୧୬ ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଓ ୩୦ ଲିଟର ଫେଣ ଯୁକ୍ତ ସଲପ ତାଡି ଜବତ

Dec 3, 2025 - 12:06
 0  36
୧୬ ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଓ ୩୦ ଲିଟର ଫେଣ ଯୁକ୍ତ ସଲପ ତାଡି ଜବତ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୦୨.୧୨.୨୦୨୫ ରିଖ: ଅବକାରୀ ଅଧିକ୍ଷକ ଶ୍ରୀ ପ୍ରତାପ କୁମାର ଦାସ ଙ୍କ ନିର୍ଦ୍ଦେଶ କ୍ରମେ, ଅବକାରୀ ନିରୀକ୍ଷକ ଦିଲ୍ଲୀପ କୁମାର ରଥ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ,୧.ନବରଙ୍ଗପୁର ଥାନା ଅନ୍ତର୍ଗତ,ପଖନାଗୁଡା ଛକ ନିକଟରେ ଅବକାରୀ ପଇଁତରା କରୁ ଥିବା ସମୟରେ, ତେନ୍ତୁଳୀଖୁଣ୍ଟି ଥାନା ଅନ୍ତର୍ଗତ ନରସିଂହ ଗୁଡା ଗ୍ରାମର ଜଣେ ପୁରୁଷ ଆସାମୀ କୃପା ସିନ୍ଧୁ ବିଷୋୟୀ ନିକଟରୁ ୩୦ ( ତିରିଶି ) ଲିଟର ଫେଣ ଯୁକ୍ତ ସଲପ ତାଡି ଓ ଗୋଟିଏ ପୁରୁଣା ସାଇକେଲ ଜବତ କରାଗଲା ! ୨. ନବରଙ୍ଗପୁର ଥାନା ଅନ୍ତର୍ଗତ ଯେଟୁଗୁଡା ଗ୍ରାମରେ ଚଢ଼ାଉ କରି ଜଣେ ପୁରୁଷ ଆସାମୀ,ଖଗ ବିଷୋୟୀ ନିକଟରୁ ୧୬ ( ଷୋହଳ ) ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ କରାଗଲା ! ଆସାମୀ ଦୁଇ ଜଣଙ୍କୁ ମାନ୍ୟବର SDJM ଙ୍କ ଅଦାଲତ ରେ ହାଜର କରାଗଲା, vide PR No- 99/2025-26 ଓ 100/2025-26 of Inspetor of Excise Nabarang pur Range ରେ ମକଦ୍ଦମା ରୁଜୁ କରାଗଲା ! ଏହି ଚଢାଉ ରେ ରିସମା ସୁନା, ସୁଧାଂଶୁ ଶେଖର ବାଘ ଓ ଅକ୍ରମ ଖାଁ ସହଯୋଗ କରି ଥିଲେ ।

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ