ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ବୈଠକ
ମୟୁରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସଏ ଙ୍କ ଅଧ୍ୟକ୍ଷତାରେ ଆଗାମି ଦିନ ରେ ପ୍ରାକୃତିକ ବିପର୍ଯ୍ୟୟ ସମ୍ବଦ୍ଧିୟ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି, ଭକ୍ତ ବୈଠକରେ ମାନ୍ୟବର ମନ୍ତ୍ରୀ ଡଃ. କୃଷ୍ଣଚନ୍ଦ୍ର ମହାପାତ୍ର, ଉପସ୍ଥିତ ରହି ଜିରୋ କାଜୁଆଲଟି ମିଶନ ନେଇ ଆମେ ସମସ୍ତେ ଲୋକଙ୍କ ସେବାରେ ନିୟୋଜିତ ରହି ସୁଚାରୁ ରୁପେ କାର୍ଯ୍ୟ ସମ୍ପାଦନ କରିବୁ। ଲୋକଙ୍କ ମୌଳିକଅଧିକାର ତାଙ୍କ ପାଖରେ ପହଁଞ୍ଚାଇବୁ, ଗ୍ରୀଷ୍ମ ପ୍ରବାହରେ ପାନୀୟ ଜଳ ସମସ୍ୟା ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବୁ । ବର୍ଷାଦିନରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆଶ୍ରୟ ସ୍ଥଳି ରଦ୍ଧା ଖାଦ୍ୟ ଓ ପାନୀୟ ଜଳ, ସ୍ଵାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରୀ ଟିମ ଓ ଔଷଧ ସମସ୍ତ ସୁବିଧା ଯୋଗାଇବା ପାଇଁ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କର ଦୃଢ ନୀର୍ଦ୍ଦେଶ ଥିଲା, କାର୍ଯ୍ୟରେ ଖିଲାପ ଦେଖିଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସତର୍କ କରାଇଦେଇଛନ୍ତି ସମସ୍ତ ସରକାରୀ ଅଧିକାରୀ ଓ କର୍ମ ଚାରୀ ମାନଙ୍କୁ। ନଦୀ କେନାଲ ଓ ଆଡିବନ୍ଧର ସଠିକ ଭାବରେ କାର୍ଯ୍ୟ ସମ୍ପାଦନ ପାଇଁ ନିର୍ଦ୍ଦେଶଥିଲା ମାନ୍ୟବର ମନ୍ତ୍ରୀ ଙ୍କର ସ୍କୁଲ ଓ ଅଙ୍ଗନୱ୍ଵାଡି କେନ୍ଦ୍ରମାନଙ୍କରେ ଭଙ୍ଗା ଓ ଡେମେଜ ଗୃହଗୁଡ଼ିକୁ ସମ୍ପର୍ଣ୍ଣ ଭାଙ୍ଗି ନୂତନ ଗୃହ ନିର୍ମାଣ ଓ ପିଲାମାନଙ୍କ ସୁରକ୍ଷା ଉପରେ ତିକ୍ଷଣ ନଜର ରଖିବା ପାଇଁ ଜିଲ୍ଲାପାଳଙ୍କର ନିର୍ଦ୍ଦେଶ ଥିଲା। ଉକ୍ତ ସଭାରେ ମାନ୍ୟବର ଲୋକପ୍ରିୟ ବିଧାୟକ ସନାତନ ବିଜୁଳି, ଏମାର ଜେନ ସି ଅଧିକାରୀ ଶ୍ରୀଯୁକ୍ତ ଇଶ୍ଵର ନା ଏକ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା, ବାରିପଦା ସାବ କଲେକ୍ଟର ମହୋଦୟା, କରଂଞ୍ଜିଆ ସାବ କଲେକ୍ଟର, ତଥା ବହୁ ବିଭାଗିୟ ଅଧିକାରୀ,ମିଡ଼ିଆ ବନ୍ଧୁଗଣ କଉପସ୍ଥିତ ଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0