।। ସହିଦ ସପ୍ତାହ ପାଳନ ନେଇ ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର ।।

Jul 29, 2024 - 19:56
 0  270
।। ସହିଦ ସପ୍ତାହ ପାଳନ ନେଇ ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର ।।

ବହୁତ ଦିନ ପରେ ଅଞ୍ଚଳରେ ମାଓବାଦୀଙ୍କର ପୋଷ୍ଟର ମାରୀ ନିଜର ଉପସ୍ଥିତି ଜାହିର କରିଛନ୍ତି। ମୁନିଗୁଡ଼ା ତାରିଖ ୨୮/୭/୨୪ ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅର୍ନ୍ତଗତ ଜଗଦଲପୁର ଫାଣ୍ଡି ଅଧିନସ୍ଥ ଗୁଣ୍ଡୁରିଗୁଡା ଗାଁ ରେ ଲାଗିଛି ମାଓବାଦୀ ଙ୍କ ପୋଷ୍ଟର ଓ‌ ବେନର ବହୁଦିନ ର ବ୍ୟବଧାନ ପରେ ପୁଣି ରାୟଗଡ଼ା ଜିଲ୍ଲାରେ ମାଓବାଦୀ ସକ୍ରିୟ ହୋଇ ଶହିଦ ସପ୍ତାହ ପାଳନ ପାଇଁ ବେନର ଓ ପୋଷ୍ଟର ଲଗାଇଛନ୍ତି ଜୁଲାଇ ୨୮ ଠାରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହିଦ୍ ସପ୍ତାହ ପାଳନ ଓ ଶୋଷଣ ମୁକ୍ତ ସମାଜ ଗଠନ ପାଇଁ ଜନ ଆନ୍ଦୋଳନ ରେ ସାମିଲ ହେବାପାଇଁ ଆହ୍ବାନ ଦେଇଛନ୍ତି। ଦୀର୍ଘଦିନ ରେ ପରେ ବଂଶଧାରା ଘୁମୁସର ନାଗାବଳୀ ଡିଭିଜନ କମିଟି ତରଫରୁ ବେନର ଓ ପୋଷ୍ଟର ଲାଗାଇଥିବା ଜଣାପଡିଛି।ଗୁଣ୍ଡୁରିଗୁଡା ଅଞ୍ଚଳ ରେ ମାଓବାଦୀମାନେ ବେନର ଓ ପୋଷ୍ଟର ଲଗାଇଥିବାରୁ ସ୍ଥାନିୟ ଅଞ୍ଚଳ ରେ ଭୟ ରେ ରହୁଥିବା କହିଛନ୍ତି ବେନର ଓ ପୋଷ୍ଟର ପୋଲିସ ଉଧାର କରି ତଦନ୍ତ ଜାରି ରଖିଛନ୍ତି।

 ରାୟଗଡ଼ା ଜିଲ୍ଲା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ