ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ମୟୂରଭଞ୍ଜ ଜିଲ୍ଲା ର ସଦର ମହକୁମା ବାରିପଦା ସ୍ଥିତ ଛଉପଡ଼ିଆଠାରେ ଉଦ୍‌ଘାଟିତ

Mar 7, 2026 - 17:36
 0  4
ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ମୟୂରଭଞ୍ଜ ଜିଲ୍ଲା ର ସଦର ମହକୁମା ବାରିପଦା ସ୍ଥିତ ଛଉପଡ଼ିଆଠାରେ ଉଦ୍‌ଘାଟିତ

- କୃଷକର ବିକାଶ ଓ କୃଷିକ୍ଷେତ୍ରରେ ଆଧୁନିକରଣ ପାଇଁ ଆଧୁନିକ କୃଷି ଯନ୍ତ୍ରପାତି ବ୍ୟବହାର ଓ ରିହାତି ଦରରେ କୃଷକଙ୍କୁ ଯୋଗାଇବା ପାଇଁ ଅଭିନବ ପ୍ରୟାଶ। ଏହି ଆଞ୍ଚଳିକ ମେଳା ମୟୂରଭଞ୍ଜ, ବାଲେଶ୍ଵର,6କନ୍ଦୁଝର, ଭଦ୍ରକ ଜିଲ୍ଲାକୁ ନେଇ ଅନୁଷ୍ଠିତ ହୋଇଯାଇଛି। ମୟୁରଭଞ୍ଜ ଜିଲ୍ଲା ପକ୍ଷରୁ ବାରିପଦା ସ୍ଥିତ ଛଉ ପଡ଼ିଆ ଠାରେ ଆଜିଠାରୁ ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ଆରମ୍ଭ ହୋଇଛି। ଦୀର୍ଘ ପାଞ୍ଚ ଦିନ ଧରି ଆତ୍ୟାଧୁନିକ କୃଷି ଜନ୍ତ୍ରପାତି ପ୍ରଦର୍ଶନ ସହିତ ଓ ଅତ୍ୟାଧୁନିକ ପ୍ରଣାଳୀରେ ଚାଷ କରିବାକୁ ସରକାରଙ୍କ ପ୍ରୋତ୍ସାହନ ପ୍ରତିଫଳିତ ହେଉଛି। ଉଦଘାଟନୀ ଉତ୍ସବର ମୁଖ୍ୟ ଅତିଥି ଭାବେ ଲୋକସଭା ସାଂସଦ ନବ ଚରଣ ମାଝୀ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଆଧୁନିକ କୃଷି ଯନ୍ତ୍ରପାତି ସମ୍ପର୍କରେ ଚାଷୀମାନେ ଅବଗତ ହୋଇ ଲାଭାନ୍ୱିତ ହେବେ ବୋଲି ଆଶାବ୍ୟକ୍ତ କରିଛନ୍ତି। ମୁଖ୍ୟ ବକ୍ତା ଭାବେ ବିଧାୟକ ରାଇରଙ୍ଗପୁର ଜଲେନ୍ ନାଏକ ମହୋଦୟ,ଓ ସମ୍ମାନିତ ଅତିଥିଭାବରେ ବଡ଼ ସାହି ବିଧାୟକ ଓ ବାଙ୍ଗିରୀପୋଷି ବିଧାୟିକାଯୋଗଦେଇ ବୈଷୟିକ ଜ୍ଞାନ ଓ ଜୈବିକ ସାର ବ୍ୟବହାର କରି ଚାଷୀଙ୍କ ଆୟକୁ ଦ୍ବିଗୁଣିତ କରିବା ପାଇଁ ସରକାର ପ୍ରତିବଦ୍ଧ ଥିବା କହିଛନ୍ତି। ଅତ୍ୟାଧୁନିକ କୃଷି ଜନ୍ତ୍ରପାତି ପାଇଁ ସରକାରଙ୍କ ସବସିଡ଼ି ବ୍ୟବସ୍ଥା ସମ୍ପର୍କରେ ଅବଗତ କରିବା ସହିତ ଉନ୍ନତ ଚାଷ ପାଇଁ ଚାଷୀଙ୍କୁ ସର୍ବଦା ସହାୟତା କରିବାକୁ ଅଧିକାରୀକର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି। କୃଷିର ବିକାଶ ପାଇଁ ଏଭଳି ମେଳା ରେ ସରକାର କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି, ମାତ୍ର ଏହି ଅର୍ଥର ପ୍ରକୃତ ବିନିଯୋଗ ଓ ଏହି ମେଳାର ସଫଳତା ଉପରେ ବହୁ ପ୍ରଶ୍ନ ଉଙ୍କିମାରୁଛି ଏବଂ କିଛି ଚାଷିମଧ୍ୟ ଅସନ୍ତୋଷ ବ୍ୟକ୍ତି କରି ମୁହଁରୁ ସବୁ ଉଗାଳି ଛନ୍ତି । ଏହି ମେଳାରେ ପ୍ରକୃତ ଚାଷି କେତେସଂଖ୍ୟାରେ ଯୋଗଦେଇଛନ୍ତି କି ଅନ୍ୟ କେଉଁ ମାନଙ୍କୁ ଆଣି ଉପସ୍ତିତ କରାଯାଇଛି। କୃଷି ବିଭାଗ ଏହାକୁ କେତେ ମାତ୍ରାରେ ସଫଳତା ଆଣିପାରିବ ଓ ସମସ୍ତ ସୁବିଧାସୁଯୋଗ କୃଷକଙ୍କ ପାଖରେ ପାହଁଞ୍ଚାଇବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ କି ନାହିଁ ତାହା ସମୟ ହିଁ କହିବ। ମାତ୍ର ସରକାର ଙ୍କର ମାଳମାଳ ସମସ୍ତ ଯୋଜନା କେବଳ କାଗଜ କଲମରେ ରହିଯାଉଛି। ମାତ୍ର ଏହାର ପ୍ରକୃତ ରୁପାୟନ ବହୁ କମ କହିଲେ କିଛି ଭୁଲ ହେବ ନାହିଁ। ଅଧିକାରୀମାନେ ଏହାକୁ ଦୃଷ୍ଟିରେ ରଖିବା ସହିତ ସଫଳତା ପାଇଁ ପ୍ରୟାସ ଜରୁରୀ। କୃଷି କର୍ମଚାରୀମାନଙ୍କର କାର୍ଯ୍ୟରେ ସହଯୋଗ ଏବଂ କୃଷକଙ୍କୁ କୃଷିକ୍ଷେତ୍ରରେ ବିକାଶପାଇଁ ପୂର୍ଣ୍ଣମାତ୍ରାରେ ସହଯୋଗ ଜରୁରୀ । ମାତ୍ର କିଛି ଦୁର୍ନିତି ଗ୍ରସ୍ଥସରକାରୀ କର୍ମଚାରି ମାନଙ୍କର ଅବହେଳା ଯୋଗୁ କୃଷିକ୍ଷେତ୍ରରେ ସରକାରଙ୍କର ମାଳମାଳ ଯୋଜନା କୃଷକ ଓ କୃଷି କାର୍ଯ୍ୟଠାରୁ ଦିନକୁ ଦିନ ବ୍ୟବଧାନ ବଢ଼ିଚାଲିଛି। , ଏହି ମେଳାରେ ସର୍ବମୋଟ ୧୧୪ ଟି ଷ୍ଟଲ ଖୋଲାଯାଇଛି। ଏହି ଷ୍ଟଲ ମଧ୍ୟରୁ କିଛି କୃଷି ବିଭାଗିୟ ଅଧିନରେରଖିଥିବାବେଳେ, କିଛି ଏହି କୃଷି ସମନ୍ନିତ ବିଭାଗ କିଛି ଏସ ଏସ ଜି ଗ୍ରୁପ ଏବଂ କିଛି ଷ୍ଟଲ ଓରମାସ କୁ ଦିଆଯାଇଛି ମାତ୍ର୩୦ଟି ଡିଲର ୫୮ଟିଷ୍ଟଲ କୁ ନେଇଛନ୍ତି । ଯେଉଁ ଅର୍ଥରାଶି ସରକାର ମଞ୍ଜୁର କରିଛନ୍ତିଏହି ମେଳା ବାବଦକୁ ସରକାର ମଞ୍ଜୁର କରିଥିବା ଅର୍ଥରାଶି ର ବିନିଯୋଗ କେତେମାତ୍ରାରେ ଏହି ମେଳାର ଗାଇଡ଼ଲାଈନ କୁ ଅନୁସରଣକରିଛି ଓ ସମସ୍ତ ସୁବିଧା କେତେ ମାତ୍ରାରେ ଉପଲବ୍ଧ ଏହାକୁ ନେଇ ଚାଷିମହଲରେ ଆଲୋଚନା ଜ୍ୱୋରଧରିଛି। ଏହି ମେଳାରେ ପ୍ରକୃତଚାଷି ଓ ସ୍ବୟଂ ସହାୟକ ଗୋଷ୍ଠିମାନଙ୍କୁ ରିହାତି ଦରରେ କୃଷି ଯନ୍ତ୍ରପାତି ପ୍ରଦାନର ବ୍ୟବସ୍ଥା ସହିତ ପ ଶ୍ରମିକ ଅଭାବକୁ ଏଡାଇବାକୁ ଓ କୃଷକର କୃଷିକ୍ଷେତ୍ରରେ ବିକାଶ ଓ ସଫଳତା ଆଣିବା ସରକାରଙ୍କର ଏକ ବଡ଼ ପ୍ରୟାସ । ଏହି ଆଞ୍ଚଳିକମେଳା ରେ ଜିଲ୍ଲା ମୁଖ୍ୟକୃଷି ଅଧିକାରୀ ଲୋକନାଥ ମିଶ୍ର ଓ ଅନ୍ୟାନ୍ୟ କୃଷି ଅଧିକାରୀ ଓ ସମସ୍ତ ବିଭାଗୀୟକର୍ମଚାରୀ ତଥା ରାଜ୍ୟ କୃଷି ଅଧିଦର୍ଶକ ସଂଘର ସଭାପତି ତୃଷାରକାନ୍ତି ମହାନ୍ତି ଏହି ମେଳାର ସଫଳତା ପାଇଁ ସମସ୍ତ ଶ୍ରମକୁ ଦାନ କରି ପ୍ରୟାସ ଜାରୀ ରଖିଛନ୍ତି ।

ବାରିପଦାରୁ -ଗୌର ଦାସଗିରି ଙ୍କ ରିପୋଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ