।। ୫ ସହ ଲିଟର ଦେଶୀ ରନ୍ଧା ମଦ ଜବତ ସହ ୧୪ ସହ ଲିଟର ରନ୍ଧା ମଦ ପ୍ରସ୍ତୁତ ପାଇଁ ଥିବା ମହୁଲ ପୋଚ ନଷ୍ଟ କଲା ପୋଲିସ ।।

Apr 27, 2024 - 18:58
 0  20
।। ୫ ସହ ଲିଟର ଦେଶୀ ରନ୍ଧା ମଦ ଜବତ ସହ ୧୪ ସହ ଲିଟର ରନ୍ଧା ମଦ  ପ୍ରସ୍ତୁତ ପାଇଁ ଥିବା ମହୁଲ ପୋଚ  ନଷ୍ଟ କଲା ପୋଲିସ ।।

ସବୁ ଖେଲ ବିଗାଡି ଦେଲା ଟିଟିଲାଗଡ ପୋଲିସ ୫ ସହ ଲିଟର ଦେଶୀ ରନ୍ଧା ମଦ ଜବତ ସହ ୧୪ ସହ ଲିଟର ରନ୍ଧା ମଦ ପ୍ରସ୍ତୁତ ପାଇଁ ଥିବା ମହୁଲ ପୋଚ ନଷ୍ଟ କଲା ପୋଲିସ । ନିର୍ବାଚନ ପାଇଁ ଚଢ଼ା ଦରରେ ବିକ୍ରୀ କରି ଥାନ୍ତେ ବଲାଙ୍ଗୀର/ଟିଟିଲାଗଡ, ତା ୨୬-୦୪:ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଥାନା ଅନ୍ତର୍ଗତ ଡୁମେରବାହାଲ ଡେମ ନିକଟସ୍ତ କୁଟରାକେନ ଜଙ୍ଗଲ ରେ ଟିଟିଲାଗଡ ପୋଲିସ ଚଢ଼ାଉ କରି ପାଞ୍ଚ ଶହ ଲିଟର ଦେଶୀ ରନ୍ଧା ମଦ ଜବତ ସହ ୧୪ ସହ ଲିଟର ପରିମାଣ ର ମହୁଲ ପୋଚ ନଷ୍ଟ କରିଥିବା ଟିଟିଲାଗଡ ପୋଲିସ ପ୍ରଶାସନ ଏକ ପ୍ରେସ ବିଜ୍ଞପ୍ତି ରେ ସୂଚନା ଦେଇଛି । ଏହି ଜଙ୍ଗଲ ମଝିରେ ବିପୁଳ ମହୁଲ ପୋଚ ସଂଗ୍ରହ କରି ବେଶୀ ନିଶା ସହ ଶୀଘ୍ର ମହୁଲପୋଚ ରୁ ରନ୍ଧା ମଦ ପ୍ରସ୍ତୁତ ପାଇଁ ୟୁରିଆ ସାର ମିଶେଇ ଦେଇ ଥାନ୍ତି,ଯାହା କି ଉକ୍ତ ରନ୍ଧା ମଦ ଯୋଗୁଁ କ୍ରମାଗତ ପିଇ ଲୋକେ ମୃତ୍ୟୁ ର ଶିକାର ହୋଇ ଥାଆନ୍ତି । ଟିଟିଲାଗଡ ଥାନା ଅଧିକାରୀ ଅବନୀ ସାହୁ ଗୋପନୀୟ ଭାବେ ଅନୁସନ୍ଧାନ କରି ଏକ ପୋଲିସ ଟିମ ସହ ଚଢ଼ାଉ କରି ବିପୁଳ ପରିମାଣ ର ରନ୍ଧା ମଦ ଓ ମଦ ପ୍ରସ୍ତୁତ ପାଇଁ ଥିବା ମହୁଲ ପୋଚ ନଷ୍ଟ କରିଥିବା ନେଇ ଟିଟିଲାଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଅଙ୍କିତା କୁମ୍ଭାର ସୂଚନା ଦେଇଛନ୍ତି, ମଦ ପ୍ରସ୍ତୁତି ସାମଗ୍ରୀ ଗୁଡିକ ଜବତ ସହ ଅଭିଯୁକ୍ତ ଙ୍କୁ ଖୁବ୍ ଶୀଘ୍ର ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ।

ଟିଟିଲାଗଡ ରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ