ସେବାଶ୍ରମରେ ଅଘଟଣ,ଛାତ୍ର କୁ ଛୁରୀ ଭୁସିଲା ଛାତ୍ର

Aug 19, 2024 - 18:38
Aug 19, 2024 - 18:40
 0  11
ସେବାଶ୍ରମରେ ଅଘଟଣ,ଛାତ୍ର କୁ ଛୁରୀ ଭୁସିଲା ଛାତ୍ର

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ଅନ୍ତର୍ଗତ ପଞ୍ଚଡ଼ା ପଞ୍ଚାୟତ ସାଦରରେ ଥିବାନୁସୁଚିତ ଜାତି ଓ ଜନ ଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଏକ ଅଜବ ଘଟଣା ସାମନାକୁ ଆସିଛି। ରାତ୍ର ଖାଦ୍ୟ ଖାଇବା ସମୟରେ ଜଣେ ଛାତ୍ର ଅନ୍ୟ ଏକ ଛାତ୍ରକୁ ଛୁରୀରେ ଆକ୍ରମଣ କରିଛି।ଆକ୍ରମଣ କରିଥିବା ଛାତ୍ର ହେଲା ରିଙ୍କୁ ମାଣ୍ଡିଙ୍ଗା ଓ ଆକ୍ରମଣ ର ଶିକାର ହୋଇଥିବା ଛାତ୍ର ହେଲା କପରେସନ ଜମ୍ବେକା। ଘଟଣାଟି ଶନିବାର ରାତିରେ ଘଟିଥିବା ବେଳେ କଣ ପାଇଁ ରବିବାର ରାତିରେ କାକିରିଗୁମା ଥାନାରେ ଲିଖିତ ଅଭିଯୋଗ କରାଯାଇଛି ତାର ରହସ୍ୟ କିଛି ବୁଝା ପଡୁନି। ଆକ୍ରମଣ ପରେ ବିଦ୍ୟାଳୟ କତୃପକ୍ଷ କପରେସନ କୁ ରକ୍ତ ଯୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି କୋରାପୁଟ ଜିଲ୍ଲା ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତି କରିଛନ୍ତି।ଖବର ପାଇ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା ମେଡିକାଲ କଲେଜକୁ ଜାଇ ଉକ୍ତ ଛାତ୍ର କୁ ଦେଖି ଫେରି ଆସିଥିବା ବେଳେ କୋଉ ପରିସ୍ଥିତିରେ ଏଇଭଳି ଘଟଣା ଘଟିଲା ସେ ବିଷୟରେ ସ୍କୁଲ କତୃପକ୍ଷଙ୍କ ସହ ଆଲୋଚନା କରିଥିବା ବେଳେ ଆଶ୍ରମ ବିଦ୍ୟାଳୟ ଗୁଡ଼ିକର ପରିଚାଳନା ବ୍ୟବସ୍ଥା ଦେଖି ଆଶ୍ଚର୍ୟ୍ଯ ପ୍ରକଟ କରିଛନ୍ତି।ଖବର ପାଇ ଆଜି ସକାଳୁ ଲକ୍ଷ୍ମୀପୁର ବିଡ଼ିଓ ଗୁରେଶ୍ୱର ଭୋଇ ମଧ୍ୟ ବିଦ୍ୟାଳୟକୁ ଜାଇ ଛାତ୍ର ଛାତ୍ରୀ ଓ ସ୍କୁଲ କତୃ ପକ୍ଷଙ୍କ ସହ ଆଲୋଚନା କରିଛନ୍ତି।ବର୍ତ୍ତମାନ ଏଇ ଘଟଣାକୁ ନେଇ ଅନ୍ୟ ଅଭିଭାବକ ମାନେ ତାଙ୍କ ପିଲା ଛୁଆଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇ ଛନ୍ତି।ହେଲେ ଏଯାଏଁ କିନ୍ତୁ ବିଭାଗୀୟ ଅଧିକାରୀଙ୍କ କୌଣସି ପ୍ରତିକ୍ରିଆ ମିଳି ପାରିନି।

ଲକ୍ଷ୍ମୀପୁର ରୁ ପ୍ରମୋଦ ଜେନାଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ