।। ହରିଣର ମୃତ୍ୟୁ ଦେହ ଉଦ୍ଧାର ଚମ୍ପୁଆ ବ୍ଲକ୍ ର କୁଟାରୀପଶି ଗ୍ରାମରେ ।।

May 15, 2024 - 06:01
 0  19
।। ହରିଣର ମୃତ୍ୟୁ ଦେହ ଉଦ୍ଧାର  ଚମ୍ପୁଆ ବ୍ଲକ୍ ର କୁଟାରୀପଶି ଗ୍ରାମରେ ।।

କୁଟାରୀପଶି ଗ୍ରାମରେ ଏକ ଅଣ୍ଡିରା ହରିଣର ମୃତ ହୋଇଛି ଓ ମୃତ ଦେହକୁଉଦ୍ଧାର କରିଛି ବନ ବିଭାଗ l ବନ ବିଭାଗ ହରିଣର ମୃତଦେହ ଉଦ୍ଧାର କରିଛି ସତ ହେଲେ ମୃତ ହରିଣର ଦୁଇଟି ଯାକ ସିଙ୍ଗ କଟାଯାଇଥିବା ବେଳେ , ବାମପlର୍ଶ୍ଵ ଗୋଡ଼ ଓ ତଳିପେଟ ପଛ ପଟରେ କ୍ଷତ ହୋଇଥିବା ଦେଖିବାକୁ ମିଳିଛି l ହରିଣଟି ନିକଟବର୍ତ୍ତୀ ଝାଡ଼ଖଣ୍ଡ ରାଜ୍ୟ ର ଜାମୁପାଣି ଓ ଲେପାଙ୍ଗ ଜଙ୍ଗଲ ରୁ କୁଟାରୀପଶି ଅଞ୍ଚଳକୁ ଚାଲି ଆସିଥିବା ଅନୁମାନ କରାଯାଉଛି l ହରିଣ ର ମୃତ୍ୟୁ ଦେହକୁ ଉଦ୍ଧାର କଲାପରେ ଯୋଡା ସ୍ଥିତ ପ୍ରାଣୀ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଯାଇଛି । ବ୍ୟବଚ୍ଛେଦ ତଥ୍ୟ ଆସିଲା ପରେ ମୃତ୍ୟୁ ପଛର କାରଣ ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛି ବନବିଭାଗ l ମିଳିଥିବା ସୂଚନା ଅନୁଯାୟୀ କୁଟାରୀପଶି ଗ୍ରାମର ପଦ୍ମଚରଣ ମହାନ୍ତଙ୍କ ବଗିଚାରେ ଆଜି ସକାଳୁ ଏକ ହରିଣ କ୍ଷତାକ୍ତ ଅବସ୍ଥାରେ ମରି ପଡିଥିବାର ଦେଖିବାପରେ ଗ୍ରାମବାସୀ ବିଲେଈପଦା ଫରେଷ୍ଟରଙ୍କୁ ଖବର ଦେଇଥିଲେ l ସୂଚନା ପାଇ ଫରେଷ୍ଟର ଓ ବନକର୍ମଚlରି ଘଟଣା ସ୍ଥଳକୁ ପହଞ୍ଚି ହରିଣର ମୃତ୍ୟୁ ଦେହକୁ ଉଦ୍ଧାର କରିଥିଲେ । ତେବେ ହରିଣ ର ମୃତ୍ୟୁ ଦେହ ଉଦ୍ଧାର କରିବା ସମୟରେ ତାର ସିଙ୍ଗ କଟାଯାଇ ପାଖରେ ପଡ଼ିଥିବା ର ଦେଖିବାକୁ ମିଳିଥିଲା ,ତେବେ ନିକଟରେ ପଡ଼ିଥିବା କଟା ସିଙ୍ଗକୁ ଜବତ୍ କରିଛି ବନବିଭାଗ l ସିଙ୍ଗ କିଏ କlଟିଲା ସେ ନେଇ ବନବିଭାଗ କିଛି ସ୍ପଷ୍ଟ ସୂଚନା ଦେଇ ନଥିବା ବେଳେ ଏହି ହରିଣ କୁ ଶିକାର କରାଯାଇଥିବା ସ୍ଥାନୀୟ ଜନ ସାଧାରଣ ସନ୍ଦେହ ପ୍ରକାଶ କରିଛନ୍ତି ,ସେପଟେ ବନ ବିଭାଗ ଏହାକୁ ଖଣ୍ଡନ କରିବା ସହିତ ହରିଣଟି କୁକୁର ହାବୁଡରେ ପଡି ଆକ୍ରମଣରେ ମୃତ୍ୟୁ ହୋଇଥିବା କଥା କହିଛନ୍ତି ।

 କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 1
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ