।। ଆଡକୋଟା ନିଜର ଅସ୍ତିତ୍ବ ହରାଇବାକୁ ବସିଲାଣି ହେଲେ ପ୍ରଶାସନଙ୍କ ଦୃଷ୍ଟି ପାଇପାରୁନାହିଁ ।।

Jun 24, 2024 - 18:17
 0  16
।। ଆଡକୋଟା ନିଜର ଅସ୍ତିତ୍ବ ହରାଇବାକୁ ବସିଲାଣି ହେଲେ ପ୍ରଶାସନଙ୍କ ଦୃଷ୍ଟି ପାଇପାରୁନାହିଁ ।।

ଜୟପାଟଣାର ସର୍ବ ପୁରାତନ ପୋଖରୀ ଆଡକୋଟା ନିଜର ଅସ୍ତିତ୍ବ ହରାଇବାକୁ ବସିଲାଣି । ଦିନ ଥିଲା ଏହି ପୋଖରୀର କାଚ ଭଳି ଜଳକୁ ସ୍ଥାନୀୟ ଜନସାଧାରଣ ପାନୀୟ ଜଳ ଏବଂ ଡାଲି ସିଝାଇବା ପାଇଁ ବ୍ୟବହାର କରୁଥିଲେ । ଏହାର ଅଥଳ ଜଳରାଶିରେ ଦିନ ତମାମ ଗାଧୋଇବାକୁ ମନ ହେଉଥିଲା । କିନ୍ତୁ ଆଜି ଏହି ପୁଷ୍କରିଣୀର ଦୂରାବସ୍ଥା ଦେଖିଲେ ଆମେ ଓ ଆମ ପ୍ରଶାସନ, ଆମ ରାଜନେତା, ଆମ ସମାଜସେବୀ କେତେ ସଚେତନ ସହଜେ ଅନୁମେୟ । ସରକାରଙ୍କର କୋଟିକୋଟି ଅର୍ଥରାଶି ପୋଖରୀ ଗୁଡ଼ାକର ପୁନରଉଦ୍ଧାର ପାଇଁ ଖର୍ଚ୍ଚ ହେଉଛି ଅଥଚ ଏହି ଐତିହାସିକ ପୋଖରୀ ଭାଗରେ କଣ କାଣିଚାଏ ହେଲେ ଭାଗ ପଡ଼ିଲା ନାହିଁ, କି ପଡ଼ିଥିଲା ସ୍ଥାନୀୟ ଜନସାଧାରଣ ଏହି ପୋଖରୀର ପୁନରୁଦ୍ଧାର ପାଇଁ ପୁନର୍ବାର ନିର୍ବାଚିତ ହୋଇଥିବା ଲାଞ୍ଜିଗଡବିଧାୟକ ଏବଂ ପ୍ରଶାସନ ଏହାର ଉପଯୁକ୍ତ ତଦନ୍ତ କରି ପୋଖରୀଟିକୁ ଚଳଚଞ୍ଚଳ କରାଇଲେ ଜନ ମଙ୍ଗଳ ହେବବୋଲି ବୁଦ୍ଧି ମହଲ ଚର୍ଚ୍ଚା ହେଉଛି ଦେଖିବାକୁ ବାକି ରହିଲା କେବେ ପ୍ରଶାସନ ପଦକ୍ଷେପ ନେବ ।

କଳାହାଣ୍ଡି ଜିଲ୍ଲା ରୁ ବାବୁଲି ହରିଜନଙ୍କ ରିପୋର୍ଟ FIRST NEWS ODISHA

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ