।। ଆବାସ ଓ ବିଜୁ ପକ୍କା ଘର କାହା ପାଇଁ ,,ଘର ଖଣ୍ଡିଏ ନ ମିଳିବାର ଧାରଣାରେ ବସିଲେ ୩ ଅସହାୟ ଏ ହେଉଛି ରାଜ୍ୟ ସରକାରଙ୍କ ମାଙ୍କୁ ସମ୍ମାନ ଦୃଶ୍ୟ ।।

ଆର,ଉଦୟଗିରି(12/2/ ଗଜପତି ଜିଲ୍ଲା ମୋହନାବ୍ଳକ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ଏକ କରୁଣ ଚିତ୍ର । ଶାରୀରିକ ଅକ୍ଷମତା ସହ ଦାରିଦ୍ୟ କାରଣ ପରିସ୍ଥିତି ସତ୍ତ୍ବେ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ମିଳୁନି। ଯାହାଫଳରେ ବର୍ଷ ବର୍ଷ ଧରି ସରପଞ୍ଚ ଠାରୁ ବହୁ ବିଭାଗୀୟ ଅଧିକାରୀଙ୍କୁ ନିଜ ଦୁଃଖ ଜଣାଇବା ସତ୍ତ୍ବେ ବାରମ୍ବାର ଖବର ପ୍ରସାରଣ ହୋଇଥିଲା । ଆବାସ ଯୋଜନା ନ ମିଳିବାରୁ ଶେଷରେ ନିରୁପାୟ ହୋଇ ବ୍ଳକ କାର୍ଯ୍ୟାଳୟ ବାରଣ୍ଡାରେ ଧରଣାରେ ବସିଛନ୍ତି ବାରଗୁଡା ଗ୍ରାମର ସୁମିତ୍ରା ନାୟକ । ସୁମିତ୍ରା ନାୟକଙ୍କ ସହ ମାନସିକ ଭାରସାମ୍ୟ ହରାଇଥିବା ଝିଅ ଅମ୍ରିତା ନାୟକ ଓ କୋମଳମତି ଶିଶୁ କ୍ରିସ୍ ବଳିଆଭସିଂ ଭଙ୍ଗା କୁଡିଆ ଘରେ ରହି ଆସୁଛନ୍ତି । ସରକାରଙ୍କ ତରଫରୁ ଭିନ୍ନକ୍ଷମ ଭତ୍ତା ଟଙ୍କା ମା ଓ ଝିଅଙ୍କୁ ମିଳୁଥିବା ବେଳେ କୋମଳମତି ଶିଶୁ ଘରେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବାରୁ ବାଧ୍ୟ ହୋଇ ବ୍ଳକ କାର୍ଯ୍ୟାଳୟ ପରିସରରେ ଥିବା ମଣ୍ଡପରେ ୪ଦିନ ଧରି ପଢି ରହିଥିବା ସତେ ସ୍ଥାନୀୟ ବିଡିଓ ହଳଧର ଶବରଙ୍କ ଅନସନଧାରୀ ଦିବ୍ୟଙ୍ଗ ମହିଳାଙ୍କ ଯାଇ ଦୁଃଖ ବୁଝି ସମୟ ନ ଥିବା ତ ଦୂରରକଥା ସେହି ମହିଳା ପାଖକୁ ଯାଇ ଆସ୍ଵସୁନା ଦେବାକୁ ତାଙ୍କୁ ସମୟ ନାହିଁ ଏହା ହେଉଛି ଦୁଃଖ ବିଷୟ । ଏ କଣ ନବୀନ ସରକାରଙ୍କ ମାଙ୍କୁ ସମ୍ମାନର ଦୃଶ୍ୟ କି । ଦେବାକୁ ବାକିରହିଲା ମୋହନା ବିଡିଓ ଶ୍ରୀ ଶବର ଧାରଣା ସ୍ଥୁଳକୁ କେବେ ଜାଇ ଦିବ୍ୟଙ୍ଗ ମହିଳାଙ୍କୁ ଦୁଃଖ ସୁଣି ସମାଧାନ କରୁଛନ୍ତି ।
ଗଜପତି ଜିଲ୍ଲା ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






