।। ହିନ୍ଦୀ ବିଦ୍ୟା ବାଚସ୍ପତି ସମ୍ମାନ ରେ ସମ୍ମାନିତ ହେଲେ ତରବୋଡ଼ ର ଡ଼. ମାଧୋପ୍ରସାଦ ।।

ଜାତୀୟ ହିନ୍ଦୀ ସେମିନାର ଓ ବିଦ୍ୟା ବାଚସ୍ପତି ସମ୍ମାନ ସମାରୋହ ଏକ ବର୍ଣ୍ଣାଢ୍ୟ ପରିବେଶରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ହିନ୍ଦୀ ଵିଦ୍ୟାପୀଠ,( ମଥୁରା ) ଠାରେ ଅନୁଷ୍ଠିତ ହୋଇ ଯାଇଛି । ଭୋପାଳସ୍ଥିତ ପଞ୍ଚତାରକା ଆଡିସନ ହୋଟେଲରେ ଏହି କାର୍ୟ୍ୟକ୍ରମଟି ସୁଚାରୁରୂପେ ସମ୍ପନ୍ନ ହୋଇ ଯାଇଛି । ଉକ୍ତ ସମାରୋହର ଉଦ୍ଦେଶ୍ୟ ହେଉଛି ଜାତୀୟ ସ୍ତରରେ ହିନ୍ଦୀର ପ୍ରଚାର ପ୍ରସାର ତଥା ସୃଜନୀମୁଳକ ଲେଖା ପାଇଁ ବହୁ ବିଶିଷ୍ଠ ବ୍ୟକ୍ତିଙ୍କୁ ସମ୍ମାନିତ କରିବା । ଏହି ସମ୍ମିଳନୀରେ ମଧ୍ୟ ପ୍ରଦେଶର ଅବସରପ୍ରାପ୍ତ ଜିଲ୍ଲା ବିଚାରପତି ଶ୍ରୀ ଦେବେନ୍ଦ୍ର କୁମାର ଜୈନ ମୁଖ୍ୟ ଅତିଥିର ଆସନ ଅଳଙ୍କୃତ କରିଥିଲେ । ଡ଼ଃ ଇନ୍ଦୁ ଭୂଷଣ ମିଶ୍ର , କୁଳପତି ଏହି ସମାରୋହରେ ସଭାପତିତ୍ବ କରିଥିଲେ । ପଣ୍ଡିତ ଧୀରେନ୍ଦ୍ର ଚତୁର୍ବେଦୀ, ଅବସରପ୍ରାପ୍ତ ଅତିରିକ୍ତ ଡ଼ି.ପି.ଆ, ଣିକ୍ଷା ବିଭାଗ, ମଧ୍ୟ ପ୍ରଦେଶ, ସ୍ବତନ୍ତ୍ର ଅତିଥି ରୂପେ ଆମନ୍ତ୍ରିତ ହୋଇଥିଲେ । ଶ୍ରୀ ବିଷ୍ନୁକାନ୍ତ କାନାନେ, ରାଜ୍ୟର ଟେକନିକାଲ ଶିକ୍ଷା ବିଭାଗ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ଡ଼କ୍ଟର ବିଶ୍ୱନାଥ ପାଣିଗ୍ରାହୀ ସମାରୋହର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ବୈଦିକ ମନ୍ତ୍ର ଧ୍ୱନି ତଥା ଦୀପ ପ୍ରଜ୍ଜ୍ୱଳନ ସହିତ ଅନୁଷ୍ଠିତ ହୋଇଥିଲା । ଓଡିଶାର ସ୍ୱନାମଧନ୍ୟ ସାମାଜିକ କର୍ମୀ ଶ୍ରୀ ମାଧୋପ୍ରସାଦ ସାହୁଙ୍କୁ ତାଙ୍କର ବହୁମୁଖୀ ପ୍ରତିଭା ପାଇଁ ବିଦ୍ୟା ବାଚସ୍ପତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅନେକ ପ୍ରମୁଖ ପ୍ରତିଭାବାନ ଶିକ୍ଷାବିତ, ସାମାଜିକ କର୍ମୀ, କଳାକାରମାନଙ୍କୁ ମଧ୍ୟ ମାନପତ୍ର ସହ ସମ୍ମାନିତ କରାଯାଇଥିଲା । ଆଚାର୍ଯ୍ୟ ପଣ୍ଡିତ ଜାନକୀ ବଲ୍ଲଭ ଶାସ୍ତ୍ରୀ ଏହି ସଭାଟିକୁ ସୁନ୍ଦର ଭାବେ ପରିଚାଳନା କରିଥିଲେ । ଶେଷରେ ଶ୍ରୀ ସଞ୍ଜୟ ଶର୍ମା ମଂଚାସୀନ ଅତିଥି ତଥା ସମବେତ ଶ୍ରୋତାଙ୍କୁ ଧନ୍ୟବାଦ ଅର୍ପଣ କରି ଥିଲେ l
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






