।। ସ୍କୁଟି ବାଇକ ମୁହାଁମୁହିଁ ଧକ୍କା ରେ ଜଣେ ଗୁରୁତର ୪ ଆହତ ।।

Oct 2, 2024 - 13:55
 0  17
।। ସ୍କୁଟି ବାଇକ ମୁହାଁମୁହିଁ ଧକ୍କା ରେ ଜଣେ ଗୁରୁତର ୪ ଆହତ ।।

ସ୍କୁଟି ବାଇକ ମୁହାଁମୁହିଁ ଧକ୍କାରେ ଜଣେ ଗୁରୁତର ୪ ଜଣ ଆହତ ହୋଇଥିବା ଦେଖିବାକୁ ମିଳିଛି। ଗୁରୁତର ବ୍ୟକ୍ତି ହେଉଛନ୍ତି କୃପା ବୈଶାଖ (୭୦) ଓ ଗୋଖୁଳ ମାଳି (୫୦) ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବଜାର ସାରି ନିଜ ଘର ସିଙ୍ଗାରି ପଞ୍ଚାୟତ ର କରଞ୍ଜା ଗାଁ କୁ ଯାଉଥିଲେ । ଠିକ ସେତିକିବେଳେ ସିଙ୍ଗାରି ପଞ୍ଚାୟତ ସାନ ବମାନଗୁଡା ଗାଁ ର ଲାଚନା ହିକକା (୪୦) ରାମଦାସ ସାରାକା (୨୫) ଓ ସୁରେଶ ସାରାକା କଲ୍ୟାଣସିଂହପୁର ଆସୁଥିବା ବେଳେ ଅଡାବାଡ଼ି ଢେପାଗୁଡା ବୁଲାଣି ମଧ୍ୟରେ ସ୍କୁଟି ଓ ବାଇକ ମୁହାଁମୁହିଁ ହେବା ଯୋଗୁଁ କୃପା ଙ୍କ ଡାହାଣ ଗଡ଼ର ଦୁଇ ଟି ଜାଗାରେ ଭାଙ୍ଗିଯାଇଥିବା ଡାକ୍ତର ସତ୍ୟନାରାୟଣ ଦାସ କହିଛନ୍ତି। କୃପା ଙ୍କୁ ପ୍ରାଥମିକ ଚିକିତ୍ସା କରି ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟକୁ ପଠେଇ ଥିବା ଜଣା ପଡିଛି। ସାମାନ୍ୟ ଆହାତ ବ୍ୟକ୍ତି ଙ୍କୁ ପ୍ରାଥମିକ ଚିକିତ୍ସା କରିଥିଲେ।ଖବର ପାଇ କଲ୍ୟାଣସିଂହପୁର ପୁଲିସ ମେଡିକାଲ କୁ ପହଞ୍ଚି ଏସ ଆଇ ଶିବ ପ୍ରସାଦ ସ୍ଵାଇଁ ଓ ଦିଲ୍ଲୀପ କୁମାର ମାଝୀ ଉକ୍ତ ଘଟଣାର ପଚରାଉଚରା କରିଥିଲେ।

ରାୟଗଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ