ସ୍ବର୍ଗତ ପୂର୍ବତନ ବିଧାୟକ ନାକା କାନାୟାଙ୍କ ୩୪ ତମ ଶ୍ରାଦ୍ଧ ବାର୍ଷିକୀ ଦିବସ ପାଳିତ
ପଡ଼ିଆ: ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ସଦର ମହକୁମା ସରକାରୀ ଉଚ୍ଚ ବିଦ୍ୟାଳୟ ସ୍ଥିତ ସ୍ବର୍ଗତ ପୂର୍ବତନ ବିଧାୟକ ନାକା କାନାୟା ଙ୍କ ୩୪ ତମ ଶ୍ରାଦ୍ଧ ବାର୍ଷିକୀ ଦିବସ ପାଳିତ ହୋଇଯାଇଛି । ସ୍ବର୍ଗତ ନାକା କାନାୟାଙ୍କ ଜ୍ୟେଷ୍ଠ ପୁତ୍ର ନାକା ନୂକାଲ ରାଜୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ମାନସ ମାଡକାମି ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ପଡ଼ିଆ ଥାନା ଅଧିକାରୀ ସନ୍ତୋଷ ମାଝୀ , ପଡ଼ିଆ ସମିତି ଅଧ୍ୟକ୍ଷା ଦେବେ ମାଡ଼ି, ଆଞ୍ଚଳିକ ମହାବିଦ୍ୟାଳୟର ଅଧ୍ୟକ୍ଷ ପରମାନନ୍ଦ ମହାପାତ୍ର,ଏନ୍ ରାଘବ ରାଓ, ଏମ୍ ଡି ଫାରୁଖ, ପଡ଼ିଆ ସରପଞ୍ଚ ଗଙ୍ଗା କାରାମ, ପଡ଼ିଆ ଏ ବି ଓ ରୁଞ୍ଜୀ ଏସଦାସ , ପଡ଼ିଆ ଲ୍ୟାମ୍ପସ ଏମ୍ ଡି ଏସ ରାଜେନ୍ଦ୍ର ପ୍ରସାଦ, ପଡ଼ିଆ ଦମକଳ ଅଧିକାରୀ ବିରେନ୍ଦ୍ର ସିଂ, ମାଟେରୁ ସରପଞ୍ଚ ଲଛମନ ମାଡକାମି,ମାଝୀ ସତ୍ୟନାରାୟଣ, କେ. ଦେବେନ୍ଦ୍ର ରାଓ, ଚିନାମ୍ ଏଙ୍ଗିଲାୟା, ସିଙ୍ଗା ମାଡକାମି, ସି ଏଚ୍ ରେବିଟ କୁମାର, ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାରାୟଣ ସରକାର, ବାପାନପାଲ୍ଲୀ ସରପଞ୍ଚ ମେଧା ଵଗାମ , ବିଷୋୟୀ ରାଜୁ ସମେତ ଗ୍ରାମ ର ସମସ୍ତ ଭଦ୍ର ବ୍ୟକ୍ତି ସହ ସ୍କୁଲ ର ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ସର୍ବ ପ୍ରଥମେ ଉପସ୍ଥିତ ସମସ୍ତ ଅତିଥି ମାନେ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ପରେ ପରେ ଉପସ୍ଥିତ ଅତିଥି ମାନେ ସ୍ବର୍ଗତ ଶ୍ରୀ କାନାୟାଙ୍କ ଉପରେ ନିଜ ନିଜ ଅଵିଭାଷଣ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀ କାନାୟାଙ୍କ ଧର୍ମ ପତ୍ନୀ ନାକା ବିକ୍ଷାମାମ୍ମାଙ୍କ ସମେତ ତାଙ୍କ ସମସ୍ତ ବନ୍ଧୁ ବାନ୍ଧବ ଉପସ୍ଥିତ ଥିଲେ ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0