ସହଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା

Aug 12, 2025 - 04:04
 0  12
ସହଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା

ନୂଆପଡ଼ା : ସ୍ଥାନୀୟ ପି. ଏମ. ଶ୍ରୀ ସରକାରୀ ନେସନାଲ ଉଚ୍ଚ ବିଦ୍ୟାଳୟ ସଭାକକ୍ଷରେ ନୂଆପଡ଼ା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ ସହଗୋଷ୍ଠୀ ଶିକ୍ଷା ଅଧିକାରୀ ଉତ୍କଳମଣି ଅଗସ୍ତିଙ୍କର ଦୀର୍ଘ ଅଠତିରିଶ ବର୍ଷର କାର୍ଯ୍ୟକାଳର ପରିଶେଷରେ ଗତ ଜୁଲାଇ ଏକତିରଶି ତାରିଖରେ ସେବାନିବୃତ ହୋଇଥିଲେ ଅବସର ଗ୍ରହଣ କରୁଛନ୍ତି। ଏହି ଅବସରରେ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ନୂଆପଡ଼ା ସଭାପତି ଜିତେନ୍ଦ୍ର କୁମାର ଖମାରୀଙ୍କ ସଭାପତିତ୍ବରେ ଆୟୋଜିତ ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଲୋକସଭା ସାଂସଦ କଳାହାଣ୍ଡି ବସନ୍ତ କୁମାର ପଣ୍ଡା,ସମ୍ମାନିତ ଅତିଥି ଭାବରେ ଶିକ୍ଷକ ସଂଘର ଉପଦେଷ୍ଟା ବରିଷ୍ଠ ଅଧିବକ୍ତା ତଥା ଜିଲ୍ଲା ଓକିଲ ସଂଘର ସଭାପତି କ୍ଷିତିଶ ଅଶୋକ ବୋଧନକର , ବରିଷ୍ଠ କ୍ରୀଡାବିତ୍ ତଥା ଓଡ଼ିଶା କ୍ରିକେଟ ସଂଘର ସଦସ୍ୟ ସରୋଜ ସାହୁ, ଅଧିବକ୍ତା ସୁଶାନ୍ତ ପତି, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ନୂଆପଡ଼ା ଚୈତ୍ରରାମ ନାୟକ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋଲାପ ଚନ୍ଦ୍ର ସାହୁ ଏଵଂ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଶଙ୍କର୍ଷଣ ପୁରୋହିତ , ସଂଘର ସମ୍ପାଦକ ମକରଧ୍ବଜ ବାରିକ ପ୍ରମୁଖ ଯୋଗଦେଇ ଶ୍ରୀଯୁକ୍ତ ଅଗସ୍ତି ମହୋଦୟଙ୍କ କର୍ତ୍ତବ୍ୟ ପରାୟଣତା, କର୍ମନିଷ୍ଠ ସାଧନା, ଦାୟିତ୍ୱ ସମ୍ପାଦନା, ପ୍ରଶାସନିକ ଦକ୍ଷତା, ଛାତ୍ର ବତ୍ସଳ , ବିଦ୍ୟାନୁରାଗୀ, ସତ୍ୟବାଦୀତା ଆଦି ସମ୍ପର୍କରେ ବର୍ଣ୍ଣନାକରି ଭୂୟସି ପ୍ରସଂଶା କରିଥିଲେ। ଏହିଁ ଅବସର କାଳୀନ ସମ୍ବର୍ଦ୍ଧନା ସଭାଟିକୁ ବରିଷ୍ଠ ଶିକ୍ଷକ କିଶୋର ଚନ୍ଦ୍ର ପ୍ରଧାନ ସଂଯୋଜନା କରିଥିବାବେଳେ ଶିକ୍ଷକ ଶରତ କୁମାର ପଣ୍ଡା, ଉପେନ୍ଦ୍ର ଷଡ଼ଙ୍ଗୀ ସୁତିକ୍ଷ୍ଣ ଯୋଷୀ, ପ୍ରଫୁଲ୍ଲ ବାରିକ, ବଳରାମ ଚନ୍ଦ୍ରକାର, ହରେନ୍ଦ୍ର ବାଗ, ଯଶୋବନ୍ତ ବାରିକ, ପ୍ରଶାନ୍ତ ନାଥ, ହୀରାଲାଲ ଦଣ୍ଡସେନା, କେଶବ ରାମ ବାଗ, କିଶୋର କୁମାର ପରିଡ଼ା ପ୍ରମୁଖ ସୁପରିଚାଳନାରେ ସହଯୋଗ କରିଥିଲେ। ଶିକ୍ଷକ ହରେନ୍ଦ୍ର ବାଗ ଧନ୍ୟବାଦ ଅର୍ପଣ କରିଥିଲେ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ମିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ