।। ସହିଦ ସପ୍ତାହ ପାଳନ ନେଇ ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର ।।

Jul 29, 2024 - 19:56
 0  265
।। ସହିଦ ସପ୍ତାହ ପାଳନ ନେଇ ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର ।।

ବହୁତ ଦିନ ପରେ ଅଞ୍ଚଳରେ ମାଓବାଦୀଙ୍କର ପୋଷ୍ଟର ମାରୀ ନିଜର ଉପସ୍ଥିତି ଜାହିର କରିଛନ୍ତି। ମୁନିଗୁଡ଼ା ତାରିଖ ୨୮/୭/୨୪ ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅର୍ନ୍ତଗତ ଜଗଦଲପୁର ଫାଣ୍ଡି ଅଧିନସ୍ଥ ଗୁଣ୍ଡୁରିଗୁଡା ଗାଁ ରେ ଲାଗିଛି ମାଓବାଦୀ ଙ୍କ ପୋଷ୍ଟର ଓ‌ ବେନର ବହୁଦିନ ର ବ୍ୟବଧାନ ପରେ ପୁଣି ରାୟଗଡ଼ା ଜିଲ୍ଲାରେ ମାଓବାଦୀ ସକ୍ରିୟ ହୋଇ ଶହିଦ ସପ୍ତାହ ପାଳନ ପାଇଁ ବେନର ଓ ପୋଷ୍ଟର ଲଗାଇଛନ୍ତି ଜୁଲାଇ ୨୮ ଠାରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହିଦ୍ ସପ୍ତାହ ପାଳନ ଓ ଶୋଷଣ ମୁକ୍ତ ସମାଜ ଗଠନ ପାଇଁ ଜନ ଆନ୍ଦୋଳନ ରେ ସାମିଲ ହେବାପାଇଁ ଆହ୍ବାନ ଦେଇଛନ୍ତି। ଦୀର୍ଘଦିନ ରେ ପରେ ବଂଶଧାରା ଘୁମୁସର ନାଗାବଳୀ ଡିଭିଜନ କମିଟି ତରଫରୁ ବେନର ଓ ପୋଷ୍ଟର ଲାଗାଇଥିବା ଜଣାପଡିଛି।ଗୁଣ୍ଡୁରିଗୁଡା ଅଞ୍ଚଳ ରେ ମାଓବାଦୀମାନେ ବେନର ଓ ପୋଷ୍ଟର ଲଗାଇଥିବାରୁ ସ୍ଥାନିୟ ଅଞ୍ଚଳ ରେ ଭୟ ରେ ରହୁଥିବା କହିଛନ୍ତି ବେନର ଓ ପୋଷ୍ଟର ପୋଲିସ ଉଧାର କରି ତଦନ୍ତ ଜାରି ରଖିଛନ୍ତି।

 ରାୟଗଡ଼ା ଜିଲ୍ଲା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ