।। ୨୭ ଦଫା ଦାବି ନେଇ ମୁନିଗୁଡ଼ା ବିଜେପି ପକ୍ଷରୁ ଜନଆକ୍ରୋଶ ବ୍ଲକ ଘେରାଉ ଓ ପ୍ରତିବାଦ ସଭା ।।

Dec 12, 2023 - 17:24
 0  21
।। ୨୭ ଦଫା ଦାବି ନେଇ ମୁନିଗୁଡ଼ା ବିଜେପି ପକ୍ଷରୁ ଜନଆକ୍ରୋଶ ବ୍ଲକ ଘେରାଉ ଓ ପ୍ରତିବାଦ ସଭା ।।

ରାୟଗଡ଼ା ଜିଲ୍ଲା ମୁନିଗୁଡା,୧୨/୧୨/୨୦୨୩ ରାଜ୍ୟରେ ବର୍ତମାନ ବିଜେପି ପ୍ରମୁଖ ବିରୋଧୀ ଦଳର ଭୂମିକା ନିର୍ବାହ କରୁଥିବା ବେଳେ। ଆଜି ମୁନିଗୁଡା ବିଜେପି ପକ୍ଷରୁ ଦୁର୍ନୀତି, ଭାଷ୍ଟାଚାର ଓ ଅଗଣତାନ୍ତ୍ରିକ ଶାସନ ବିରୋଧରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ୨୭ ଗୋଟି ଦଫା ଦାବିରେ ଏକ ଜନଆକ୍ରୋଶ ସଭା ଆୟୋଜନ କରାଯାଇଥିଲା । ମୁନିଗୁଡା ମଣ୍ଡଳ ସଭାପତି ଜଗା ଶବର ଓ ଅମ୍ବାଦଳା ମଣ୍ଡଳ ସଭାପତି ପରମେଶ୍ବର ରାଓଙ୍କ ନେତୃତ୍ୱରେ ଶତାଧୂକ ବିଜେପି କର୍ମୀ ଏହି ଧାରଣାରେ ସାମିଲ ହୋଇ ମୁନିଗୁଡା କନକ ପରମେଶ୍ବରୀ ମନ୍ଦିର ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ଅଗଣତାନ୍ତ୍ରିକ ଶାସନ ବିରୁଦ୍ଧରେ ନାରା ଦେବା ସହ ମୁନିଗୁଡା ପଞ୍ଚାୟତ ସମିତି ନିକଟରେ ପହଞ୍ଚି ମୁନିଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ବ୍ଲକ ଘେରାଉ ବିଷୟରେ ୨୭ ଗୋଟି ଦଫା ଦାବି ନେଇ ଅବଗତ କରାଇଥିଲେ। । ଏହି ବ୍ଲକ ଘେରାଉରେ ମୁନିଗୁଡା ମଣ୍ଡଳ ସଭାପତି ଜଗା ଶବର, ଅମ୍ବାଦଳା ମଣ୍ଡଳ ସଭାପତି ପରମେଶ୍ବର ରାଓଙ୍କ ସମେତ ରାଜ୍ୟ ଓବିଶି ମୋର୍ଚ୍ଚା ଉପ ସଭାପତି ରାମ ଚନ୍ଦ୍ର ବେହେରା, ପୂର୍ବତନ ବିଜେପି ଜିଲ୍ଲା ସମ୍ପାଦକ ରମେଶ ଚନ୍ଦ୍ର ସାମନ୍ତ, ଏସି ମୋର୍ଚ୍ଚା ସଭାପତି ଗରିବ ଗରଡ଼ିଆ, ଯୁବ ମୋର୍ଚ୍ଚା ସଭାପତି ନରେନ୍ଦ୍ର ନାଗ,ବରିଷ୍ଠ ବିଜେପି ନେତା ବଳଭଦ୍ର ଆଚାରି, ଆଗୁଳ ସମିତି ସଭ୍ୟ ସୁବାସ ପ୍ରଷ୍କାକା, ଜିଲ୍ଲା ସାଧାରଣ ସମ୍ପାଦକ ସୁଶୀଳା ସରଫ, ଅମ୍ବାଦଳା ମଣ୍ଡଳ ସାଧାରଣ ସମ୍ପାଦକ ରବୀନ୍ଦ୍ର ବିଶ୍ୱାଳ, ଅମ୍ବାଦଳା ମଣ୍ଡଳ ସାଧାରଣ ସମ୍ପାଦକ ଲବ ପାଢ଼ୀ, ବରିଷ୍ଠ ବିଜେପି ନେତା ଶ୍ରିନୁ ମୁଟୁକା , ମହିଳା ମୋର୍ଚ୍ଚା ନେତ୍ରୀ ରୁନୁ ସିକା,ମିନ ଗୈଡ,ସିଲୁବାଗ, ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଘେରାଉ ଓ ପ୍ରତିବାଦ ସଭାରେ ବିଭିନ୍ନ ପଞ୍ଚାୟତ ର ଓ ଅମ୍ବାଦଳା ଅଞ୍ଚଳରୁ ଶତାଧିକ ବିଜେପି କର୍ମୀ ଯୋଗଦେଇଥିବା ଦେଖିବାକୁ ମିଳିଥିଲା।

 ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ