।। ସୁବର୍ଣ୍ଣରେଖା କେନାଲ ରେ ପଡ଼ି ତିନି ନାବାଳକ ମୃତ୍ୟୁ:ସୁବର୍ଣ୍ଣରେଖା ପାଲଟିଛି ଅଭିଶପ୍ତ ।।

Oct 20, 2024 - 18:06
 0  11
।। ସୁବର୍ଣ୍ଣରେଖା କେନାଲ ରେ ପଡ଼ି ତିନି ନାବାଳକ ମୃତ୍ୟୁ:ସୁବର୍ଣ୍ଣରେଖା ପାଲଟିଛି ଅଭିଶପ୍ତ ।।

ଗୋଟେ ପରେ ଗୋଟେ ଜୀବନ ନେଉଛି ସୁବର୍ଣ୍ଣରେଖା କେନାଲ। କିଛି ଦିନ ପୂର୍ବରୁ ଠାକୁର ଭସାଣି ବେଳେ ଦୁଇ ଛାତ୍ର ପାଣିରେ ବୁଡି ମୃତ୍ୟୁବରଣ କରିବା ଘଟଣା ନ ସରୁଣୁ କିଛି ଦିନ ଅନ୍ତରରେ ବିଶ୍ଵକର୍ମା ପୂଜା ଠାକୁର ଭସାଣି ସମୟରେ ପୁଣି ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ଆଜି ପୁଣି ସୁବର୍ଣ୍ଣ ରେଖା କେନାଲ ରେ ତିନି ଜଣ ନାବାଳକଙ୍କ ମୃତ୍ୟୁ ଘଟଣା ସମସ୍ତଙ୍କୁ ସ୍ତ୍ବଧ କରିଦେଇଛି। ସୂଚନାଯୋଗ୍ୟ ୬ଜଣ ସାଙ୍ଗ କ୍ରିକେଟ ଖେଳୁଥିବା ସମୟରେ କେନାଲ ରେ ବଲ ପଡ଼ିଯାଇଥିଲା ଆଉ ବଲକୁ ପାଣିରୁ କାଢ଼ିବ ପାଇଁ ତିନି ସାଙ୍ଗ ହାତ ଧରାଧରି ହୋଇ କେନାଲ କୁ ଓହ୍ଲାଇ ଥିଲେ ହେଲେ ପାଣି ଗୋଡ ଖସି ଯିବାରୁ ତିନି ଜଣ ଯାକ ରେ ବୁଡ଼ିଯାଇଥିଲେ । ତିନି ନାବାଳକ ଙ୍କ ଏକ ସଙ୍ଗେ ମୃତ୍ୟୁ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏପରି ଏକ ଦୁଃଖଦ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ ଅନ୍ତର୍ଗତ ସାରସକଣା ବଜାର ର ନୁଆ ସାହି ଠାରେ। ଶନିବାର ଅପରାହ୍ନ ସାଢେ଼ ପାଞ୍ଚ ପାଖାପାଖି ଖେଳ ପଡ଼ିଆରେ ଅନେକ ପିଲା କ୍ରିକେଟ ଖେଳୁଥିବା ବେଳେ ବଲ ଟି କେନାଲ ରେ ପଡ଼ି ଯାଇଥିଲା ତିନି ସାଙ୍ଗ କେନାଲ କୁ ଓହ୍ଲାଇ ବଲ ଆଣିବାକୁ ଚେଷ୍ଟା କରିଥିଲେ । ହେଲେ ଗୋଡ ଖସି ଯିବାରୁ ତିନି ସାଙ୍ଗ ପାଣିରେ ପଡ଼ି ଯାଇଥିଲେ। ଉପସ୍ଥିତ ଅନ୍ୟ ପିଲାମାନେ ଚିତ୍କାର କରିବାରୁ ଆଖପାଖ ଲୋକେ ଦୈଡିଆସି ସେମାନଙ୍କୁ କେନାଲ ରୁ ଉଦ୍ଧାର କରି ସ୍ଥାନୀୟ ଶିର୍ଷା ଡାକ୍ତରଖାନା କୁ ଆଣି ଥିଲେ ହେଲେ ଡାକ୍ତର ତିନି ନାବାଳକଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। ତିନି ନାବାଳକ ଙ୍କ ମୃତ୍ୟୁ ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ମୃତକମାନେ ହେଲେ ଶ୍ରିୟାଶୁ ସାହୁ ,ମୋଦନ ସାହୁ,ସାଇଶଂକର ସାହୁ ସମସ୍ତେ ୧୨ ରୁ ୧୪ ବର୍ଷ ବୟସର ଏବଂ ଗୋଟିଏ ଗାଁ ର ।

ମୟୂରଭଞ୍ଜ ବାରିପଦା ରୁ ଗୌର ଦାସ ଗିରି

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ