ୟୁ.ଏ.ଏସ୍ ପ୍ରଚଳନକୁ ବିରୋଧ ଥୁଆମୂଳ ରାମପୁର ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଦାବିପତ୍ର ପ୍ରଦାନ

Aug 2, 2025 - 18:08
 0  10
ୟୁ.ଏ.ଏସ୍ ପ୍ରଚଳନକୁ ବିରୋଧ ଥୁଆମୂଳ ରାମପୁର ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଦାବିପତ୍ର ପ୍ରଦାନ

ବିଦ୍ୟାଳୟରେ ଆବଶ୍ୟକୀୟ ଭିତ୍ତିଭୂମି ନ ଥାଇ ୟୁ.ଏ.ଏସ ଲାଗୁ କରିବା ବିଭାଗୀୟ ଦୂରଦୃଷ୍ଟି ଅଭାବ ବୋଲି ଥୁଆମୂଳ ରାମପୁର ପ୍ରାଥମିକ ଶିକ୍ଷକ ସଂଘ ଦାବି କରିଛି । ନିକଟ ଅତୀତରେ କଳାହାଣ୍ଡି ଜିଲ୍ଲା ପ୍ରାଥମିକ ସଂଘ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ, ଶିକ୍ଷା ସଚିବ, ଓସେପା ନିର୍ଦେଶକ ଓ ପ୍ରାଥମିକ ଶିକ୍ଷା ନିର୍ଦେଶକଙ୍କୁ ଆବଶ୍ୟକୀୟ ଭିତ୍ତିଭୂମି ଯଥା ଶିକ୍ଷକ ନିଯୁକ୍ତି,ମୋବାଇଲ କିମ୍ବା ଲାପଟପ ପ୍ରଦାନ,ନେଟ ପେକ ର ବ୍ୟବସ୍ଥା,ଏବଂ କମ୍ପୁଟର ଶିକ୍ଷକ ନିଯୁକ୍ତି ନ ହେବା ପର୍ଯ୍ୟନ୍ତ ୟୁ.ଏ.ଏସ ପ୍ରଚଳନ ବ୍ୟବସ୍ଥାକୁ ସ୍ଥଗିତ ରଖିବା ପାଇଁ ମାନନୀୟ କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ଦାବିକରାଯାଇଥିଲା । ସାମ୍ପ୍ରତିକ ପରିସ୍ଥିତିରେ ବିଦ୍ୟାଳୟରେ ଶିକ୍ଷକ ଅଭାବ, ଶିଶୁବାଟିକା ପାଇଁ ଶ୍ରେଣୀଗୃହ ଅଭାବ ଅଣଶିକ୍ଷା ଦାନ କାର୍ଯ୍ୟକ୍ରମ ଶିକ୍ଷକମାନଙ୍କ ଉପରେ ବୋଝ । ଏତତ ବ୍ୟତୀତ ଓଡିଶା ପ୍ରାଥମିକ ବିଦ୍ୟାଳୟ ସମୂହକୁ ଆକଳନ କଲେ ଜଣାଯାଏ ଯେ ସମଗ୍ର ରାଜ୍ୟରେ ୬୦ପ୍ରତିଶତ ବିଦ୍ୟାଳୟରେ ୪୦ ରୁ ୫୦ ଜଣ ଛାତ୍ର ଛାତ୍ରୀ ରହିଛନ୍ତି,ସରକାରୀ ନିୟମ ଅନୁଯାୟୀ ଅନୁନ୍ୟ ଗୋଟିଏ ବିଦ୍ୟାଳୟରେ ୨ ଜଣ ଶିକ୍ଷକ ରହନ୍ତି ଏଭଳି ମଧ୍ୟ ବିଦ୍ୟାଳୟ ଅଛି ଯେଉଁଠି ୩୦୦ ରୁ ୭୦୦ ଛାତ୍ର ଛାତ୍ରୀ ସେଠାରେ ମଧ୍ୟ ପି.ଟି.ଆର ମୁତାବକ ଶିକ୍ଷକ ନାହାନ୍ତି କିମ୍ବା ଶ୍ରେଣୀ ୱାରୀ ଶିକ୍ଷକ ନାହାନ୍ତି । ଏହିପରି ସ୍ଥିତି ରେ ୟୁ.ଏ.ଏସ ଲାଗୁ କରିବା ସମ୍ଭବ ନୁହେଁ । ଏଣୁ ନିବେଦନ ତୁରନ୍ତ ବିଭିନ୍ନ ବର୍ଗ ର ପଦବୀକୁ ପୂରଣ କରିବା ସହ ଶିକ୍ଷକମାନଙ୍କୁ ବୋଝମୁକ୍ତ କରାଇଲେ ୟୁ.ଏ.ଏସ ତଥା ଶିଶୁବାଟିକା ବ୍ୟବସ୍ଥା ସାକାର ହୋଇପାରିବ । ଯେ ପର୍ଯ୍ୟନ୍ତ ଉପଯୁକ୍ତ ଭିତ୍ତିଭୂମି ନ କରାଯାଇଛି, ୟୁ.ଏ.ଏସ ବନ୍ଦକରିବାକୁ ନେଇ ଥୁଆମୂଳରାମପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସଭାପତି ଶ୍ରୀଯୁକ୍ତ ଅଜିତ କୁମାର ନାୟକଙ୍କ ନେତୃତ୍ୱରେ ସ୍ଥାନୀୟ ମା ମାଣିକେଶ୍ବରୀ ମନ୍ଦିର ନିକଟରୁ ଏକ ରେଲି କରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଦାବି ପ୍ରଦାନ କରାଯାଇଥିଲା ଏହି ରେଲିରେ ଜିଲ୍ଲା ଯୁଗ୍ମ ସମ୍ପାଦକ ଉପେନ୍ଦ୍ର ପ୍ରଧାନ, ବ୍ଲକ ସମ୍ପାଦକ ସୁରେଶ ଚନ୍ଦ୍ର ନାଏକ, ଉପସଭାପତି ସୁବାଷଚନ୍ଦ୍ର ନାଏକ, ଯୁଗ୍ମ ସମ୍ପାଦକ ସଂଗ୍ରାମ କେଶରୀ ବେହେରା, କୋଷାଦକ୍ଷ ମାଧବ ଚନ୍ଦ୍ର ନାଏକ, କୋଡିନେଟର ଚୈତନ୍ୟ ନାଏକ, ଅର୍ଣ୍ଣପୂର୍ଣ୍ଣ ବାଗ,ଉପସଭାନେତ୍ରୀ ସୁକାନ୍ତି ନାଏକ କର୍ମକର୍ତା ଉପସ୍ଥିତ ଥିବା ବେଳେ ଜିଲ୍ଲା କୋରକମିଟି ସଦସ୍ୟ ସୁବାଷ ବିଶ୍ୱାଳ, ରାମେଶ୍ୱର ନାଏକ ଏବଂ ୧୪ ଗୋଟି କ୍ଲଷ୍ଟରରୁ ଆସିଥିବା ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ