ସାମାନ୍ୟ ବଚସା କୁ ଡ୍ରମ୍ପର ଚଢାଇ ଦେବାବେଳେ ୨ ଜଣ ସର୍ମ୍ପକିୟଙ୍କ ମୃତ୍ୟୁ

ଏମିତି ଘଟଣା ଘଟିଛି ଘଷିପୁରା ଥାନା ନଦୁଆ ଗ୍ରାମ ରେ। ନଦୁଆ ର ସଞ୍ଜୁଲତା ପଲେଇ ଘରେ କୈାଣସି ଘଟଣା କୁ ନେଇ ସଞ୍ଜୁ ପଲେଇ ଙ୍କ ଘରେ ବଚସା ହୋଇଥିଲା। ଏହି ସମୟରେ ଭଞ୍ଜ ପଲେଇ ମଦ୍ୟପାନ କରି ଡ୍ରମ୍ପର ଚଢାଇ ହତ୍ୟା କରିବାକୁ ଧମକ ଦେଇଥିଲେ । ହଠାତ୍ ଭଞ୍ଜ ନିଜ ଡ୍ରମ୍ପର ଧରି ମାଡି ଆସିଥିଲେ ଏହି ସମୟରେ ପାଣୁ ପୃଷ୍ଟି ସାମ୍ନା କୁ ଆସିଯାଇଥିଲେ। ଭଞ୍ଜ ପାଣୁ ଙ୍କୁ ଡ୍ରମ୍ପର ଚଢାଇ ଦେଇଥିଲେ । ଏହି ସମୟରେ ସଞ୍ଜୁ ପଲେଇ ସାମ୍ନା କୁ ଆସି ଯିବାରୁ ତାଙ୍କୁ ମଧ୍ୟ ଚଢାଇ ଦେଇଥିଲେ। ଘଟଣା ସ୍ଥଳରେ ପାଣୁ ପୃଷ୍ଟି ଏବଂ ସଞୁଲତା ପଲେଇ ଙ୍କ ର ମୃତ୍ୟୁ ହୋଇଥିଲା। ଗ୍ରାମବାସୀ ମାନେ ମଦ୍ୟପ ଡ୍ରାଇଭର ଭଞ୍ଜ ପୃଷ୍ଟି କୁ ଅଟକ ରଖିଥିଲେ। ଖବର ପାଇ ଘଷିପୁରା ପୋଲିସ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତ ଡ୍ରାଇଭର ଭଞ୍ଜ ପୃଷ୍ଟି କୁ ଥାନା କୁ ଆଣି ଅଧିକ ତଦନ୍ତ ଚଳାଇଛି ।
କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନିଉଜ ଓଡ଼ିଶା
What's Your Reaction?






