ଆଗାମି ଶାରଦୀୟ ଦୁର୍ଗାପୂଜା ଓ ରାବଣ ପୋଡ଼ି ଉପଲକ୍ଷେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ

Sep 15, 2025 - 18:59
 0  12
ଆଗାମି ଶାରଦୀୟ ଦୁର୍ଗାପୂଜା ଓ ରାବଣ ପୋଡ଼ି ଉପଲକ୍ଷେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ

ନୂଆପଡା : ଜୋଙ୍କ ଥାନା ଦ୍ୱାରା ଏକ ଶାନ୍ତି କମିଟି ବୈଠକ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ, ଖରିଆର ରୋଡ ସ୍ଥିତ ସଭା ଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଆଗାମି ଶାରଦୀୟ ଦୁର୍ଗାପୂଜା ଓ ରାବଣ ପୋଡ଼ି ବ୍ୟବସ୍ଥା ଉପରେ ଖରିଆର ରୋଡ ସହର ସମେତ ଜୋଙ୍କ ଥାନା ଅଧିନ ରେ ଆସୁଥିବା ଅନ୍ୟାନ୍ୟ ଗ୍ରାମ ଗୁଡିକରେ କିଭଳି ଶାନ୍ତି ଶୃଙ୍ଖଳା ସହ ପାଳନ ହେବ ବୈଠକ ରେ ଆଲୋଚନ କରାଯାଇଥିଲା । ବିଭିନ୍ନ ପୂଜା କମିଟି ସଭ୍ୟ ଙ୍କ ସହ ଏ ସମ୍ପର୍କ ରେ ବିଶଦ ରୂପେ ଆଲୋଚନା କରିବା ପାଇଁ ବୈଠକର ମୁଖ୍ୟ ଆବଶ୍ୟକତା ରହିଥିଲା । ମଁl ଦୁର୍ଗା ଙ୍କ ପୂଜା ଓ ରାବଣ ପୋଡ଼ି ବ୍ୟବସ୍ଥା ପାଇଁ ଯୋଜନା ଓ କାର୍ଯ୍ୟକ୍ରମ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ମତା ମତ ନିଆ ଯାଇଥୁଲା । ଉପରୋକ୍ତ ବୈଠକ ରେ ଜୋଙ୍କ ପୋଲିସ ଷ୍ଟେସନ ଅଧ୍ବନରେ ଥିବା ବିଭିନ୍ନ ଦୁର୍ଗାପୂଜା କମିଟିର ସଦସ୍ୟ ଗଣ୍, ଏସଡିପିଓ ନୂଆପଡ଼ା ସ୍ବାଧୀନ ମିଶ୍ର, ଅତିରିକ୍ତ ତହସିଲଦାର ଗୌରୀ ମାଝି ପାତ୍ର, ଆଇଆଇସି ପ୍ରଦୀପ କୁମାର ଧରୁଆ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସୋନିଆ ଜୈନ, କାର୍ଯ୍ୟନିର୍ବାହୀ ଅଧିକାରୀ କମଳାସେନ ରଥ, ଯନ୍ତ୍ରୀ ଇଲେକ୍ଟ୍ରିକାଲ, ଅଗ୍ନିଶମ କର୍ମଚାରୀ, ମେଡିକାଲ ଷ୍ଟାଫ୍, ଯନ୍ତ୍ରୀ ପିଏଚଡି ଖରିଆର ରୋଡ୍ ଏବଂ ବ୍ୟବସାୟୀ ସଂଘ ସଭାପତି ସନ୍ଦୀପ ଶର୍ମା, ପ୍ରେମ ଡ଼ାଗା, ମହେନ୍ଦ୍ର ସିଂ ତଲୁଜା, ପ୍ରଦୀପ ଜୈନ, ସୁନିଲ ସୋନି, ଗୋଲଡି ଅଗ୍ରୱାଲ, ଶ୍ୟାମ କେଶରୱାନି ସମେତ ସହର ର ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ