୧୫ ବର୍ଷରୁ କମ ଓଡିଶା ମହିଳା କ୍ରିକେଟ ଦଳରେ ମୟୁରଭଞ୍ଜର ସନ୍ଧ୍ୟା
ବାରିପଦା - ତା :- ୨୪/୧୨/୨୦୨୫ ରିଖ ମହାରାଷ୍ଟ୍ରର ନାଗପୁର ଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ୧୫ ବର୍ଷରୁ କମ ବି ସି ସି ଆଇ ଟ୍ରଫି ପାଇଁ ମୟୁରଭଞ୍ଜର ଲକ୍ଷ୍ମୀ ଭଗତ ଓଡିଶା ଦଳରେ ସ୍ଥାନ ପାଇଛନ୍ତି I ଆନ୍ତଃଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଉଚ୍ଚମାନର ଖେଳ ପ୍ରଦର୍ଶନ କରି ସେ ଓଡିଶା ଦଳରେ ସ୍ଥାନ ପାଇ ଜିଲ୍ଲା ତଥା ବାରିପଦା ପାଇଁ ସୁନାମ ଆଣିଛନ୍ତି I ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧୨ ନଂ ୱାର୍ଡ ସ୍ଥିତ ପ୍ରଫୁଲ୍ଲନଗର ନିବାସୀ ବିଷ୍ଣୁ ଭଗତ ଓ ସୁମନ ଭଗତଙ୍କ ଝିଅ ଲକ୍ଷ୍ମୀ, ମହୁଲିଆ ସ୍ଥିତ ସେକ୍ରେଡ଼ ସନସାଇନ ସ୍କୁଲର ୭ମ ଶ୍ରେଣୀର ଛାତ୍ରୀ I ଝିଅର କ୍ରିକେଟ ଖେଳିବାର ଇଛାଶକ୍ତି ଦେଖି ବାପା ତା'ର ପ୍ରଶିକ୍ଷଣ ପାଇଁ ଲେଟ କଟ କ୍ଲବ ଅଧୀନରେ ଥିବା କ୍ରିକେଟ କୋଚିଂ ଶିବିରରେ ଛାଡିଥିଲେ I ପୂର୍ବତନ ରଣଜୀ ଖେଳାଳି ଦେବୀଦତ୍ତ ମହାନ୍ତିଙ୍କ ଠାରୁ ପ୍ରଶିକ୍ଷଣ ପାଇ ସେ ଓଡିଶା ଦଳରେ ସ୍ଥାନ ପାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି I ସହ କୋଚ ଦିବ୍ୟଲୋଚନ ଦାଶ ମଧ୍ୟ ତା'ର ଖେଳ ପାଇଁ ବିଭିନ୍ନପ୍ରକାର ସାହାଯ୍ୟ ସହଯୋଗ କରିଛନ୍ତି I ପ୍ରଥମ ଥର ପାଇଁ ମୟୁରଭଞ୍ଜ ଜିଲ୍ଲାରୁ ଓଡିଶା ଦଳରେ ସ୍ଥାନ ପାଇ ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ବୋଲି କୋଚ ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି I ଖବର ପାଇ ଲେଟକଟ କ୍ଲବର ସଭାପତି ଗିରିଶ ଚନ୍ଦ୍ର ଦାସ, ସମ୍ପାଦକ ଦୀପକ କୁମାର ଦାଶ ଓ ସମସ୍ତ ସଦସ୍ୟ, ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, କ୍ରିକେଟ ସମ୍ପାଦକ ହରପ୍ରସାଦ ପାତ୍ର ଓ ପ୍ରସନ୍ନଜିତ ମହାନ୍ତି, ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ, ତଥା ସମସ୍ତ ସଦସ୍ୟ, ବିଦ୍ୟାଳୟର ଅଧ୍ୟକ୍ଷ, ଶିକ୍ଷକ / ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ଅଭିନନ୍ଦନ ଜଣାଇବା ସହ ଆଗାମୀ ଖେଳ ପାଇଁ ସଫଳତା କାମନା କରିଛନ୍ତି I
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0