ସଡକ ଦୁର୍ଘଟଣା ଓ ପ୍ରଦୁଶଣରୁ ରକ୍ଷା ପାଇବା ପାଇଁ ଜିଲ୍ଲାପାଳଙ୍କ ପ୍ରୟାସ

Mar 4, 2025 - 03:58
 0  14
ସଡକ ଦୁର୍ଘଟଣା ଓ ପ୍ରଦୁଶଣରୁ ରକ୍ଷା ପାଇବା ପାଇଁ ଜିଲ୍ଲାପାଳଙ୍କ ପ୍ରୟାସ

ନୂଆପଡା : ସଡକ ଦୁର୍ଘଟଣା ଓ ପ୍ରଦୁଶଣ ରୁ ରକ୍ଷା ପାଇବା ପାଇଁ ମାସ କୁ ଦିନ ଟିଏ ମଟର ଗାଡି ବ୍ୟବହାର ନ କରିବା ପାଇଁ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାସ ଆଜି ଜିଲ୍ଲା ସ୍ତରିୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି । ଆଜି ନୂଆପଡା ସଦଭାବନା ସଭା ଗୃହରେ ଜିଲ୍ଲାପାଳ ଓ ଜିଲ୍ଲା ଏସ.ପି ଙ୍କ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ ଜାରୀ ରହିଥୁଲା । ଏହି ଅବସର ରେ ନୂଆପଡା ଜିଲ୍ଲାପାଳ ମଧୁ ସୁଦନ ଦାସ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ ମାନଙ୍କ ସହ ଜିଲ୍ଲା ସମସ୍ତ ଜନସାଧାରଣ ଙ୍କୁ ଆଜି ଦିନଟିଏ ଗାଡି ମଟର ର ବ୍ୟବହାର ନ କରି ଚାଲି ଚାଲି ନିଜ ବାସ ଭବନରୁ ସଦଭାବନା ସଭାଗୃହ କୁ ଆସିବା ପାଇଁ ଅନୁରୋଧ କରିଥିଲେ, ଜିଲ୍ଲାପାଳ ମଧୁସୁଦନ ଦାସ ସହ ଜିଲ୍ଲା ଏସପି ଗୁନ୍ଦଲା ରାଘବେନ୍ଦ୍ରମ ରେଡି ଓ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଚାଲି ଚାଲି ନିଜ ସରକାରୀ ବାସ ଭବନ ରୁ ଆସିଥିଲେ, ଜିଲ୍ଲାପାଳ ଙ୍କ ଏହି ଅଭିନବ ପଦକ୍ଷେପ କୁ ସ୍ଥାନୀୟ ଲୋକ ମାନେ ପ୍ରଶଂସା କରିଥିଲେ, ଏହା ଦ୍ବାରା ନୂଆପଡା ଜିଲ୍ଲା ରେ ସଡକ ଦୁର୍ଘଟଣା କୁ ରୋକିବା ସହ ପ୍ରଦୁଶଣ ମୁକ୍ତ ନୂଆପଡା ଜିଲ୍ଲା ହୋଇ ପାରିବ ବୋଲି ନୂଆପଡା ଜିଲ୍ଲାପାଳ ସୁଚନା ଦେଇଛନ୍ତି ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ