ସରକାରୀ ଉଚ୍ଚ ବିଦ୍ୟାଳୟ କଲ୍ୟାଣପୁର ଠାରେ ବନମହୋତ୍ସବ ସପ୍ତାହ ଅନ୍ତର୍ଗତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Jul 15, 2025 - 20:49
 0  5
ସରକାରୀ ଉଚ୍ଚ ବିଦ୍ୟାଳୟ କଲ୍ୟାଣପୁର ଠାରେ  ବନମହୋତ୍ସବ  ସପ୍ତାହ ଅନ୍ତର୍ଗତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡା : ସରକାରୀ ଉଚ୍ଚ ବିଦ୍ୟାଳୟ କଲ୍ୟାଣପୁର ଠାରେ ବନମହୋତ୍ସବ ସପ୍ତାହ ଅନ୍ତର୍ଗତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏଥିରେ ପ୍ରଧାନଶିକ୍ଷକ ଙ୍କ ନେତୃତ୍ୱ ରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହିତ ଛାତ୍ରଛାତ୍ରୀମାନେ ଏବଂ ଡ଼ୁମେରପାଣି କ୍ଲଷ୍ଟର ସି.ଆର.ସି.ସି ଶ୍ରୀଯୁକ୍ତ ମକରଧ୍ବଜ ବାରିକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ | ସି.ଆର.ସି.ସି ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମିଶି ଛାତ୍ରଛାତ୍ରୀଙ୍କୁ ବନମହୋତ୍ସବର ମହତ୍ୱ ବିଷୟରେ ଅବଗତ କରାଇଥିଲେ ECO CLUB ର ଛାତ୍ରଛାତ୍ରୀମାନେ ସମସ୍ତ ଗ୍ରାମବାସୀଙ୍କୁ ବୃକ୍ଷରୋପଣ ର ଲାଭ ବିଷୟରେ ଅବଗତ କରାଇଥିଲେ | ସମସ୍ତେ ମିଶି ୨୦୦ ଚାରାଗଛ ରୋପଣ କରିଥିଲେ | ପ୍ରଥମେ ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଶିକ୍ଷକ ରବୀନ୍ଦ୍ର କୁମାର ମହାରଣା ବୃକ୍ଷରୋପଣର ବୈଜ୍ଞାନିକ ମହତ୍ୱ ବିଷୟରେ ଛାତ୍ରଛାତ୍ରୀଙ୍କୁ ଜଣାଇଥିଲେ | ପରେ ସି.ଆର.ସି.ସି ଡ଼ୁମେରପାଣି କ୍ଲଷ୍ଟର ଛାତ୍ରଛାତ୍ରୀଙ୍କୁ ବୃକ୍ଷରୋପଣ ର ପୌରାଣିକ ମହତ୍ୱ ବିଷୟରେ ଜଣାଇଥିଲେ | ବିଦ୍ୟାଳୟର ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜ ନିଜ ଜନ୍ମଦିନରେ ଗୋଟିଏ ଗୋଟିଏ ବୃକ୍ଷ ଆଣି ବିଦ୍ୟାଳୟରେ ରୋପଣ କରିବା ପାଇଁ ଉତ୍ସାହିତ କରିଥିଲେ ଏବଂ ଶପଥ ପାଠ ମଧ୍ୟ କରାଇଥିଲେ ଏବଂ ଶପଥ ପାଠ ମଧ୍ୟ କରାଇଥିଲେ | ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନିହାର ରଞ୍ଜନ ସାମଲ ବିଦ୍ୟାଳୟ କୁ ପ୍ଲାଷ୍ଟିକ ମୁକ୍ତ ମୁକ୍ତ ଘୋଷଣା କରିଥିଲେ ଏବଂ ପ୍ଲାଷ୍ଟିକ ବ୍ୟବହାର ନ କରିବା ପାଇଁ ଛାତ୍ର ଛାତ୍ରୀ ଙ୍କୁ ପରାମର୍ଶ ଦେଇଥିଲେ | ପରିଶେଷରେ ଶ୍ରୀଯୁକ୍ତ ଧନୀଚରଣ ଛତର ଧନ୍ୟବାଦ ଅର୍ପଣ କରିଥିଲେ ।

ନୂଆପଡ଼ାରୁ ବିଶ୍ଵନାଥ ସାମଲଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ