।। ହୃଦଘାତରେ ପୋଲିସ କନେଷ୍ଟବଳ ଅକାଳ ମୃତ୍ୟୁ ।।

Jun 18, 2024 - 20:52
 0  59
।। ହୃଦଘାତରେ ପୋଲିସ କନେଷ୍ଟବଳ ଅକାଳ ମୃତ୍ୟୁ ।।

ପାଟଣା ଥାନାରେ ପୋଲିସ କନେଷ୍ଟବଳ ଭାବେ କାର୍ଯ୍ୟ କରୁଥିବା ପ୍ରଦୀପ ମହାପାତ୍ର(୫୮)ଙ୍କ ହୃଦଘାତରେ ପରଲୋକ ହୋଇ ଯାଇଛି। ଖବର ମିଳିଛି କି କେନ୍ଦେଇପଶି ଗ୍ରାମର ଶ୍ରୀ ମହାପାତ୍ର ପାଟଣା ଥାନାରେ ନିଯୁକ୍ତ ଥିବା ବେଳେ ଝିଅ ବାହାଘର ଲାଗି ଛୁଟିରେ ଥିଲେ। ଝିଅ ବାହାଘର ଚଳିତ ଜୁନ୍ ୨୩ ତାରିଖରେ ହେବାର ଥିଲା। ରବିବାର ରାତିରେ ସ୍ବାଭାବିକ ଭାବେ ସେ ଖାଇ ଶୋଇ ଯାଇଥିଲେ ହେଲେ ଭୋର୍ ସକାଳୁ ଛାତିରେ ଅଚାନକ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପାଟଣା ଥାନା ପକ୍ଷରୁ ଶବ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରା ଯାଇଛି ଏବଂ ଏକ ଅପମୃତ୍ୟୁ ମାମଲା ଦରଜ କରା ଯାଇଛି ।

କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ