ସମଲେଶ୍ଵରୀ ସାହିତ୍ୟ ସଂସଦ ର ତ୍ରୟୋଦଶ ସ୍ଵନକ୍ଷତ୍ର ଉତ୍ସବ
କୋଲାଵିରା,୩୦/୧୧(ଫାଷ୍ଟ ନ୍ୟୁଜ ଓଡିଶା) )- ଝାରସୁଗୁଡ଼ା ଜିଲ୍ଲା କୋଲାଵିରା ସ୍ଥିତ ସମଲେଶ୍ବରୀ ସାହିତ୍ୟ ସଂସଦ ର ତ୍ରୟୋଦଶ ସ୍ଵ- ନକ୍ଷତ୍ର ଦିବସ ସମାରୋହ, ରାଜ୍ୟସ୍ତରୀୟ କବି ସମ୍ମିଳନୀ ଓ ସଂସଦ ର ମୁଖପତ୍ର ଅଗ୍ନିତୀର୍ଥର ଉନ୍ମୋଚନ ଉତ୍ସବ ରବିବାର ସ୍ଥାନୀୟ ଶହୀଦ କରୁଣାକର ପାର୍କ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ସାହିତ୍ୟ ସଂସଦ ର ସଭାପତି ପ୍ରଜ୍ଞା ସୌରଭ ଶୋଭାଚନ୍ଦ୍ର ନାଏକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉତ୍ସବରେ ଜମିଦାର ବୀର ଅମରେନ୍ଦ୍ର ପ୍ରତାପ ସିଂହ ଉଦଘାଟକ ଭାବେ ଯୋଗଦେଇ ପ୍ରଭୁ ଜଗନ୍ନାଥ, ମା ସମଲେଇ ଓ ମା ଦକ୍ଷିଣ କାଳୀ ଙ୍କ ପୂଜାର୍ଚ୍ଚନା ସହ ସାରସ୍ଵତ ଉତ୍ସବର ଶୁଭାରମ୍ଭ କରିଥିଲେ l ଏଥିରେ ବୌଦ୍ଧ ଜିଲ୍ଲା ର ବିଶିଷ୍ଟ ସାହିତ୍ୟିକ ତଥା ରାଜ୍ୟର ପୂର୍ବତନ ଅର୍ଥ କମିଟି ସଦସ୍ୟ ଇଂ ସଞ୍ଜୟ କୁମାର ପଣ୍ଡା ମୁଖ୍ୟବକ୍ତା ଭାବରେ ଯୋଗଦେଇ ଶିକ୍ଷା ଓ ସାହିତ୍ୟ ପରସ୍ପର ପରିପୂରକ ବୋଲି କହିବା ସହ ସାହିତ୍ୟ ର ଉନ୍ନତି ରେ ହିଁ ଶିକ୍ଷାର ଉନ୍ନତି ବୋଲି ବର୍ଣ୍ଣନା କରିଥଲେ l ସାହିତ୍ୟ ର ଉନ୍ନତି ପାଇଁ ସମଲେଶ୍ଵରୀ ସାହିତ୍ୟ ସଂସଦ ର ଦୀର୍ଘ ୧୩ ବର୍ଷ ର ସଂଘର୍ଷ କୁ ଶ୍ରୀ ପଣ୍ଡା ସାଧୁବାଦ ଜଣାଇଥିଲେ l ଏଥିରେ ସମ୍ବଲପୁର ର ଅବସରପ୍ରାପ୍ତ ଅଧ୍ୟାପକ ଦେବରାଜ ସାହୁ ସ୍ଵତନ୍ତ୍ର ଅତିଥି ଭାବରେ ଯୋଗଦେଇଥିଲେ l ଅନୁଗୁଳର ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ମୂରଲୀଧର ନାୟକ, ଓଡ଼ିଶା ସାହିତ୍ୟ ଏକାଡେମୀ ର ପୂର୍ବତନ ସଦସ୍ୟ ତଥା ଆଇନଜୀବୀ ପ୍ରଫୁଲ୍ଲ କୁମାର ମହାପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ l ଏ ଅବସରରେ ସ୍ବର୍ଗତ ରାଜମାତା ଗୁଣବନ୍ତି ଦେଈ, ଅଭିମନ୍ୟୁ ପଟେଲ, ବିକ୍ରମ ପାଣ୍ଡେ, ଅରୁଣ କୁମାର ପଟ୍ଟନାୟକ ତଥା ଅନ୍ୟ କବି ଲେଖକ ଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ନୀରବ ପ୍ରାର୍ଥନା କରାଯାଇଥିଲା l ଏହି ଉତ୍ସବରେ ସମଲେଶ୍ଵରୀ ସାହିତ୍ୟ ସଂସଦ ର ବାର୍ଷିକ ସଙ୍କଳନ ଅଗ୍ନିତୀର୍ଥ ର ଉନ୍ମୋଚନ କରାଯାଇଥିଲା l ଏ ଅବସର ରେ ବିଶିଷ୍ଟ କବି ରାଜଶ୍ରୀ ମେହେର ଙ୍କ ରଚିତ ସ୍ମୃତି ଫରୁଆ କୁ ଲୋକାର୍ପଣ କରାଯାଇଥିଲା l ଏ ଅବସରରେ ଚଳିତ ବର୍ଷ ସାହିତ୍ୟ ସଂସଦ ପକ୍ଷରୁ ଯୁଯୋମୁରା ର ଡ଼. ପ୍ରଦୀପ କୁମାର ପଣ୍ଡା ଙ୍କୁ ସେବା ବାରିଧି ସମ୍ମାନ, ସମ୍ବଲପୁର ର ଡ଼. ମମତା ପ୍ରିୟଦର୍ଶିନୀ ସାହୁ ଙ୍କୁ କବିରତ୍ନ ସମ୍ମାନ, କୁଚିଣ୍ଡା ର ନିନା ପଟେଲ ଙ୍କୁ ସେବା ଭାରତୀ ସମ୍ମାନ, ଖୋର୍ଦ୍ଧା ର ସସ୍ମିତା ଗ୍ରହାଚର୍ଯ୍ୟ ଙ୍କୁ ଅବନ୍ତି ସ୍ମୃତି ସମ୍ମାନ, କୁଚିଣ୍ଡା ର ସସ୍ମିତା ପଟେଲ ଙ୍କୁ କୁନ୍ତଳା କୁମାରୀ ସମ୍ମାନ, ବ୍ରଜରାଜନଗର ର ବ୍ୟାସଦେବ ପଣ୍ଡା ଙ୍କୁ ନବୀନ ସ୍ମୃତି ସମ୍ମାନ, ଭାତଲଇଡ଼ା ର ରିଙ୍କି ମହାନନ୍ଦ ଙ୍କୁ ଶିକ୍ଷକ ଗୌରବ ସମ୍ମାନ, ତରଭା ର ହିମାଂଶୁ ମିଶ୍ର ଙ୍କୁ କଳା ଭୂଷଣ ସମ୍ମାନ, ଗଡପୋଷ ର ଅମ୍ରିତ କୁମାର ବିଶ୍ବାଳ ଙ୍କୁ ଶିକ୍ଷକ ଗୌରବ ସମ୍ମାନ, ଦେବଗଡ଼ ର ଅଶୋକ କୁମାର ମିଶ୍ର ଙ୍କୁ ସାହିତ୍ୟ ସୁରଭି ସମ୍ମାନ, କାଙ୍କମାଲ ର ସୁପ୍ରିତା ପଟେଲ ଙ୍କୁ ଅବନ୍ତି ସ୍ମୃତି ସମ୍ମାନ, ଅର୍ଡ଼ା ର ମୀରା ନାଏକ ଙ୍କୁ ସଂଯୁକ୍ତା ସ୍ମୃତି ସମ୍ମାନ, କୋଲାଵିରା ର ସରୋଜ କୁମାର ଟଣ୍ଡକାର ଙ୍କୁ ଶିକ୍ଷକ ଗୌରବ ସମ୍ମାନ, ସୁବର୍ଣ୍ଣପୁରର ସୁମନ୍ତ ସାହୁ ଙ୍କୁ କଳା ବାରିଧି ସମ୍ମାନ ଭାବରେ ସମ୍ମାନିତ କରାଯାଇ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା l ସାହିତ୍ୟ ସଂସଦ ର ସମ୍ପାଦକ କୀର୍ତ୍ତି ଚନ୍ଦ୍ର ବହିଦାର ଅତିଥି ଆମନ୍ତ୍ରଣ ଓ ପରିଚୟ ପ୍ରଦାନ କରିଥିଲେ l ପଣ୍ଡିତ ତଇଲୋକ୍ୟନାଥ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ l ଶେଷରେ ପ୍ରସିକ୍ଷିକ ସଚିନ୍ଦ୍ର କୁମାର ପଟେଲ ଧନ୍ୟବାଦ୍ ଅର୍ପଣ କରିଥିଲେ l ବରଗଡ଼ ଭଟଲି ର ସମ୍ବଲପୁରୀ ହାସ୍ୟ କବି ଦେବେନ୍ଦ୍ର ସାହୁଙ୍କ କବିତା ବେଶ୍ ହୃଦୟସ୍ପର୍ଶି ହୋଇଥିଲା l ସମାସିଂହା କ୍ଷୀରୋଦ ଗୌନ୍ତିଆ ବାଳିକା ହାଇସ୍କୁଲ ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଏ ଅବସରରେ ଅନୁଷ୍ଠିତ ରକ୍ତଦାନ ଶିବିର ରେ ମୋଟ ୨୯ ଜଣ ରକ୍ତଦାନ କରିଥିଲେ l ଏଥିରେ ଝାରସୁଗୁଡ଼ା ବ୍ଲଡ ବ୍ୟାଙ୍କ୍ ର ଡା. ସିଲାବନ୍ତି ଯୋଜୋ, କର୍ମଚାରୀ ମଞ୍ଜୁ ସିଂ, କିରଣ ସାହୁ, ଭବାନୀ ଶଙ୍କର ସୁନ୍ୟାନି, ଦିଲିପ ବଞ୍ଛୋର୍ ପ୍ରମୁଖ ସହଯୋଗ କରିଥିଲେ l ଏହାସହ ତ୍ରିଲୋଚନ ନେତ୍ରାଲୟ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା l ଏଥିରେ ୮୮ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇ ୪୮ ଜଣଙ୍କୁ ମାଗଣା ରେ ଚଷମା ପ୍ରଦାନ କରାଯାଇଥିଲା ଓ ୮ ଜଣଙ୍କୁ ମୋତିଆବିନ୍ଦୁ ଅପରେସନ ପାଇଁ ନିଆଯାଇଥିଲା l ଏଥିରେ ସୂର୍ଯ୍ୟକାନ୍ତି ନାୟକ, ଛବିରାଣି ପୃଷେଠ ଙ୍କ ସହ ଅନ୍ୟମାନେ ସହଯୋଗ କରିଥିଲେ l ଏହାସହ ଆଭା ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଆୟୋଜନ ସହ ହେପାଟାଇଟିସ ବି ଓ ସି, ଏଡ୍ସ ଇତ୍ୟାଦି ପାଇଁ ରକ୍ତ ପରୀକ୍ଷା କରାଯାଇଥିଲା l ଏଥିରେ ଡ଼ା. ଏସ. ସି. ନାଏକ, ପ୍ରୋଗ୍ରାମ ମ୍ୟାନେଜର ନମିତ ରାଉତ, କାଉନସେଲର ମମତା ପାତ୍ର, ସ୍ବାସ୍ଥ୍ୟ ଏଡୁକେଟର ବିବେକ ବଡେକ, ହିମାଂଶୁ ଦାନି ଓ ପ୍ରିୟା ସିଂ ପ୍ରମୁଖ ସହଯୋଗ କରିଥିଲେ l ଅନୁଷ୍ଠିତ ଉତ୍ସବରେ ଅଶୋକ କୁମାର ବେହେରା, ସରୋଜ ଟଣ୍ଡକାର, ଦେବାଶିଷ ସିଂ ଠାକୁର, ସତ୍ୟନାରାୟନ ଦାଶ, ସୁକାନ୍ତ ସାହୁ, ପ୍ରବୀଣ ସାହୁ, ମନୋଜ ପ୍ରଧାନ, ବସନ୍ତ ସାହୁ, କୁନାଲ ବହିଦାର, ବାବୁ ରାଏ, ଭିସ୍ମଦେବ ପଟେଲ, ତୁଲାରାମ ସେନାପତି, ସୁନନ୍ଦ ପଟେଲ, ନିର୍ମଳ ଚାନ୍ଦ, ଯୋଗିନ୍ଦ୍ର ରାଏ, ବିରଞ୍ଚି ପଟେଲ, ଭୀମସେନ ଭଞ୍ଜ, ଶ୍ରିମନ୍ତ ସାହୁ, ଅସିତ ବହିଦାର, ଓଁକାର ସାହୁ ପ୍ରମୁଖ ଙ୍କ ସହ ଅନ୍ୟ ସଦସ୍ୟ ସହଯୋଗ କରିଥିଲେ l କୋଲାବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ(ଫାଷ୍ଟ ନ୍ୟୁଜ ଓଡ଼ିଶା)
What's Your Reaction?
Like
2
Dislike
0
Love
0
Funny
0
Angry
0
Sad
0
Wow
0