।। ସାମ୍ବାଦିକ ଙ୍କ ପତ୍ନୀଙ୍କ ବିୟୋଗ ।।

Aug 4, 2024 - 17:51
 0  104
।। ସାମ୍ବାଦିକ ଙ୍କ ପତ୍ନୀଙ୍କ ବିୟୋଗ ।।

ଅଞ୍ଚଳର ସମ୍ବାଦ ଖବର କାଗଜର ସାମ୍ବାଦିକ ସଞ୍ଜୟ ବେହେରା ଙ୍କ ପତ୍ନୀ ରଶ୍ମିରେଖା ବେହେରା ଙ୍କ ର ପରଲୋକ ଘଟିଛି। ଗତକାଲି ରାତିରେ ଶ୍ରୀମତୀ ବେହେରା ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ପରିବାର ତରଫରୁ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଚିକିତ୍ସା ନିମନ୍ତେ ନିଆଯାଇଥିଲା। ସେଠାରେ ଦାୟିତ୍ୱରେ ଥିବା ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ତାଙ୍କ ମର ଶରୀରକୁ ସ୍ଵର୍ଗଦ୍ଵାର କୁ ସତ୍କାର ନିମନ୍ତେ ନିଆଯିବା ବେଳେ ବହୁ ସୁବେତ୍ସୁ ପୁଷ୍ପମାଲ୍ୟ ଦେବା ସହିତ ଅମର ଆତ୍ମାର ସଦଗତି କାମନା କରିଥିଲେ। ତାଙ୍କ ମୃତୁ ଖବର ପାଇ ବରୀ ବିଧାୟକ ବିଶ୍ଵ ରଞ୍ଜନ ମଲ୍ଲିକ, ପ୍ରାକ୍ତନ ବିଧାୟିକା ସୁନନ୍ଦା ଦାସ, ବିଜେପି ନେତା ଉମେଶ ଜେନା,ଯୁବ ନେତା ସଞ୍ଜୀବ ଜେନା ପ୍ରାକ୍ତନ ବିଜେଡ଼ି ନିଲମ୍ବିତ ସଭାପତି ସେକ ସଫିକଉଡ଼ିନ, ସରପଞ୍ଚ ମାନସ ଜେନା, ଜ୍ୟୋତିର୍ମୟୀ ବେହେରା,ଜିଲ୍ଲାପରିଷଦ ଅଶୋକ ସାମଲ, ସାମ୍ବାଦିକ ସଂଘ ସଭାପତି ପ୍ରଶାନ୍ତ ଦ୍ବିବେଦୀ, ଚୈତନ୍ୟ ଜେନା, ମହେନ୍ଦ୍ର ସ୍ୱାଇଁ, ପ୍ରତାପ ଦାସ,ଉତ୍କଳ କେଶରୀ ନୟକ୍,ସତ୍ୟଜିତ ବାରିକ, ବିଶ୍ୱଜିତ୍ ମହାନ୍ତି, ଦର୍ଶନ ବେହେରା, ଅରୁଣ ବେହେରା, ରାଜକୁମାର ମହାନ୍ତି, ନିହାର ସାମଲ , ସୁରେଶ କର,ସୁନିଲ ରାଉତ, ଜନ୍ମୋଜୟ ସ୍ୱାଇଁ , ବ୍ୟବସାୟ ସଂଘ ସଭାପତି ଧିରେସ ଦ୍ବିବେଦୀ, ସମ୍ପାଦକ ସୁକନ ବେହେରା ଙ୍କ ସମେତ ବରୀ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଦୁଃଖ ପ୍ରକାଶ କରିଛନ୍ତି।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ