।। ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମହୁଲଭଟାରେ ବିଜ୍ଞାନମେଳା ଅନୁଷ୍ଠିତ ।।

Nov 6, 2024 - 20:16
 0  20
।। ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମହୁଲଭଟାରେ ବିଜ୍ଞାନମେଳା ଅନୁଷ୍ଠିତ ।।

ନୂଆପଡା : ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମହୁଲଭଟାରେ ପ୍ରଧାନ ଶିକ୍ଷୟିତ୍ରୀ ନିରୁପମା ସୂପକାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଜ୍ଞାନମେଳାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ହେମସାଗର ମହାନନ୍ଦ ମୁଖ୍ୟ ଅତିଥି ଭାବରେ, ଏବିଇଓ ଉତ୍କଳମଣି ଅଗସ୍ତି, ସଦର ସିଆରସିସି ଜୀତେନ୍ଦ୍ର ଖମାରୀ , ଯୁବ ଆଇନଜିବୀ ବିଶ୍ଵନାଥ ରଣା, ବିଦ୍ୟାଳୟ ପରିଚାଳନା ସଭାପତି ପବନ ରଣା ସମ୍ମାନୀତ ଅତିଥି ଭାବରେ ଏବଂ ପୂର୍ବତନ ବିଜ୍ଞାନ ଶିକ୍ଷା ନିରୀକ୍ଷକ ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଅଶ୍ଵିନୀ ଭୋଇ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ। ବିଜ୍ଞାନ ମେଳାରେ ସର୍ବମୋଟ୍ 65 ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। କନିଷ୍ଠ ବର୍ଗରେ ପୁରନ୍ଦର ରଣା ଓ ବରିଷ୍ଠ ବର୍ଗରେ ସଚିନ ଦଣ୍ଡସେନାଙ୍କ ପ୍ରକଳ୍ପ ଶ୍ରେଷ୍ଠ ବିବେଚିତ ହୋଇଥିଲା। ଏହି ଦୁଇଟି ପ୍ରକଳ୍ପକୁ ବ୍ଲକ ସ୍ତରୀୟ ବିଜ୍ଞାନ ମେଳାରେ ଅଂଶ ଗ୍ରହଣ ପାଇଁ ଚୟନ କରାଗଲା। ବିଚାରକ ଭାବେ ବିଜ୍ଞାନ ଶିକ୍ଷକ ପ୍ରଶାନ୍ତ ନାଥ ଓ ଯଶୋବନ୍ତ ବାରିକ୍ ସୁଚାରୁ ରୂପେ ଦାୟିତ୍ଵ ନିର୍ବାହ କରିଥିଲେ ଏବଂ ସୁଶ୍ରୀ ସଂଗୀତା ବେଉରା ବିଜ୍ଞାନ ମେଳା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏଥିରେ ଶିକ୍ଷକ ନେତା ଅମିଲାଲ୍ ଶବର, ଶିକ୍ଷୟିତ୍ରୀ ମମତା ପଣ୍ଡା, ତନୁଜା ପଣ୍ଡା, ତୃପ୍ତିମୟୀ ପାତ୍ର, ଚିନ୍ମୟି ମହାନ୍ତି, ଖେଳ ଶିକ୍ଷକ ଭରତ ପ୍ରଧାନ ବିଶେଷ ସହଯୋଗ କରିଥିଲେ । ପରିଶେଷରେ କୃତି ବିଦ୍ୟାର୍ଥୀଙ୍କୁ ପୁରସ୍କାର ପ୍ରଦାନ ପୂର୍ବକ ପ୍ରଧାନ ଶିକ୍ଷୟିତ୍ରୀ ନିରୁପମା ସୂପକାର ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ