।। ଅନିର୍ଦ୍ଧିଷ୍ଟ କାଳ ପର୍ୟ୍ୟନ୍ତ ଗ୍ରାମ୍ୟ କୃଷି କର୍ମଚାରି ଙ୍କ ଶାନ୍ତି ପୂରଣ ଧାରଣା ।।

Feb 14, 2024 - 12:18
 0  5
।। ଅନିର୍ଦ୍ଧିଷ୍ଟ କାଳ ପର୍ୟ୍ୟନ୍ତ ଗ୍ରାମ୍ୟ କୃଷି କର୍ମଚାରି ଙ୍କ ଶାନ୍ତି ପୂରଣ ଧାରଣା ।।

ରାୟଗଡ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମ୍ୟ କୃଷି କର୍ମଚାରି ମାନଙ୍କ ୭ଗୋଟି ଦାବି ପୂରଣ ନେଇ ଅନିର୍ଦ୍ଧିଷ୍ଟ କାଳ ପର୍ୟ୍ୟନ୍ତ ଶାନ୍ତି ପୂରଣ ଧାରଣାରେ ବସିଛନ୍ତି। ଉକ୍ତ ଦାବୀ ଗୁଡ଼ିକ ମଧ୍ୟରେ ମୁଖ୍ୟ ଦାବୀ ରହିଛି କ୍ୟାଡ଼ର ପୁନର୍ଗଠନ, ଗ୍ରେଡ଼ ପେ ୪୨୦୦ଟଙ୍କା, ରେସିଡେନସି ପିରିୟଡ଼ କାଉଣ୍ଟ, ପଦବୀର ନାମ ଓ ପରିଚୟ, ମୋବାଇଲ କିମ୍ୱା ଲ୍ୟାପଟପ୍ ପ୍ରଦାନ, ମୂଳ ଚାକିରି ରେ ୬ବର୍ଷ ଗଣନା। ଏହିସବୁ ଦାବି ନେଇ ବାରମ୍ଵାର ଅଭିଯୋଗ କରିବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ଏବଂ ସରକାର ଆମ କଥାକୁ କର୍ଣ୍ଣପାତ କରୁ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଧାରଣା ରେ ବସିଥିବା କୃଷି କର୍ମଚାରୀ ସଂଘ ର ସଂପାଦକ ଶ୍ରୀ ପ୍ରମୋଦ କୁମାର ବିସୟି କହିଛନ୍ତି। ସେହିଭଳି ଗତ ୮ରୁ ୧୩ପର୍ୟ୍ୟନ୍ତ ଅନଲାଇନ ମାଧ୍ୟମରେ କାର୍ଯ୍ୟ ବନ୍ଦ ରଖି ମଧ୍ଯ ଦାବୀ ଗୁଡ଼ିକ ଉପସ୍ଥାପନ କରିଛୁ। କିନ୍ତୁ, ରାଜ୍ୟ ସରକାର ଏବଂ କୃଷି ବିଭାଗ ପକ୍ଷରୁ କୌଣସି ପ୍ରକାର ପ୍ରତିଶୃତି କିମ୍ୱା ସାନ୍ତ୍ଵନା ନ ମିଳିବାରୁ ଆଜିଠାରୁ ଅର୍ଥାତ ୧୩ତାରିଖ ଠାରୁ ୧୯ତାରିଖ ପର୍ୟ୍ୟନ୍ତ ଧାରଣା ରେ ବସିବୁ। ତଥାପି ସମାଧାନ ର ବାଟ ନ ଫିଟିଲେ ରାଜ୍ୟ କୃଷି ଭବନ ସମ୍ମୁଖରେ ଧାରଣା ଦେବାକୁ ବାଧ୍ୟ ହେବୁ ବୋଲି ସଭାପତି ପ୍ରଭାତ ପ୍ରକାଶ ନାୟକ କହିଛନ୍ତି।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ