।। ସହିଦ୍ ଯବାନଙ୍କୁ ଗାର୍ଡ ଅଫ ହନର ସହ ଶବସତ୍କାର ।।

May 21, 2024 - 11:58
 0  19
।। ସହିଦ୍ ଯବାନଙ୍କୁ ଗାର୍ଡ ଅଫ ହନର ସହ ଶବସତ୍କାର ।।

ନୂଆପଡ଼ା ଜିଲ୍ଲା କୋମନା ଥାନା ବିରୁନ୍ ପଦର ଛକ ନିକଟରେ ଗତକାଲି ବାଇକ୍ ଦୁର୍ଘଟଣା ରେ ଜଣେ କାର୍ଯ୍ୟରତ ସି ଆର୍ ପି ଏଫ୍ ଜବାନଙ୍କ ମୃତ୍ୟୁ ଘଟିଥିଲା ।ମୃତ ଯବାନ ବୋଡ଼େନ ଥାନା ଖିରମାଲ୍ ଗାଁ ର ଚୈତନ୍ୟ ଶବର।ସୂଚନା ଅନୁସାରେ ଚୈତନ୍ୟ ଶବର 2008 ମସିହାରେ ସେ ସି ଆର୍ ପି ଏଫ୍ ରେ ଯୋଗଦାନ କରିଥଲେ । ବର୍ତ୍ତମାନ୍ ସେ ନୂଆପଡା ସିଆରପିଏଫ୍ 216 ବାଟାଲିୟନ ଅଧିନରେ ସୁନାବେଡ଼ା ଅଭୟାରଣ୍ୟ ଦାତୁନାମା କ୍ୟାମ୍ପ ରେ ନିୟୋଜିତ ଥିଲେ । ସେ କୌଣସି କାମରେ କୋମନା କୁ ବାଇକ୍ ଯୋଗେ ଆସିଥିଲେ । ଅପରାହ୍ନ ରେ ସେ କାର୍ଯ୍ୟ ସାରି ଫେରିବା ବେଳେ ଏନ୍ଏଚ୍୩୫୩ ବୀରୁନ ପଦର ଛକ ନିକଟରେ ଏକ ଟ୍ରକ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା ଯାହା ଫଳରେ ଚୈତନ୍ୟ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ।ଦୁର୍ଘଟଣା ରେ ଚୈତନ୍ୟ ଙ୍କ ମୁଣ୍ଡରେ ଗଭୀର କ୍ଷତ ହେବା ସହ ଗୋଡ ମଧ୍ୟ ଭାଙ୍ଗି ଯାଇଥିଲା ।ଖବର ପାଇ କୋମନା ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଚୈତନ୍ୟ ଙ୍କୁ ଗୁରୁତର ଅବସ୍ଥାରେ ରେ ଉଦ୍ଧାର କରି ସ୍ଥାନୀୟ କୋମନା ହସ୍ପିଟାଲ ରେ ଭର୍ତ୍ତି କରିଥିଲେ। ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସନ୍ଧ୍ୟା ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଚୈତନ୍ୟ ଙ୍କ ମୃତ୍ୟୁ ଘଟିଥିଲା ।ସନ୍ଧ୍ୟା ହେବାରୁ ସବ ବ୍ୟବଚ୍ଛେଦ ହୋଇପାରିଲା ନାହିଁ, ତେଣୁ ଆଜି ସକାଳେ ସବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ଏନେଇ ପୋଲିସ କୋମନା ଥାନାରେ ଏକ ମାମଲା ରୁଜୁ କରି ଦୁର୍ଘଟଣା ଘଟାଇ ଥିବା ଟ୍ରକ କୁ ଜବତ କରି ତଦନ୍ତ କରାଯାଉଛି। ମୃତ ଚୈତନ୍ୟ ଶବରଙ୍କ ମୃତ ଦେହକୁ ପ୍ରଥମେ CRPF 216 ବାଟାଲିୟନ ହେଡ୍ କ୍ୱାଟର ନିଆ ଯାଇଥିଲା ।crpf 216 ବାଟାଲିୟନ କମାଣ୍ଡାଣ୍ଟ ଇରିକ୍ ଗିଲ ବର୍ଟ ଯୋସ୍ ଙ୍କ ଉପସ୍ଥିତି ରେ ମୃତ ଚୈତନ୍ୟ ଙ୍କ ପରିବାର କୁ ନଗଦ ପଚାଶ ହଜାର ଟଙ୍କା ଶୁଦ୍ଧି କ୍ରିୟା କରିବା ପାଇଁ ପ୍ରଦାନ୍ କରିଥଲେ । ଏହି ସବ ସତ୍କାର କାର୍ଯକ୍ରମ ରେ CRPF 216 ବାଟାଲିୟନ କମଣ୍ଡାଣ୍ଟ ଇରୀକ୍ ଗିଲ ବର୍ଟ୍ ଯୋଷ,2nd ଇନ କମାନଣ୍ଡାଣ୍ଟ S J ନାୟାର, D R ୟାଦବ ଟି.ନିତ୍ୟାନନ୍ଦ,ରୋକାଲ୍ ସରପଞ୍ଚ ଠାକୁର ବାଗ,ହରେକୃଷ୍ଣ ବେହେରା ଦାମୋଦର ବାଗ, ବାଳକୃଷ୍ଣ ଶବର ଜନକ ନାୟକ, ଅନୁରାଗ ବାଗ ରତନ ଶବର,ଦେବାର୍ଚ୍ଚନ ଶବର ବିଜୟ ବେହେରା ତଥା ସମସ୍ତ ସିଆରପିଏଫ୍ ଜବାନଙ୍କ ଉପସ୍ଥିତି ରେ ସହିଦ୍ ଚୈତନ୍ୟ ଶବରଙ୍କୁ ତୋପ ସଲାମୀ ଦେବା ସହ ସବସତ୍କାର କରାଯାଇଥିଲା ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ