।। ଉତ୍ତମ ରୋଗୀ ସେବା ଦେଇ ଚର୍ଚ୍ଚାରେ ଫାର୍ମାସିଷ୍ଟ ।।

Oct 11, 2024 - 19:46
 0  102
।। ଉତ୍ତମ ରୋଗୀ ସେବା ଦେଇ ଚର୍ଚ୍ଚାରେ ଫାର୍ମାସିଷ୍ଟ  ।।

ବରୀ କୁହାଯାଏ ଡାକ୍ତର ହେଉଛନ୍ତି ଦ୍ୱିତୀୟ ଈଶ୍ୱର। ହେଲେ ରୋଗୀଙ୍କ ପାଇଁ ନିଜର କର୍ତ୍ତବ୍ୟ ରେ ଅଭହେଳା କରି ବିବାଦ ଘରକୁ ଆସିଥାନ୍ତି ଡାକ୍ତର ମାନେ। ହେଲେ ଆମେ ଜଣେ ଏପରି ଫାର୍ମାସିଷ୍ଟ କଥା କହୁଛୁ ଯେକି ଉତ୍ତମ ରୋଗୀସେବା ଦେଇ ଏବେ ଚର୍ଚ୍ଚାରେ । ଆମେ କହୁଛୁ ବରୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ରତ୍ନଗିରି ନିଉ ପିଏସି କଥା। ସୂଚନାଯୋଗ୍ୟ ରତ୍ନଗିରି ପିଏସି ରେ ସୁରେଶ ଚଦ୍ର ଦାସ ଫାର୍ମାସିଷ୍ଟ ଭାବେ ନିଯୁକ୍ତି ପାଇଛନ୍ତି। ସୁରେଶଙ୍କ ନିଷ୍ଠାପରତା ରୋଗୀ ସେବା ଆଜି ତାଙ୍କୁ ଦେଇଛି ଏକ ସ୍ୱତନ୍ତ୍ର ପରିଚୟ। ସୁରେଶ ଆଜି ପର୍ଯ୍ୟନ୍ତ କେବେ ନିଜର ଡିଉଟି ପାଇଁ ସମୟକୁ ଦେଖନ୍ତି ନାହିଁ। ସେ ଜଣେ ସରକାରୀ କର୍ମଚାରୀ ହୋଇଥିଲେ ବି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ମଧ୍ୟ ରୋଗୀ ସେବା କରିଥାନ୍ତି।ରାତି ଅଧରେ ଯଦି କାହାର ଦେହ ଖରାପ ହୁଏ ସେ ଧାଇଁ ଆସନ୍ତି ସୁରେଶଙ୍କ ପାଖକୁ। ଆଉ ସୁରେଶ ମଧ୍ୟ କାଳ ବିଳମ୍ବ ନ କରି ସେବା ଯୋଗେଇ ଦିଅନ୍ତି । ତେବେ ସୁରେଶଙ୍କ ଏଭଳି ସେବା ଖାଲି ବରୀ ପାଇଁ ନୁହେଁ ସମଗ୍ର ଜିଲ୍ଲା ପାଇଁ ଏକ ଜ୍ୱଳନ୍ତ ଉଦାହରଣ ସାଜିଛି। ତେବେ ଏନେଇ ସୁରେଶ ଙ୍କୁ ପଚାରିବାରୁ ସେ କୁହନ୍ତି ରତ୍ନଗିରି ହେଉଛି ଏକ ବୌଦ୍ଧ ପର୍ଯ୍ୟଟନ ସ୍ଥଳୀ ଏଠାକୁ ଏନେକ ଦୂର ଦୁରାନ୍ତରୁ ଲୋକ ଆସିଥାନ୍ତି।ଏଠାରେ ସେବା ଯୋଗାଇବା ପାଇଁ ଅନେକ ସମସ୍ୟା ହେଉଛି। ଏହି ଚିକିତ୍ସାଳୟରେ ଡାକ୍ତର ନାହାନ୍ତି କି ଡାକ୍ତରୀ ପରୀକ୍ଷା ପାଇଁ ସେତେଟା ସୁବିଧା ମଧ୍ୟ ଉପଲବ୍ଧ ନାହିଁ। ଏପରି କି ଯାହା ଯନ୍ତ୍ରପାତି ଅଛି ସେହାକୁ ରଖିବାକୁ ଯଥା ସମ୍ଭବ ଘର ନାହି। ଏଥିପ୍ରତି ସରକାର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ସବୁପରେବି ସୁରେଶଙ୍କ ଏଭଳି ରୋଗୀସେବା ଅନ୍ୟ ମାନଙ୍କ ପାଇଁ ନିଶ୍ଚୟ ପ୍ରେରଣା ସାଜିବ।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ