।। ହରିଣକୁ ମାରି ଖାଇଯିବା ଘଟଣାରେ ଚାରି ଗିରଫ , ବାଇକ୍ ଓ ଧନୁତୀର ଜବତ୍ , ଦୁଇ ଅଭିଯୁକ୍ତ ଏବେବି ଫେରାର ।।

Jun 26, 2024 - 21:02
 0  10
।। ହରିଣକୁ ମାରି ଖାଇଯିବା ଘଟଣାରେ ଚାରି ଗିରଫ , ବାଇକ୍ ଓ ଧନୁତୀର ଜବତ୍ , ଦୁଇ ଅଭିଯୁକ୍ତ ଏବେବି ଫେରାର ।।

ମୟୂରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକ ତଥା ବୈଶିଙ୍ଗା ଥାନା ଅନ୍ତର୍ଗତ କଳମା ପଞ୍ଚାୟତର ପୁରୁଷୋତ୍ତମପୁର ଗ୍ରାମ ନିକଟ ଜଙ୍ଗଲ ଭିତରେ କାଲି ୧୦ ରୁ ୧୨ ବର୍ଷ ବୟସର ଏକ ଅଣ୍ଡିରା ହରିଣକୁ ସଂଘବଦ୍ଧ ଭାବେ ଘେରିଯାଇ ଧନୁତୀର ସାହାଯ୍ୟରେ ମାରି ଖାଇ ଦେଇଥିଲେ ଗ୍ରାମବାସୀ। ତେବେ ପୋଲିସ ଓ ବନବିଭାଗ ମିଳିତଭାବେ ଚଢ଼ାଉ କରି ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଘଟଣାରେ ବ୍ୟବହୃତ ବାଇକ୍ ଓ ଧନୁତୀର ଜବତ୍ କରାଯାଇଛି। ଏ ସଂକ୍ରାନ୍ତରେ ବେତନଟୀ ବନପାଳ ମନଔର ଖାଁ ଙ୍କ ସୂଚନା ମୁତାବକ ୧୫ ନଂ ମୋକଦ୍ଦମା ରୁଜ୍ଜୁ କରାଯାଇଛି। ଅଭିଯୁକ୍ତ ହେଲେ ଦରଗା ମାରାଣ୍ଡି ୨୨ ବର୍ଷ , ହରି ହାଁସଦା ୩୦ ବର୍ଷ , ମଙ୍ଗତ ମାଝୀ ୩୩ , ରାଜୀବ ମାଝୀ ୪୩ ବର୍ଷ। ଫେରାର ଥିବା ଦୁଇ ଜଣ ହେଲେ କାନ୍ଦନ ମୁର୍ମୁ ଓ ଅନନ୍ତ ମାଝୀ।

 ମୟୁରଭଞ୍ଜ ଜିଲ୍ଲାରୁ ଗୌର ଦାସଗିରିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ