ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ନବରଙ୍ଗପୁରମ ଜିଲ୍ଲା ସଂସ୍କୃତ ଦିବସ -ମହା ସମାରୋହ-୨୦୨୪ ଅନୁଷ୍ଠିତ,

Sep 25, 2024 - 07:52
 0  66
ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ନବରଙ୍ଗପୁରମ ଜିଲ୍ଲା ସଂସ୍କୃତ ଦିବସ   -ମହା ସମାରୋହ-୨୦୨୪ ଅନୁଷ୍ଠିତ,

ତା:୨୪,୦୯,୨୦୨୪,ନବରଙ୍ଗପୁର ଆଜି ନବରଙ୍ଗପୁର ସହର ସ୍ଥିତ ରାଜା ଚୈତନ୍ୟ ଦେବ ନୋଡାଲ ହାଇସ୍କୁଲ ଠାରେ ନବରଙ୍ଗପୁର ଜିଲ୍ଲାର ସମସ୍ତ ସଂସ୍କୃତ ଶିକ୍ଷକ ଙ୍କ ଦ୍ଵାରା ଏକ ବିଶାଳ ସଭାର ଆୟୋଜନ କରାଯାଇଛି ! ଆଜିକାଲି ର ଆଧୁନିକ ଯୁଗରେ ଦିନକୁଦିନ ସଂସ୍କୃତ ଭାଷା ଲୋପ ପାଇବାକୁ ବସିଲାଣି ! ବିଭିନ୍ନ ଦେବାଦେବୀ ଙ୍କ ପାଖରେ ବିଭିନ୍ନ ମନ୍ତ୍ର ଉଚ୍ଚାରଣ କରି ପୂଜା କଲେ ମଧ୍ୟ ସଂସ୍କୃତ ର ବିଭିନ୍ନ ବହି ପଢିବାକୁ ମିଳୁଥିଲା ତାହା ଏବେ ସେଗୁଡ଼ାକ ଲୁଚି ବାକୁ ବସିଲାଣି ! ଉନ୍ନିତ ଉଚ୍ଚ ବିଦ୍ୟାଳୟ ମଝି ଧନୁଆ ପ୍ରଧାନ ଶିକ୍ଷକ ବଦ୍ରିନାଥ ବିଶ୍ୱାଳ ଙ୍କ କହିବା ଅନୁଯାୟୀ ବର୍ତ୍ତମାନ ସମୟରେ ସଂସ୍କୃତ ପ୍ରାଥମିକ ସ୍ତରରୁ ପାଠପଢା ହେବା ଆବଶ୍ୟକ ! ଏହି ଭାଷା ହେଉଛି ଦେବ ଭାଷା ଏବଂ ସମାଜ ସଂସ୍କାର ଆଣିବା ଭାଷା ! ଏହି ଭାଷା କୁ ଆଗକୁ ଆଣିବାକୁ ହେଲେ ଆମେ ପ୍ରାଥମିକ ସ୍ତରରୁ ଏହାର ପାଠପଢ଼ା ସହ ଲୋକଙ୍କୁ ସଚେତନ କରାଇବା ଆବଶ୍ୟକ ! ସପ୍ତାହ କୁ ଥରେ ବା ଗୋଟିଏ ଦିନ ସଂସ୍କୃତ ଭାଷାରେ କଥା ବାର୍ତ୍ତା ହେବା ଆବଶ୍ୟକ ! ଏଣୁ ସମସ୍ତ ସଂସ୍କୃତ ଶିକ୍ଷକ ଏହି ଭାଷାକୁ ସଂପ୍ର ସାରଣ କରିବା ଦିଗରେ ଆଗକୁ ନେବା ଆବଶ୍ୟକ ! ଶେଷରେ ନବରଙ୍ଗପୁର ବିଧାୟକ ଶ୍ରୀଯୁକ୍ତ ଗୌରୀ ଶଙ୍କର ମାଝୀ ସମସ୍ତ ଶିକ୍ଷକ, ଶିକ୍ଷକ ଅବିଭାବକ ମାନଙ୍କୁ କହିଲେ ଯେ ସଂସ୍କୃତ ଭାଷା ଓଡ଼ିଆ ଭାଷା ସହିତ ଅଙ୍ଗା ଅଙ୍ଗି ଭାବରେ ଜଡ଼ିତ ଅଛି ! ଏହାକୁ ଅଧିକ ରୁ ଅଧିକ ଆଗକୁ ନେବା ଦରକାର ବୋଲି କହିଛନ୍ତି ! ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ସଂମାନୀତ ଅତିଥି ଭାବେ ନବରଙ୍ଗପୁର ସଦର ବିଧାୟକ ଶ୍ରୀ ଗୌରି ଶଙ୍କର ମାଝୀ, ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଛତ୍ରପତି ସାହୁ, ଉତ୍କଳ ଶ୍ରୀଜଗନ୍ନାଥ ବିଶ୍ୱବିଦ୍ୟାଳୟର ପଣ୍ଡିତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ବୁଦ୍ଧିଜୀବୀ ଓ ସାମ୍ବାଦିକ ଉପସ୍ଥିତ ଥିଲେ !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ