।। ଏଆଇଏଫଟି ପକ୍ଷରୁ ଭିନ୍ନକ୍ଷମ ମାନଙ୍କୁ ଛତୁ ଚାରା ବଣ୍ଟନ ଓ ତାଲିମ କାର୍ଯ୍ୟକ୍ରମ ।।

Jul 4, 2024 - 15:43
 0  10
।। ଏଆଇଏଫଟି ପକ୍ଷରୁ ଭିନ୍ନକ୍ଷମ ମାନଙ୍କୁ ଛତୁ ଚାରା ବଣ୍ଟନ ଓ ତାଲିମ କାର୍ଯ୍ୟକ୍ରମ ।।

ତା ୦୩/୦୭/୨୦୨୪, ବାରିପଦା : ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଓ ଆମେରିକାନ୍ ଇଣ୍ଡିଆ ଫାଉଣ୍ଡେସନ୍ ଟ୍ରଷ୍ଟ ସହଯୋଗରେ ଭିନ୍ନକ୍ଷମଙ୍କ ଜୀବିକା ନିର୍ବାହକୁ ସୁଦୃଢ କରିବା ନିମନ୍ତେ ରଘୁନାଥପୁର ସ୍ଥିତ ସରସ୍ୱତୀ ଲେପ୍ରୋସୀ କଲୋନୀ ବାସିନ୍ଦାଙ୍କୁ ଛତୁ ମଞ୍ଜି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତି ଜିଲ୍ଲାପାଳ ଶ୍ରୀ ବିଭୂତି ଭୂଷଣ ନାୟକ (ଭା.ପ୍ର.ସେ.) ଯୋଗଦେଇ ଭିନ୍ନକ୍ଷମ ମାନଙ୍କୁ ଛତୁ ଚାଷ ଏବଂ ନିଜର ଆର୍ଥୀକ ସ୍ଥିତିକୁ ସୁଦୃଢ କିପରି କରିପାରିବେ ସେ ନେଇ ସମସ୍ତଙ୍କୁ ଉତ୍ସାହିତ କରି ଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ନାରାୟଣ ବେହେରା ଭିନ୍ନକ୍ଷମଙ୍କ ପ୍ରଗିତ ଓ ଆର୍ଥୀକ ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏଆଇଏଫଟିର ବରିଷ୍ଠ ରାଜ୍ୟ କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ରାଜ କମଲ ଶର୍ମା ଓ ସାଧନା ସ୍ୱେଚ୍ଛାସେବୀ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ରଞ୍ଜିତ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି, ଛତୁ ଚାଷ ପରି ଲାଭଜନକ କୃଷି କାର୍ଯ୍ୟକ୍ରମ କରିବା ପାଇଁ ଆବଶ୍ୟକ ଦକ୍ଷତା ଏବଂ ଜ୍ଞାନ ପ୍ରଦାନ କରି ଦିବ୍ୟାଙ୍ଗ ମାନଙ୍କୁ ସଶକ୍ତ କରିବା, ଆର୍ଥୀକ ସ୍ଥିତିରେ ସୁଧାର ଆସିବ ଏବଂ ସେମାନଙ୍କର ସାମଗ୍ରିକ କଲ୍ୟାଣ ତଥା ସାମାଜିକ ଅନ୍ତର୍ଭୂକ୍ତି କରଣରେ କପରି ଯୋଗଦାନ ମିଳିବ ସେ ନେଇ ନିମନ୍ତେ ସମସ୍ତଙ୍କୁ ଉତ୍ସାହିତ କରି ଥିଲେ। ଏହି କାର୍ଯ୍ୟକ୍ରମଟି ଏଆଇଏଫଟି ଟିମ୍ ଦ୍ୱାରା ପରିଚାଳନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ଶିଶିର କୁମାର ମୋହନ୍ତ ସମସ୍ତଙ୍କୁ ଛତୁ ଚାଷର ସଠିକ ନିର୍ଦ୍ଦେଶାବଳୀ ବିଷୟରେ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମଟି ଏଆଇଏଫଟି ଟିମ୍ ଦ୍ୱାରା ପରିଚାଳନା କରାଯାଇଥିଲା ।

 ମୟୂରଭଞ୍ଜ ବାରିପଦାରୁ -ଗୌର ଦାସଗିରିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ