ସାଇବର ସୁରକ୍ଷା ଅଭିଯାନ-୨୦୨୫ ଅବସରରେ ବାରିପଦା ଠାରେ ସଚେତନତା ୱାକାଥନ ଅନୁଷ୍ଠିତ

Nov 14, 2025 - 19:44
 0  25
ସାଇବର ସୁରକ୍ଷା  ଅଭିଯାନ-୨୦୨୫ ଅବସରରେ ବାରିପଦା ଠାରେ ସଚେତନତା ୱାକାଥନ ଅନୁଷ୍ଠିତ

ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ପୋଲିସ ପ୍ରଶାସନ, ମୟୂରଭଞ୍ଜଙ୍କ ମିଳିତ ଆନୁକୂଲ୍ୟରେ ସାଇବର ସୁରକ୍ଷା ସଚେତନତା ଅଭିଯାନ-୨୦୨୫ ପାଳନ ଅବସରରେ ଆଜି ମୟୂରଭଞ୍ଜ ପୋଲିସ ପ୍ରଶାସନ ପକ୍ଷରୁ ଏକ ସଚେତନତା ୱାକାଥନ ଆୟୋଜିତ ହୋଇଯାଇଛି I ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପାଲ୍ଲୀ ଏହାକୁ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ। ଏହି ଅବସରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କହିଥିଲେ ଯେ ଏହି ପଦଯାତ୍ରାର ମୁଖ୍ୟ ଉଦେଶ୍ୟ ହେଉଛି ସାଇବର ଠକ ମାନଙ୍କ କବଳରୁ ସୁରକ୍ଷିତ ରହିବା ପାଇଁ ସତର୍କତା ଅବଲମ୍ବନ ନିମନ୍ତେ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା। ସେହିପରି ଜିଲ୍ଲାପାଳ କହିଥିଲେ ଯେ ବର୍ତ୍ତମାନ ଦେଖାଯାଉଛି ବହୁ ସମୟରେ ଫୋନ କଲ୍ ମାଧ୍ୟମରେ ଏଟିଏମ/ପ୍ୟାନ/ଆଧାର କାର୍ଡ ଇତ୍ୟାଦି ଅପଡେଟ ପାଇଁ ପିନ ପାସ ୱାର୍ଡ, ଓଟିପି ଶେୟାର କରିବା ପାଇଁ, ଟି ଭି ଟାୱାର ବସାଇବା ନେଇ ଆର୍ଥିକ ପ୍ରଲୋଭନର ଦେଖାଇବା , ଚାକିରୀ ଦେବା ନାଁରେ କିଛି ଅର୍ଥ ପୈଠ ପାଇଁ ପ୍ରବର୍ତ୍ତାଇବା, ମାର୍ଟିମନିଆଲ ସାଇଟରେ ତଥ୍ୟ ଶେୟାର କରିବା ପାଇଁ କହିବା, ମାଗଣାରେ କୌଣସି ଉପହାର ଦେବା, ବିଭିନ୍ନ ଆପ ଜରିଆରେ ବିନା ସୁଧରେ ଋଣ ଦେବା,ସିମ ସ୍ୱାପ , ଡିଜିଟାଲ ଆରେଷ୍ଟ ସନ୍ଦେଶ ଦେବା, ଲୋଭ ଦେଖାଇ ସନ୍ଦେହ ଜନକ ଅଜଣା ଲିଙ୍କରେ କ୍ଲିକ ପାଇଁ କହିବା,କୌଣସି ଅଜଣା ବ୍ୟକ୍ତିଙ୍କ ସହ ବ୍ୟକ୍ତିଗତ ତଥ୍ୟ ବା ଫୋଟୋ/ଭିଡ଼ିଓ ସେୟାର କରିବା ଇତ୍ୟାଦି ଠକାମୀର ଶିକାର ନହେବା ପାଇଁ ସଚେତନ କରାଯାଉଛି। ଏତଦ ବ୍ୟତୀତ ନିଜର ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ କଠିନ ପାସ୍ ୱାର୍ଡ ବ୍ୟବହାର କରିବା ସହିତ ଯଦି ଅଜଣା ଫୋନ ନମ୍ବରରୁ କିଛି ସନ୍ଦେଶ ବା କଲ ଆସେ ତେବେ ତରବରିଆ ଭାବେ ନିଷ୍ପତ୍ତି ନନେଇ ଭାବିଚିନ୍ତି କାର୍ଯ୍ୟ କରିବା ପାଇଁ ଲୋକମାନଙ୍କୁ ସଚେତନ କରାଯାଉଛି ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଖବନ୍ଧୁ ନାୟକ, ଅତିରିକ୍ତ ଜିଲ୍ଲାପାଳ ଇଶ୍ୱର ଚନ୍ଦ୍ର ନାଏକ,ତହସିଲଦାର ଶ୍ରୀ ସପନ କୁମାର ସାହୁ, ପୌରପାଳିକା ନିର୍ବାହୀ ଅଧିକାରୀ ଶ୍ରୀ ଦେବୀ ପ୍ରସାଦ ରାଉତ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିପକ କୁମାର ଗୋଛାୟତ, ଗୌତମ କିଷାନ,ରିଜର୍ଭ ପୋଲିସ ନିରୀକ୍ଷକ ଆଲୋକ କୁମାର କାନୁନଗୋ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ଓ ଅନ୍ୟାନ୍ୟ ପୋଲିସ କର୍ମଚାରୀ, ପଞ୍ଚମ ବାଟଲିଆନର ଅଧିକାରୀ ଓ କର୍ମଚାରୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, କର୍ମଚାରୀ,ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା, ଛାତ୍ର ଛାତ୍ରୀ, ସ୍ବେଛାସେବୀ, କ୍ରୀଡ଼ାବିତ, ବୁଦ୍ଧଜୀବୀ, ସମାଜସେବୀ ଓ ସାଧାରଣ ନାଗରିକ ଅଂଶ ଗ୍ରହଣ କରିଥିଲେ। ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଖବନ୍ଧୁ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ