବାର ଦେଖାଦେଇଛି । ୨୦୨୫ ମସିହା ଜାନୁଆରୀ ମାସ ଅଧା ହୋଇଗଲାଣି ମାତ୍ର ଡିସେମ୍ବର ମାସରେ ଆସିଥିବା ଟୋକନ୍ ଉପରେ ଏପର୍ଯ୍ୟନ୍ତ ଧାନ କିଣା ହୋଇ ପାରିନାହିଁ | ସରକାର କହିଲେ ମଣ୍ଡିକୁ ମନ୍ତ୍ରୀ ଜଗିବେ , ମାତ୍ର ବିଧାୟକଙ୍କ ପାଦ ମଧ୍ୟ ପଡ଼ୁନାହିଁ। ବୈଶିଙ୍ଗା ଲ୍ୟାମ୍ପସରେ ଏଭଳି ଅଭାବନୀୟ ପରିସ୍ଥିତି ଯୋଗୁଁ ମଣ୍ଡି ସମନା ରାସ୍ତା ଉପରେ ଲାଇନ୍ କରି ଧାନ ଗାଡ଼ି ସବୁ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି। ଦୈନିକ ୧୨୦୦ କ୍ଵିଣ୍ଟାଲ ଧାନ କିଣା ଯିବାର ନିୟମ କରାଯାଇଥିଲା ବେଳେ କିଣା ଯାଉଛି ମାତ୍ର ୩୦୦ ଶହ ରୁ ୪୦୦ କ୍ବିଣ୍ଟାଲ ଧାନ। ଫଳରେ ବହୁ ଚାଷୀ ଟ୍ରାକ୍ଟର ବା ଟ୍ରକ୍ ଯୋଗେ ଧାନ ଆଣି ପୁଣି ବାଧ୍ଯ ହୋଇ ରାତିରେ ଫେରାଇ ନେବାକୁ ବାଧ୍ୟ ହେଉଛନ୍ତି। ରାତି ପାହିଲେ ମକର ପର୍ବ। ମୟୂରଭଞ୍ଜରେ ମକର ପର୍ବ ଖୁବ୍ ନିଆରା , ଏହା ଏକ ସପ୍ତାହ ଧରି ପାଳିତ ହୋଇଥାଏ। କୁଡୁମୀ ଏବଂ ଆଦିବାସୀ ସମ୍ପ୍ରଦାୟରେ ଟୁସୁ ପର୍ବ, ଦାମୋଦର ଯାତ୍ରା, ବିଭିନ୍ନ ଗ୍ରାମରେ ଖେଳକୁଦ ପ୍ରତିଯୋଗିତା ଆଦି ପାଳନ କରାଯାଇଥାଏ । ମାତ୍ର ଚାଷୀଟିଏ ଧାନ ବିକ୍ରୀ କରି ନ ପାରି କିପରି ହୀନସ୍ତା ହେଉଛି ତାହା ନ ଦେଖିଲେ ବିଶ୍ୱାସ କରିହେବ ନାହିଁ । ଯଥାଶୀଘ୍ର ଏହି ତୃଟି ପୂର୍ଣ୍ଣ ଧାନ କିଣା ପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ