ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ବିପର୍ଯ୍ଯୟ ପ୍ରଶମନ ଓ ଅଗ୍ନି ନିର୍ବାପକ ଡ୍ରିଲ ଅନୁଷ୍ଠିତ
ବାରିପଦା, ୨୪/୩ ମଙ୍ଗଳବାର ବାରିପଦାର ସାଇ ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ବିପର୍ଯ୍ଯୟ ପ୍ରଶମନ ଓ ଅଗ୍ନି ନିର୍ବାପକ ଡ୍ରିଲ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଗ୍ନିଶମ ବିଭାଗ, ଓଡ଼୍ରାଫ୍ ଓ ଜିଲ୍ଲା ଆପଦ କାଳୀନ ବିଭାଗର ବିଶିଷ୍ଟ ଭୂମିକା ରହିଥିଲା। ଏ ଅବସରରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଜିତେନ୍ଦ୍ର ପାଲ ଙ୍କ ସଭାପତିତ୍ବରେ ଏକ ସଭାର ଆୟୋଜନ ହୋଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ଆପଦ କାଳୀନ ବିଭାଗର ଡେପୁଟି କଲେକ୍ଟର ଶ୍ରୀଯୁକ୍ତ ଭବାନୀ ପ୍ରସାଦ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଛାତ୍ରଛତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଜିଲ୍ଲା ଆପଦ କାଳୀନ ବିଭାଗର ପ୍ରକଳ୍ପ ଅଧିକାରୀ ଶ୍ରୀଯୁକ୍ତ ଜଗବନ୍ଧୁ ମହାନ୍ତି ବିଭିନ୍ନ ପ୍ରକାର ବିପର୍ଯ୍ୟୟ ଯଥା ବଜ୍ରପାତ, ବନ୍ୟା, ବାତ୍ୟା, ଜଳ ବୁଡି, ଅଗ୍ନି ଜନିତ ବିଭିନ୍ନ ସମସ୍ୟାରୁ କିପରି ରକ୍ଷା ପାଇ ପାରିବା ସେ ଦିଗରେ ଗୁରୁତ୍ୱ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ସମାଜସେବୀ ତଥା ସାମ୍ବାଦିକ ଶ୍ରୀଯୁକ୍ତ ଗୌରଦାସ ଗିରି ସାହସ ଓ ଉପଯୁକ୍ତ କୌଶଳ ହିଁ ଆମକୁ ବିପର୍ଯ୍ୟୟରୁ ରକ୍ଷା କରି ପାରେ ବୋଲି ମତ ବ୍ୟକ୍ତ କରିଥିଲେ। ସଚେତନତା, ସତର୍କତା ଓ ସାହସ ଆମକୁ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ପ୍ରେରିତ କରି ଥାଏ ବୋଲି ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ପାଲ ତାଙ୍କ ବକ୍ତବ୍ୟ ରେ ପ୍ରକାଶ କରିଥଲେ। ଅଗ୍ନୀଶମ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର କର୍ମଚାରୀ ମାନେ ହିଁ ରାଷ୍ଟ୍ରର ପ୍ରକୃତ ବନ୍ଧୁ ବୋଲି ମତ ପ୍ରକାଶ ପାଇଥିଲା। ଅଗ୍ନିଶମ ବିଭାଗର ଅଧିକାରୀ ଶ୍ରୀଯୁକ୍ତ ଗୋପୀନାଥ ନାୟକ ଏବଂ ଓଡ଼୍ରାଫ୍ ର ଅରୁଣ କୁମାର ମହାନ୍ତ ଓ କର୍ମଚାରୀ ମାନେ ବିପର୍ଯ୍ୟୟ କୁ ମୁକାବିଲା କରିବାର ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ।ଶେଷରେ ଅଧ୍ୟାପିକା ଶ୍ରୀମତୀ ସ୍ନିଗ୍ଧାଶ୍ରୀ ସାମଲ ଧନ୍ୟବାଦ ଜ୍ଞାପନ କରିଥଲେ ।ଅଧ୍ୟାପିକା ମିନାକ୍ଷୀ ମହାନ୍ତି, ଅଧ୍ୟାପିକା ରାଜଶ୍ରୀ ସାସମଲ, ଅଧ୍ୟାପିକା ନିହାରିକା ସାହୁ, ଅଧ୍ୟାପିକା ଲୀଳାବତୀ ମହାନ୍ତ, ଅଧ୍ୟାପିକା ଜୟଶ୍ରୀ ମହାନ୍ତ ଓ ଅଣଶିକ୍ଷକ କର୍ମଚାରୀ କପିଳାସ ବେହେରା, ଜଗଦୀଶ ସେଠୀ, ଗାୟତ୍ରୀ ପାତ୍ର, ମୋନାଲିସା ପଣ୍ଡା ପ୍ରମୁଖ କାର୍ଯ୍ଯକ୍ରମ କୁ ସଫଳ କରାଇ ଥିଲେ। ସ୍ୱେଚ୍ଛାସେବୀ ଛାତ୍ର ଛତ୍ରୀ ଭବାନୀ ଶଙ୍କର ସିଂ, ସ୍ମୃତିମୟୀ ଗିରି, ରାଧାରାଣୀ ବେହେରା, ଲିକି ଟୁଡୁ, ସୋନାଲି ମିଶ୍ର ପ୍ରମୁଖ ଭୂମିକାରେ ଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
1