।। ୩୯ ତମ ଲକ୍ଷ୍ମୀ ପୂଜା,,ଓ ପ୍ରଥମ ଥର ଆରମ୍ଭ। ହେଲା ଧନୁଯାତ୍ରା ।।

Dec 25, 2023 - 05:49
 0  9
।। ୩୯  ତମ ଲକ୍ଷ୍ମୀ ପୂଜା,,ଓ ପ୍ରଥମ ଥର ଆରମ୍ଭ। ହେଲା ଧନୁଯାତ୍ରା ।।

ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼, ବ୍ଳକ୍ ଅନ୍ତର୍ଗତ ଦିଗ୍ ସିରା ଗ୍ରାମପଞ୍ଚାୟତ ରେ ବହୁ ଧୁମଧାମରେ ଅନୁଷ୍ଠିତ ହୋଇଛି ଧନୁଯାତ୍ରା ଏଥିରେ ଛୋଟ ଛୁଆ ମାନଙ୍କ ଖେଳ କୌତୁହଳ କୁ ଧ୍ୟାନରେ ରେ ରଖି ବିଭିନ୍ନ ପ୍ରକାରର ଦୋଳି ତଥା ବିଭିନ୍ନ ସହର ରାଜ୍ୟ ରୁ ନିମନ୍ତ୍ରିତ ବିଭିନ୍ନ ବ୍ୟବସାୟି ଉପସ୍ଥିତ ହୋଇ ତାଙ୍କର ମିନା ବଜାର୍ ଖେଳଣା ଦୋକାନ , ମହିଳା ଙ୍କ ପାଇଁ ଅଳଙ୍କାର ଦୋକାନ, ନୂତନ ଭାବେ ପ୍ରସ୍ତୁତ ହୋଇଥିବା ଜଳଖିଆ ଦୋକାନ ଆଦି ମିନା ବଜାର ରେ ଦେଖିବାକୁ ମିଳିଛି । ମାଁ ମହାଲକ୍ଷ୍ମୀ ଙ୍କ ପୂଜା ଅବସରରେ କଂସ ଦରବାର ତଥା ଗୁଣିଗ୍ୟାନି ଙ୍କ ପ୍ରବଚନ ମଧ୍ୟ ଦେଖିବାକୁ ମିଳିଥିଲା । ଏଭଳି ନୃତ୍ୟ ରଙ୍ଗ ପ୍ରବଚନ ମାଧ୍ୟମରେ ଏହି ଧନୁଯାତ୍ରା ଅନୁଷ୍ଠିତ ହୋଇଛି ଏଥିରେ ପୂଜା କମିଟି ର ସଭାପତି ଶ୍ରୀ ଆନନ୍ଦ ବେହେରା , ସମ୍ପାଦକ ଟିକେରାମ ସାହୁ , କୋଷାଧ୍ୟକ୍ଷ ବିଦୁର ବେହେରା ତଥା ପ୍ରବଚକ ତରଣି ସେନ ବେହେରା , ତଥା ଅନ୍ୟାନ୍ୟ ପଚାଶରୁ ଉର୍ଦ୍ଧ୍ବ କାର୍ଯ୍ୟକର୍ତ୍ତା ଏବଂ ଉକ୍ତ ଗ୍ରାମବାସୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ବହୁ ଆଡ଼ମ୍ବର ସହ ଅନୁଷ୍ଠିତ ହୋଇଛି ।

 ଦିଗସିରା ରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ