।। ଆବୁଆଃ ଦିଶୁମରେ ଆବୁଆଃ ରାଜ, ମୁଣ୍ଡା ସ୍ଵଶାସନ ବ୍ୟବସ୍ଥା ଚୟନ ଶିବିର ।।

Nov 6, 2024 - 16:13
 0  9
।। ଆବୁଆଃ ଦିଶୁମରେ ଆବୁଆଃ ରାଜ, ମୁଣ୍ଡା ସ୍ଵଶାସନ ବ୍ୟବସ୍ଥା ଚୟନ ଶିବିର ।।

ମୟୁରଭଂଜ:କୁଳିଅଣା :୦୫/୧୧/୨୦୨୪ ରିଖ କୁଳିଅଣା ବ୍ଲକ୍ ଅନ୍ତର୍ଗତ ସରଗଛିଡା ଗ୍ରାମପଞ୍ଚାୟତ ଅଧିନସ୍ଥ ସରଗଛିଡା ଗ୍ରାମରେ ମୁଣ୍ଡା ସ୍ଵଶାସନ ବ୍ୟବସ୍ଥା ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆବାହକ ଶ୍ରୀ ମନୋରଞ୍ଜନ ସିଂଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ସଭାରେ ପ୍ରଦୀପ କୁମାର ସିଂ ଚାନ୍ଦୁଆ ଗ୍ରାମପଞ୍ଚାୟତର ସମିତି ସଭ୍ୟ, ବୁଧୁ ସିଂ ମୁଣ୍ଡାରୀ ବାନି ରବିବାରିଆ ଶିକ୍ଷକ, ପ୍ରଫୁଲ୍ଲ ସିଂ, ରୁଦ୍ର ପ୍ରସାଦ ସିଂ, ରଙ୍ଗଲାଲ୍ ସିଂ ଚାନ୍ଦୁଆ ଗ୍ରାମର ମୁଣ୍ଡା ବାବା, ବୁଧିରାମ ସିଂ ଅତିଥି ଭାବେ ଯୋଗ ଦେଇଥିଲେ। ସ୍ଵଶାସନ ବ୍ୟବସ୍ଥାର ମୁଣ୍ଡା ପଦ ପାଇଁ ବିଶ୍ଵନାଥ ସିଂ (ବିରଗାମ୍), ଦେହୁରୀ ପଦ ପାଇଁ ସୁନ୍ଦର ମୋହନ ସିଂ (ଜଜ), ବାହାଦୁର ସିଂ (ବିରଗାମ୍), ପାଣ୍ଡେ ପଦ ପାଇଁ ସୁରେନ୍ଦ୍ର ସିଂ (ବିରଗାମ୍), ଡାକୁଆ ପଦ ପାଇଁ ଗୁଳା ସିଂ (ଜଜ)ଙ୍କୁ ମନୋନୀତ କରାଯାଇଥିଲା। ଉପରୋକ୍ତ ପାଞ୍ଚ ଜଣଙ୍କୁ ମୁଣ୍ଡା ସ୍ଵଶାସନ ବ୍ୟବସ୍ଥା ଅର୍ପଣ କରାଯାଇଥିଲା। ତୃଣମୂଳ ସ୍ତରରେ ମୁଣ୍ଡାରୀ ଭାଷା ଭାଷୀ ଲୋକଙ୍କୁ ସେମାନେ ସଚେତନ କରିବା ସହିତ ପରାମର୍ଶ ଦେବେ। ଲେଖକ ଅଲ୍ ଗୁରୁ ପଣ୍ଡିତ ରହିଦାସ ସିଂ ନାଗଙ୍କ ମୁଣ୍ଡାରୀ ବାନି ଲିପିର ବହୁଳ ପ୍ରଚାର ପ୍ରସାର ନିମନ୍ତେ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଶେଷରେ ଶ୍ରୀ ସୁବୋଧ ଚନ୍ଦ୍ର ସିଂ ଧନ୍ୟବାଦ ଅର୍ପଣ କରିଥିଲେ। ଅବାଞ୍ଛିତ ଗର୍ଭ ଧାରଣ ଏବଂ ମାତୃ ମୃତ୍ୟୁହାର ନିରାକରଣ, ନିଶା ନିବାରଣ, ଅଧାରୁ ପାଠ ଛାଡ଼ିବା ମୂଳ ଅଧିବାସୀ ଉନ୍ନତି କରଣ ସମ୍ବନ୍ଧେ, ପର୍ବ ପର୍ବାଣୀ ଆଦି ବିଷୟକୁ ମୁଖ୍ୟ ପ୍ରସଙ୍ଗ ଭାବେ ଆଲୋଚନା ହୋଇଲ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ