।। ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ ଥାନାରେ ଅଭିଯୋଗ ।।

Jul 28, 2024 - 10:19
 0  206
।। ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ ଥାନାରେ ଅଭିଯୋଗ ।।

ବରୀ : ଯାଜପୁର ଜିଲ୍ଲା ବରୀବ୍ଲକ କାର୍ଯ୍ୟାଳୟ ପରିସରରେ ଘଟିଛି ଅଭାବନୀୟ ଘଟଣା। ବରୀ ବ୍ଲକରେ କାର୍ଯ୍ୟରତ ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ଦୀପ ଦାସଙ୍କୁ ଅରଙ୍ଗାବାଦ ପଞ୍ଚାୟତ ରଜାପୁର ଗ୍ରାମର ଉମେଶ ଚନ୍ଦ୍ର ଦାସ ଓରଫ (ବାବାଜୀ) ବ୍ଲକ ପରିସରରେ କୌଣସି ଏକ କାରଣରୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ମାଡ ମାରିଥିବା ବରୀ ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ଗତକାଲି ବରୀ ବ୍ଲକ କାର୍ଯ୍ୟାଳୟ ପରିସରରେ କୌଣସି ଏକ କାମ ପାଇଁ ଉଭୟ ଠିକାଦାର ଓ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହେଉଥିବା ବେଳେ ଠିକାଦାର ଉମେଶ ଚନ୍ଦ୍ର ଦାସ ରାଗିଯାଇ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ମାଡ ମାରିଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ବରୀ ଥାନାରେ ଅଭିଯୋଗ କରିଛନ୍ତି। ଏ ନେଇ ନିର୍ବାହୀ ଯନ୍ତ୍ରୀ ମାନସିକ ଯନ୍ତ୍ରଣା ଯୋଗୁଁ ନୀରବ ରହିଥିଲେ ମାତ୍ର କାଲି ସନ୍ଧ୍ୟାରେ ଵରୀ ଥାନାରେ ଅଭିଯୋଗ କରିଛନ୍ତି। ଏ ନେଇ ବରୀ ଥାନା ଅଧିକାରୀଣିଙ୍କୁ ପଚାରିବାରୁ କହନ୍ତି ସରକାରୀ କର୍ମଚାରୀକୁ ନିଜ କାର୍ଯ୍ୟାଳୟ ପରିସରରେ ମାଡ ମାରିବା ବଡ଼ ଅପରାଧ ମାତ୍ର ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଯିଏ ଦୋଷୀ ସିଏ ଦଣ୍ଡ ପାଇବ ବୋଲି କହିଛନ୍ତି।

 ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ