।। ସମିତି ସଭ୍ୟାଙ୍କ ନେତୃତ୍ୱରେ ଦାବିଦାର ସଭା ଜୟପାଟଣା ବ୍ଳକ ।।

Mar 7, 2024 - 15:40
 0  57
।। ସମିତି ସଭ୍ୟାଙ୍କ ନେତୃତ୍ୱରେ ଦାବିଦାର ସଭା ଜୟପାଟଣା ବ୍ଳକ ।।

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ରେ ଗ୍ରାମପଞ୍ଚାୟତ ଓ ଅଞ୍ଚଳର ଗରିବ ଖଟିଖିଆ ମାନଙ୍କର ବାସ୍ତବ ସମସ୍ୟା ର ସମାଧାନ କିଭଳି ଅବ୍ୟବସ୍ଥା ରହିଛି ତାର ସମାଧାନ ପାଇଁ ଆଜି ଜୟପାଟଣା ବ୍ଲକ ବିଡ଼ିଓ ତହସିଲଦାର ଙ୍କୁ ରାସନ କାର୍ଡ ବଞ୍ଚିତ ଲକଙ୍କୁ ନାମ ଯୋଡ଼ଯଉ, ଭୂମି ହିନ ଲୋକଙ୍କୁ ଜମି ଦୀୟାଯାଉ, ଭତ୍ତା ଯୋଗ୍ୟ ଲକ ଙ୍କୁ ବୃଦ୍ଧ ଭୋତ୍ତା ଦୀୟଯାଉ, ଘର ଡିଅ ସହିତ ଚାଷ ଜମି ବିପିଏଲ ଧରିଙ୍କୁ ବିଦ୍ୟୁତ୍ ଯୋଗାଣ, ପାନୀୟଜଳ ଯୋଗାଣ, ପାଇଖାନା ଏଭଳି ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ଗରିବ,ଖଟିଖିଆ ଜନତା, ସେଥି ନିମନ୍ତେ ଜୟପାଟଣା ଗ୍ରାମ ପଞ୍ଚାୟତ ସମିତି ସଭିଆ ତରଫରୁ ଦାବିପତ୍ର ପ୍ରଦାନ । ଏଭଳି ସମସ୍ୟା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଞ୍ଚଳରେ ।ସୂଚନାରୁ ପ୍ରାପ୍ତଯେ ଜୟପାଟଣା ବ୍ଲକ ଏକ ଅନୁସୂଚିତ ଜାତି ଜନଜାତି,ପଛୁଆ ବର୍ଗର ଗରିବ ବହୁଳ ଅଞ୍ଚଳ ।ଏଠାରେ ଭୂମିହୀନ ଓ ନାମମାତ୍ର ଚାଷୀ ଅଟନ୍ତି ।୨୦୧୧ମସିହାର ଜନଗଣନା ଅନୁଯାୟୀ ଯେଉଁ ହିତାଧିକାରୀଙ୍କୁ ଚିହ୍ନଟ କରି ବିପିଏଲ କାର୍ଡ଼ ଦିଆଯାଇଛି ,ସେଥିରେଆଜକୁ ପ୍ରାୟ୧୨/୧୩ବର୍ଷ ବିତିଯାଇଛି ଓ ନୂତନ କାର୍ଡ଼ ପାଇଁ ଯୋଗ୍ୟ ହେଲେହେଁ ରାସନ କାର୍ଡ଼ ପାଇଁ ବଞ୍ଚିତ ହେବାଯୋଗୁଁ ସେମାନେ ଶ୍ରୀମତି ଦୁରିଆଙ୍କ ପାଖରେ ପ୍ରତିଦିନ ଅଭିଯୋଗ ଯିବାରୁ ଏହି ଖବର ହସ୍ତଗତ ହୋଇଛି ।ଏଥି ସହିତ ପାନୀୟ ଜଳ, ସ୍ୱାସ୍ଥ୍ୟ ବ୍ୟବସ୍ଥା, ଶିକ୍ଷାନୁଷ୍ଠାନ ମାନଙ୍କ ଅନେକ ମୌଳିକ ସମସ୍ୟା ଥିଲେ ମଧ୍ୟ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଜନସାଧାରଣ ଡିଣ୍ଡିମ ପିଟୁଛନ୍ତି ।କିନ୍ତୁ ଦେଖି ବିଭିନ୍ନ ସଙ୍ଗଠନ, ରାଜନେତା ମାନଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ରେଲି ସହ ଆନ୍ଦୋଳନ ଉଗ୍ରରୂପ ହେଉଛି ।ତେଣୁ ଆପେ ବଞ୍ଚିଲେ ବାପର ନାଁ ଭାବି ସାଧାରଣ ଜନତାଙ୍କୁ ବୋକା ବନେଇ ରାଜସ୍ୱ ହଡପ କରୁଛନ୍ତି ବୋଲି ଶୁଣିବାକୁ ମିଳୁଛି ।ସେଥିସକାଶେ ୧୦ଦଫା ଦାବି ନେଇ ଫେବୃଆରୀ ୭ତାରିଖରେ ଜୟପାଟଣା ସମିତି ସଭିଆ ଶ୍ରୀମତି ରଶ୍ମିତା ଦୁରିଆ ଏକ ବିଶାଳ ରେଳିରେ ଯାଦବ କ୍ଲବ ଠାରୁ ଆସି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ତହସିଲଦାର ବିଡ଼ିଓ ଜୟପାଟଣାଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିବା ସହ ଦାବିର ସମାଧାନ ନହେଲେ ଆନ୍ଦୋଳନର ପନ୍ଥା ଗ୍ରହଣ କରିବାକୁ ମତ ପ୍ରକାଶ କରିଛନ୍ତି । ଅନୁଷ୍ଠିତ ଏହି ରେଳିରେ ଶ୍ରୀଯୁକ୍ତ ପ୍ରକାଶ ଦୁରିଆ ସମାଜସେବୀ ଜୟପାଟଣା, ଅରକ୍ଷିତ କଣ୍ଟା ଯୁବସମାଜସେବୀ,ଲବ କିଶୋର ନାଏକ, ତରୁଣ ନାଗ,୧୧ନମ୍ବର ୱାର୍ଡ ମେମ୍ବର, ମୁନ୍ନା ଭାଇ, ଜୟପାଟଣା, ଉପସ୍ଥିତ ଥିଲେ ।

କଳାହାଣ୍ଡି ଜିଲ୍ଲା ରୁ ବାବୁଲି ହରିଜନଙ୍କ ରିପୋର୍ଟ୍ କୋରାପୁଟ ପ୍ରଥମ ଖବର ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ