ସାଇ ଆଦର୍ଶ ଡିଗ୍ରୀ କଲେଜ ରେ ବିଦାୟ କାଳୀନ ସମ୍ବର୍ଦ୍ଧନା
ବାରିପଦା ମାର୍ଚ୍ଚ ୧୮, ବୁଧବାର ଦିନ ସାଇ ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଜିତେନ୍ଦ୍ର ପାଲ ଙ୍କ ସଭାପିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସାଇ ଆଦର୍ଶ ଶିକ୍ଷାନୁଷ୍ଠାନ ସମୂହର ମୂଖ୍ୟ ଉପଦେଷ୍ଟା ଡକ୍ଟର ପୂର୍ଣ୍ଣଚନ୍ଦ୍ର ସାହୁ ମୂଖ୍ୟ ଅତିଥି ଭାବେ ଓ ସଭାପତି ଶ୍ରୀମତୀ ମୀନାରାଣୀ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ +୩, ୩ୟ ବର୍ଷ ଛାତ୍ରଛତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଦିଗରେ ଗୁରୁତ୍ୱ ଦେଇ ଥିଲେ। ଡକ୍ଟର ସାହୁ ତାଙ୍କ ମର୍ମସ୍ପର୍ଶୀ ବାଣୀ ଦ୍ୱାରା ଛାତ୍ରଛତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ବରିଷ୍ଠ ଅଧ୍ୟାପକ ଶ୍ରୀଯୁକ୍ତ ଅଜୟ କୁମାର ଦାସ ଛାତ୍ରଛତ୍ରୀମାନଙ୍କ ଆଗାମୀ ଲକ୍ଷ୍ୟ ଉପରେ ତାଙ୍କ ବକ୍ତବ୍ୟ ରଖିଥିଲେ। ସାଇ ଆଦର୍ଶ ବିଦ୍ୟାମନ୍ଦିରର ଶିକ୍ଷକ ଶ୍ରୀଯୁକ୍ତ ଅଶୋକ କୁମାର ବୁଗୁଡେଇ ଓ ସାଇ ଆଦର୍ଶ ଶିକ୍ଷାନୁଷ୍ଠାନ ସମୂହର ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ଦୀନକୃଷ୍ଣ ମହାନା ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ। ଉକ୍ତ ସଭାରେ ଅତିଥି ମାନଙ୍କ ଦ୍ଵାରା +୩, ୩ୟ ବର୍ଷ ଛାତ୍ରଛତ୍ରୀମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପହାର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ଅଧ୍ୟାପିକା ଶ୍ରୀମତୀ ମିନାକ୍ଷୀ ମହାନ୍ତି, ଅଧ୍ୟାପିକା ଲୀଳାବତୀ ମହାନ୍ତ, ଅଧ୍ୟାପିକା ନିହାରିକା ସାହୁ , ଅଧ୍ୟାପିକା ଜୟଶ୍ରୀ ମହାନ୍ତ, ଅଧ୍ୟାପିକା ଶ୍ରୀମତୀ ରାଜଶ୍ରୀ ସାସମଲ , ଅଣଶିକ୍ଷକ କର୍ମଚାରୀ ଶ୍ରୀଯୁକ୍ତ କପିଳାସ ବେହେରା, ଶ୍ରୀଯୁକ୍ତ ଜଗଦୀଶ ସେଠୀ ଓ ଗାୟତ୍ରୀ ପାତ୍ର ଙ୍କ ବିଶିଷ୍ଟ ଭୂମିକା ଥିଲା। ୨ୟ ବର୍ଷ ଛାତ୍ରୀ ସ୍ମୃତିମୟୀ ଗିରି, ସୁପ୍ରୀତି ମାଇତି, ଅନିମା ଭୋଳ, ରାଧାରାଣୀ ବେହେରା ଓ ଅନ୍ୟମାନେ କାର୍ଯ୍ୟକ୍ରମ କୁ ସଫଳ କରାଇବାରେ ସାହାଯ୍ୟ କରିଥିଲେ। ଶେଷରେ ଅଧ୍ୟାପିକା ଶ୍ରୀମତୀ ସ୍ନିଗ୍ଧାଶ୍ରୀ ସାମଲ ଧନ୍ୟବାଦ ଜ୍ଞାପନ କରିଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0