ଆତ୍ମ ସମର୍ପଣ କଲେ ୧୧ ମାଓବାଦୀ
ଲାଞ୍ଜିଗଡ଼,୧୫/୩( ):- କଳାହାଣ୍ଡି ଜିଲ୍ଲାରେ ମାଓବାଦୀଙ୍କ ବିରୋଧରେ ପୋଲିସର ବଡ଼ ସଫଳତା ମିଳିଛି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ରିଜର୍ଭ ପୋଲିସ ପଡିଆରେ ଓଡ଼ିଶା ପୋଲିସ ଡିଜି ୱାଇ ବି ଖୁରାନିଆ ଙ୍କ ଉପସ୍ଥିତିରେ ୧୧ ଜଣ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସମସ୍ତ ମାଓବାଦୀ ବଂଶଧାରା ଗୁମୁସର ନାଗାବଳୀ ଡିଭିଜନର ହେଇଥିବା ସୂଚନା । ଦୀର୍ଘଦିନ ଧରି ମାଓ ସଂଗଠନ ସହ ଜଡିତ ଥିବା ଏହି ମାଓବାଦୀ ମାନେ ଶେଷରେ ହିଂସାର ପଥ ଛାଡ଼ି ସମାଜର ମୁଖ୍ୟ ସ୍ରୋତକୁ ଫେରିବା ପାଇଁ ଆଗକୁ ଆସିଛନ୍ତି । ପୋଲିସର ଲଗାତାର କମ୍ବିଙ୍ଗ ଅପରେସନ୍ ଓ ସରକାରଙ୍କ ସରେଣ୍ଡର ପଲିସି ଫଳରେ ସେମାନେ ଆତ୍ମସମର୍ପଣ କରିଥିବା କୁହାଯାଇଛି । ଏହା ସହ ସମାପ୍ତ ହେଲା ବଂଶଧାରା ଗୁମୁସର ନାଗାବଳୀ ଡିଭିଜନ । ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ ସରକାରଙ୍କ ପୁନର୍ବାସ ନୀତି ଅନୁଯାୟୀ ସହାୟତା ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ଏହି ଆତ୍ମ ସମର୍ପଣ କାର୍ଯ୍ୟକ୍ରମରେ ଅନୁଷ୍ଟିତ ବୈଠକରେ ଡିଜି ଙ୍କ ସମେତ ଆଇଜି ଅପରେସନ ସଞ୍ଜୀବ ପଣ୍ଡା, ଆଇ ଗୋଇନ୍ଦା ବିଭାଗ ଅଖିଳେଶ ସିଂ ଙ୍କ ସମେତ କଳାହାଣ୍ଡି ଏସପି ନାଗରାଜ ଦେବରକୋଣ୍ଡା, ନୂଆପଡା ଏସପି ଅମୃତପାଲ୍ ସିଂ, ନବରଙ୍ଗପୁର ଏସପି ମଡ଼କର ସନ୍ଦୀପ ସମ୍ପଦ, କନ୍ଧମାଳ ଜିଲ୍ଲା ଏସପି ହରିଶା ବିସି , ରାୟଗଡ଼ା ଏସପି ସ୍ଵସ୍ଥି ଏସ କୁମାର ସାମିଲ ହେଇଥିଲେ । ବର୍ତ୍ତମାନ କଳାହାଣ୍ଡି, କନ୍ଧମାଳ ଓ ରାୟଗଡ଼ା ସୀମାନ୍ତରେ KKBN (କଳାହାଣ୍ଡି, କନ୍ଧମାଳ, ବୌଧ, ନୟାଗଡ଼) ଡିଭିଜନର କେବଳ ୧୫ ଜଣ ମାଓବାଦୀ ରହିଥିବା ବେଳେ ସେମାନଙ୍କ ଭିତରେ କମାଣ୍ଡର ସୁକ୍ରୁ ରହିଛନ୍ତି । ସେମାନଙ୍କୁ ମଧ୍ୟ ଆତ୍ମ ସମର୍ପଣ ପାଇଁ ଆହ୍ବାନ କରିଛନ୍ତି । ୱାଇ ବି ଖୁରାନିଆ, ପୋଲିସ ଡିଜି ସାଗର ବେନାଲ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା |
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0