୧୨ଟା ୪ ମିନିଟରେ ହେବ ବିସ୍ଫୋରଣ:ଏମ୍ସ, ଆପୋଲୋ, ଫର୍ଟିସ ସମେତ ଦେଶର ବଡ଼ ବଡ଼ ହସପିଟାଲକୁ ଉଡ଼ାଇବାକୁ ଧମକ

Aug 20, 2024 - 21:06
 0  196
୧୨ଟା ୪ ମିନିଟରେ ହେବ ବିସ୍ଫୋରଣ:ଏମ୍ସ, ଆପୋଲୋ, ଫର୍ଟିସ ସମେତ ଦେଶର ବଡ଼ ବଡ଼ ହସପିଟାଲକୁ ଉଡ଼ାଇବାକୁ ଧମକ

ନୂଆଦିଲ୍ଲୀ: ଦିଲ୍ଲୀର ଏମ୍ସ, ଓପୋଲୋ ସମେତ ଅନେକ ହସ୍ପିଟାଲକୁ ବୋମା ମାଡ଼ ଧମକ ମିଳିଛି। ଅପରାହ୍ନ ୧୨ଟା ୪ମିନିଟରେ ବିସ୍ଫୋରଣ ହେବ ବୋଲି ଇମେଲରେ କୁହାଯାଇଛି। ଏହା ପରେ ଆତଙ୍କ ଖେଳିଯାଇଛି ।ପୁଲିସର ସୂଚନା ଅନୁସାରେ, ଏମ୍ସ, ଫୋର୍ଟିସ୍, ଆପୋଲୋ ଏବଂ ସାର୍ ଗଙ୍ଗା ରାମ ଭଳି ବଡ଼ ଓ ପ୍ରସିଦ୍ଧ ହସ୍ପିଟାଲକୁ ଏକାସାଙ୍ଗରେ ଏପରି ଧମକପୂର୍ଣ୍ଣ ଇମେଲ୍ ଆସିଛି। ଏହି ଧମକପୂର୍ଣ୍ଣ ଇମେଲ୍ ପରେ ହଇଚଇ ସୃଷ୍ଟି ହୋଇଛି। ଦିଲ୍ଲୀ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଆପଣଙ୍କୁ କହିରଖୁଛୁ ଯେ ଏହା ପୂର୍ବରୁ ମଧ୍ୟ ରାଜସ୍ଥାନର କେତେକ ହସପିଟାଲକୁ ଏଭଳି ଧମକ ମିଳିସାରିଛି ।ଦିଲ୍ଲୀ ଅଗ୍ନିଶମ ସେବା (ଡିଏଫଏସ)ର ଜଣେ ଅଧିକାରୀ କହିଛନ୍ତି ଯେ ଅପରାହ୍ନ ୧ଟା ୪ମିନିଟରେ ନାଙ୍ଗଲୋଇର ଏକ ଡାକ୍ତରଖାନାରୁ ଏବଂ ଅପରାହ୍ନ ୧ଟା ୭ମିନିଟରେ କେନ୍ଦ୍ରୀୟ ଦିଲ୍ଲୀର ଚାଣକ୍ୟପୁରୀସ୍ଥିତ ପ୍ରିମସ ହସ୍ପିଟାଲରୁ ଏକ କଲ୍ ଆସିଥିଲା। ଉଭୟ ହସ୍ପିଟାଲକୁ ବୋମା ଧମକ ମିଳିଥିବା ସୂଚନା ମିଳିଛି। ଦିଲ୍ଲୀ ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀ ଏମ୍ସ ଓ ଆପୋଲୋ ହସ୍ପିଟାଲ ସମେତ ଅନ୍ୟ ହସ୍ପିଟାଲଗୁଡ଼ିକୁ ମଧ୍ୟ ଧମକପୂର୍ଣ୍ଣ ମେଲ୍ ଆସିଛି। ଘଟଣାସ୍ଥଳରେ ଦମକଳ ବାହିନୀ, ବୋମା ନିଷ୍କ୍ରିୟକାରୀ ଦଳ ଓ ପୁଲିସ ପହଞ୍ଚିଛି। ଏ ନେଇ ଗଭୀର ତଦନ୍ତ ଚାଲିଛି। ମାମଲାର ଅଧିକ ବିବରଣୀକୁ ଅପେକ୍ଷା କରାଯାଇଛି।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ