ଅଗ୍ନି ବିପନ୍ନ ପରିବାରକୁ ସହାୟତାର ହାତ ବଢ଼ାଇଲା ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ

Sep 5, 2025 - 23:07
 0  6
ଅଗ୍ନି ବିପନ୍ନ ପରିବାରକୁ ସହାୟତାର ହାତ ବଢ଼ାଇଲା ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ

କୋରୁକୋଣ୍ଡା: ୫।୯, ଗରିବ ତଥା ଅଗ୍ନିକାଣ୍ଡ ରେ ସର୍ବସ୍ବ ହରାଇଥିବା ପରିବାର କୁ ସହାୟତା ର ହାତ ବଢ଼ାଇଲା ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ। ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦର ମହକୁମା ସ୍ଥିତ ଦୋରାଗୁଡାରେ ଗତ ୧ ତାରିଖ ମଧ୍ୟାହ୍ନ ସମୟରେ ସୁବାଷ ଗୌଡ଼ଙ୍କ ଘର ସଟ ସର୍କିଟ ଯୋଗୁଁ ଆସବାବପତ୍ର, ଲୁଗାପଟା, ଚାଉଳ ଏବଂ ରାସନ ସାମଗ୍ରୀ ସମେତ ସମ୍ପୂର୍ଣ୍ଣ ଘରୋଇ ଉପକରଣ ପୋଡି ନଷ୍ଟ ହୋଇଯାଇଥିଲା। ଘରେ ବୃଦ୍ଧ ବୃଦ୍ଧା ଦୁହେଁ ରହୁଥିବା ବେଳେ ସୌଭାଗ୍ୟବଶତଃ ଉଭୟ ଙ୍କ ଜୀବନ ବଞ୍ଚିଯାଇଥିଲା। ତେବେ ସେମାନଙ୍କର ଏହି ଅସୁବିଧା ସମୟରେ ବିପଦର ବନ୍ଧୁ ଭଳି ସାହାର୍ଯ୍ୟ ର ହାତ ବଢାଇଛି ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ। ଏହି ଖବର କୋରୁକୋଣ୍ଡା ବ୍ଲକ ଉତ୍କଳ ସାମ୍ବାଦିକ ସଙ୍ଘ ସଭାପତି ପ୍ରଦୀପ କୁମାର ମହାରଣା ପାଇବା ପରେ ତୁରନ୍ତ ଉଭୟ ବୃଦ୍ଧ ବୃଦ୍ଧା ଙ୍କ ନିକଟରେ ପହଁଚି ସାହାର୍ଯ୍ୟର ହାତ ବଢ଼ାଇଥିଲେ। ଏଥିସହ ସେ ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ ସଭାପତି ଅଶୋକ ମିଶ୍ର ଙ୍କୁ ଜଣାଇବା ପରେ ଆଜି ଅସହାୟ ପରିବାରଙ୍କୁ ଭେଟି ସହାୟତା ପ୍ରଦାନ କରିଛି ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ। ତେବେ ଆଜି ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘର ସମ୍ପାଦକ ବି ଶ୍ରୀନିବାସ ପାତ୍ର, କାର୍ଯ୍ୟକାରୀ ସଭାପତି, ନିରଞ୍ଜନ ମଲ, ସହ ସମ୍ପାଦକ ଶିବଦତ୍ତ ସାହୁ, ବ୍ଲକ ସମ୍ପାଦକ ଏ ଦେବାଶିଷ ପାତ୍ର, କୋଷାଧକ୍ଷ ଅବିନାସ ବେହେରା, ସୁଧାଂଶୁ ଶେଖର ମହାନ୍ତି, ଦିପଙ୍କର କୀର୍ତ୍ତନିଆ, ସୁରେନ୍ଦ୍ର ହାଲବା ଅସହାୟ ପରିବାର କୁ ଭେଟି ଆବଶ୍ୟକୀୟ ସାମଗ୍ରୀ ଭାବେ ଚାଉଳ ଏବଂ ରାସନ ସାମଗ୍ରୀ ସମେତ ବସ୍ତ୍ର ଆଦି ପ୍ରଦାନ କରିଛନ୍ତି। ତେବେ ସଙ୍ଘ ର ଟିମ ଯାଇ ଅସହାୟ ପରିବାର କୁ ଭେଟି ଏହି ସାମଗ୍ରୀ ସବୁ ପ୍ରଦାନ କରିବା ପରେ ଉଭୟ ବୃଦ୍ଧ ଏବଂ ବୃଦ୍ଧା ଙ୍କ ମୁହଁ ରେ ହସର ଲହରୀ ଖେଳିଯାଇଥିଲା। ତେବେ ଉତ୍କଳ ସାମ୍ବାଦିକ ସଙ୍ଘର ଏପରି ପ୍ରୟାସ କୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ