ଆଗ ଧାଡ଼ିର ସମାଜସେବୀ ମାନଙ୍କୁ ଏମ. ଏନ. ଓଡ଼ିଆ ନିୟୁଜ ତରଫରୁ ମିଳିଲା ସେବରତ୍ନ ସମ୍ମାନ

Dec 6, 2025 - 15:44
 0  60
ଆଗ ଧାଡ଼ିର ସମାଜସେବୀ ମାନଙ୍କୁ ଏମ. ଏନ. ଓଡ଼ିଆ ନିୟୁଜ ତରଫରୁ ମିଳିଲା ସେବରତ୍ନ ସମ୍ମାନ

ବାରିପଦା ତା 5/12/25 ରିଖ ( ଡଃ ଗୌର ଦାସ ଗିରି )ସମଜରେ ଅନେକ ବ୍ୟକ୍ତିମାନଙ୍କ ବ୍ୟକ୍ତିତ୍ୱ ଦେଖିବାକୁ ମିଳିଥାଏ ହେଲେ କିଛି ବ୍ୟକ୍ତି ଅଛନ୍ତି ଯେଉଁ ମାନଙ୍କ ବ୍ୟକ୍ତିତ୍ୱ ଅସାଧାରଣ ସେଇଭଳି ଆଗ ଧାଡିର ସମାଜସେବୀ ମାନଙ୍କୁ ଆଜି ଏମ. ଏନ. ଓଡ଼ିଆ ନିୟୁଜ ତରଫରୁ ସେବା ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି। ଏହି ବ୍ୟକ୍ତି ବିଶେଷ ମାନଙ୍କର ସେବା ଉଚ୍ଚ ପ୍ରସଂସ ନିୟ, ଆଜିର ଦିନରେ ଏହି ସମାଜ ରେ ଜୀବନ ସହିତ ସଂଗ୍ରାମ କରୁଥିବା ସମୟରେ ମେଡିକାଲରେ ତାଙ୍କୁ ସେବା ଯୋଗାଇଦେବା, ନିସ୍ୱ ଆସ ହାୟ ଆବାଳ ବୃଦ୍ଧ ବନିତା ଠାରୁ ଆରମ୍ଭ କରି ନିସ୍ବ ଅସହାୟ ଦରିଦ୍ର ପ୍ରପିଡ଼ିତ ପିଲାଙ୍କୁ ସ୍ୱାସ୍ଥ୍ୟସେବା ଶିକ୍ଷା ଯୋଗାଇଦେବା ଓ ବିନା ମୂଲ୍ୟରେ ଅଟ ଦ୍ଵାରା ସାଧାରଣରୋଗୀ ଓ ବିକଳାଙ୍ଗ ଙ୍କୁ ମେଡିକାଲ ଆଣି ସେବା ଯୋଗାଇଦେବା ହେଉଛି ଏହି ସେବା ରତ୍ନପ୍ରାପ୍ତ ସେବକ ଓ ସେବିକା ମାନଙ୍କର ନିତିଦିନର ସେବା । ସମାଜରେ ଏହିପରି କିଛି ଲୋକ ଅଛନ୍ତି ଯେଉଁମାନେ ଅନ୍ୟ ମାନଙ୍କ ପାଇଁ ସେମାନେ ନିଜର ଦୁଃଖକୁ ଭୁଲି ଅନ୍ୟ ଦୁଃଖରେ ଦୁଃଖିତ ହୋଇଥାନ୍ତି। ସେଇଭଳି ଆଜି 16 ଜଣ ସମାଜ ସେବୀ ଆଜି ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଉକ୍ତ ମହାନ ବ୍ୟକ୍ତିତ୍ୱ ମାନଙ୍କୁ ସମ୍ମାନିତ କରି ଏମ. ଏନ. ଓଡ଼ିଆ ନିୟୁଜ ପରିବାର ଅନେକ ଖୁସି। ଏଥିରେ ରକ୍ତଦାତା ଦୁଃଖୀ ରଙ୍କିଙ୍କୁ ସେବା ଦେଉଥିବା ବ୍ୟକ୍ତି। ଅନ୍ୟର ଅସୁବିଧାରେ ଛିଡା ହେଉଥିବା ବ୍ୟକ୍ତି ମାନଙ୍କୁ ଆମେ ପାଇ ଗର୍ବିତ ମନେ କରୁଛୁ। ଏମାନଙ୍କ ମଧ୍ୟରେ ଡା ନିରୋଜ କୁମାର ପୋଥାଳ ଯେ କି 131 ଥର ରକ୍ତ ଦେଇ ସାରିଲେଣି ବହୁତ ଖ୍ୟାତିସାରା ଭାରତବର୍ଷରେ ଅର୍ଜନ କରି ନିଜର ସ୍ୱତନ୍ତ୍ର ପରିଚୟସୃଷ୍ଟି କରିଛନ୍ତି ତାଙ୍କର ଏହି ମହାନ ସେବା ଓ ମହାନ ତାକୁ ସାରା ଭାରତବର୍ଷ ଆଜି ଗର୍ବିତ ଏପରିକି ଡଃ ନିରୋଜପୋଥାଳ ପ୍ଲାଟିଲେଟ ହେଉ କି ରକ୍ତ ହେଉ ଯେତେବେଳେ ଯେଉଁ ମୂହୁର୍ତ୍ତରେ ରୋଗି କୁ ଆବଶ୍ୟକ ପଡେ ସେ ଶତଚେଷ୍ଟାକରି ଯୋଗାଇ ଦେବାରେ ସକ୍ଷମ ହୁଅନ୍ତି ଏବଂ ଆବଶ୍ୟକ ପଡିଲେ ନିଜ ଖର୍ଚ୍ଚରେ ବସ ଯୋଗେ ହେଉ କି ଟ୍ରେନଯୋଗରେ ରୋଗିପାଖରେ ପହଞ୍ଚି ନିଜେ ରକ୍ତଦାନ କରି ବହୁ ମୂଲ୍ୟ ଜୀବନ ବଞ୍ଚାଇଆସୁଛନ୍ତି। ସେହିପରି ଜଣେ ମହାନ ପ୍ରତିଭା ଓ ବ୍ୟକ୍ତିତ୍ଵର ଅଧିକାରୀ ଶିକ୍ଷକ ଶ୍ରୀ ସୋମନାଥ ସିଂ 69 ଥର ରକ୍ତ ଦେବା ସହିତ ନାଟକ ଖେଳ ତଥା ଅନାଥ ପିଲା ମାନଙ୍କୁ ଆଣି ପାଠ ପଢ଼େଇଥିବାର ଉଲ୍ଲେଖ ଅଛି,ରାଷ୍ଟ୍ରପତି ପୁରସ୍କର ପ୍ରାପ୍ତ ଅବସର ପ୍ରାପ୍ତ ଶିକ୍ଷକ ଡା ଶଶଧର ବିଶ୍ୱାଳ,ଅବସର ପ୍ରାପ୍ତ ଶିକ୍ଷକ ଡା ଅସୀମ ଚକ୍ରବର୍ତ୍ତୀ,ଚିତ୍ତରଞ୍ଜନ ସ୍ୱାଇଁ, ବସନ୍ତ ମହାପାତ୍ର, ଜୟ ପ୍ରକାଶ ମହାନ୍ତ, ସର୍ଦ୍ଦାର ହାରି ଚରଣ ସିଂ, ସୁମିତା ଚୌବେ, ରାଜଲକ୍ଷ୍ମୀ ମିଶ୍ର, ଭାସ୍ବତୀ ପଣ୍ଡା, ସାମ୍ବାଦିକ ଗୌର ଦାସଗିରି,ବସନ୍ତ ହାଁସଦା,ସନତ କୁମାର ଦାସ, ପ୍ରତାପେଶ୍ୱର ଦାଶ ଏବଂ ସର୍ବପରି ବିନୋଦ ଲୋହାର ଯେ କି ଜଣେ ଅଟ ଡ୍ରାଇଭର କିନ୍ତୁ ସେ ପ୍ରତ୍ୟେକ ଦିନ 11 ଟାରୁ 1 ଟା ପର୍ଯ୍ୟନ୍ତ ସମସ୍ତ ରୋଗୀ ବୃଦ୍ଧ ଓ ଅସହାୟ ବ୍ୟକ୍ତିଙ୍କ ପାଇଁ 2 ଘଣ୍ଟା ତାଙ୍କ ଅଟକୁ ମାଗଣା ଯୋଗାଇ ଦେଇଥାନ୍ତି। ଏପରିକି ତାଙ୍କ ଗାଡ଼ିରେ ଦିବ୍ୟାଙ୍ଗ ମାନଙ୍କ ପାଇଁ 24 ଘଣ୍ଟା ଫ୍ରି। ଏହିଭଳି ବ୍ୟକ୍ତିତ୍ୱ ମାନଙ୍କ ପାଇଁ ଆମେ ଗର୍ବିତ। ଏବଂ ଏହି ଭାଇ ଭଉଣୀ ମାନଙ୍କ ଦୀର୍ଘାୟୁ କାମନା କରୁଛୁ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ