ସିମିଳିପାଳ ହାତୀର ମରଶରୀର ଠାବ,ହାତୀ ମୃତ୍ୟୁର କାରଣ ରହିଛି ଅସ୍ପଷ୍ଟ

ବାରିପଦା: ୨୦/୦୯/୨୪: ମୟୂରଭଞ୍ଜ ଜିଲ୍ଲାର ବାରିପଦା ବନଖଣ୍ଡ ଅନ୍ତର୍ଗତ ସିମିଳିପାଳ ଅଭୟାରଣ୍ୟର ବାଙ୍ଗିରିପୋଷି ରେଞ୍ଜ ଅଧିନ ଥିବା ବାଲିଆଢିପା ଗ୍ରାମ ନିକଟରେ ଏକ ମୃତ ମାଈ ହାତୀ ଠାବ ହୋଇଛି। ଏହା ସ୍ଥାନୀୟ ଲୋକମାନଙ୍କ ନଜରକୁ ଆସିବା ପରେ ବନ ବିଭାଗକୁ ଖବର ଦିଆଯାଇଥିଲା। ଗତ ରାତିରେ ଗୋଷ୍ଠୀରେ କିଛି ହାତୀ ଧାନ ଫସଲ ଖାଇବାକୁ ନିକଟସ୍ଥ ଜଙ୍ଗଲରୁ ଚାଷ ଜମିରେ ପହଞ୍ଚିଥିଲେ। ସେଥିରୁ ଗୋଟିଏ ମାଈ ହାତୀ ଅକାସ୍ମାତ୍ ମୃତ୍ୟୁ ମୁଖରେ ପଡ଼ିଥିଲା।ହାତୀଟିର ମୃତ୍ୟୁର କାରଣ ବିଷୟରେ ସ୍ପଷ୍ଟ ତଥ୍ୟ ମିଳି ପାରିନାହିଁ। ଅଧିକାରୀମାନେ ଗୋଟିଏ ସ୍ୱତନ୍ତ୍ର ଦଳ ନିଯୁକ୍ତ କରି ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତ୍ୟୁର ସଠିକ କାରଣ ଏବଂ ସମୟ ଜାଣିବା ପାଇଁ ହାତୀଟିର ପୋଷ୍ଟମର୍ଟମ କରାଯିବ। ବାଙ୍ଗିରିପୋଷି ରେଞ୍ଜର ବନ ଅଧିକାରୀ ମହେଶ୍ୱର ସିଂ କହିଛନ୍ତି ଯେ, "ପୋଷ୍ଟମର୍ଟମ ପରେ ମୃତ୍ୟୁର ମୂଳ କାରଣ ମିଳିନାହିଁ ।ଏହି ଘଟଣା ପରେ ସ୍ଥାନୀୟ ଚାଷୀମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି କାରଣ ହାତୀମାନଙ୍କ ଯୋଗୁଁ ଧାନ ଫସଲର ଅଳକୁ ନେଇ ସେମାନେ ସାଧାରଣତଃ ଚିନ୍ତାରେ ଥାନ୍ତି। ସିମିଳିପାଳ ଜଙ୍ଗଲର ହାତୀମାନେ ଅନେକ ସମୟ ଚାଷ ଜମିରେ ଗୋଷ୍ଠୀରେ ଆସି ଫସଲ ଧ୍ଵଂସ କରନ୍ତି, ଯାହା ଲୋକମାନଙ୍କୁ ଅନେକ ଅସୁବିଧାରେ ପକାଇଥାଏ । ଜଙ୍ଗଲ ରେ ଭରପୁର ଖାଦ୍ୟାଭାବ ସାଙ୍ଗକୁ ବେଆଇନ ବ୍ଲାଷ୍ଟିଂ ହାତୀକୁ ଜନବସତି ମୁହାଁ କରୁଛି ବୋଲି ପରିବେଶ ବିତ୍ ଓ ବୁଦ୍ଧିଜୀବୀ ଚର୍ଚ୍ଚା କରୁଛନ୍ତି।ଯଦି ଏଥିରେ ରୋକ୍ ନ ଲଗାନ୍ତି ବିଭାଗୀୟ ଅଧିକାରୀ,ତାହାଲେ ଏମିତି ଏକ ସମୟ ଆସିବ ଯୋଉଁଠି ଶ୍ରୀହୀନ,ଶୋଭାଶିରୀ ବିହୀନ ଶିମିଳିପାଳରେ ହାତୀ ନାମକ ସୁନ୍ଦର୍ ପ୍ରାଣୀ ଟି ହୁଏତ ନଥିବ,ବୋଲି ସାଧାରଣରେ ଚର୍ଚ୍ଚା।ଏବେ ସିମିଳିପାଳ ରେ ହାତୀର ମୃତଦେହ ଠାବ ହେବା ପରେ ବୁଦ୍ଧିଜୀବୀ ମହଲରେ ନାନା ଆଲୋଚନା ପର୍ଯାଲୋଚନା ଚାଲିଥିବା ଲୋକମାନେ କହୁଛନ୍ତି। ଘଟଣା ଘଟିବା ପରେ, ବନ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକମାନଙ୍କୁ ଆଶ୍ୱାସନ ଦିଆଯାଇଛି ଯେ, ବନ୍ୟ ପ୍ରାଣୀ ସୁରକ୍ଷା ଦଳ ଆହୁରି ଜୋରଦାର କରାଯିବ ଓ ଏହାର ପୂର୍ଣ୍ଣ ତଦନ୍ତ ପରେ ମୃତ୍ୟୁର କାରଣ ଜଣାଯିବ। ବାରିପଦାରୁ -ଗୌର ଦାସଗିରି
What's Your Reaction?






