।। ଷ୍ଟନ କ୍ରସରରେ ପଡ଼ି ଆଦିବାସୀ ଶ୍ରମିକର ମୃତ୍ୟୁ। ହତ୍ୟା ନା ଦୁର୍ଘଟଣା ସନ୍ଦେହରେ ପରିବାର ।।

Aug 26, 2024 - 19:44
 0  267
।। ଷ୍ଟନ କ୍ରସରରେ ପଡ଼ି ଆଦିବାସୀ ଶ୍ରମିକର ମୃତ୍ୟୁ। ହତ୍ୟା ନା ଦୁର୍ଘଟଣା ସନ୍ଦେହରେ ପରିବାର ।।

ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ଦୁର୍ଗୀ ନିକଟସ୍ତ ଦୁଆବାଡ଼ି ଗ୍ରାମରେ ଥିବା ମା ମଝିଘରିଆଣୀ ଷ୍ଟନ୍ କ୍ରସର୍ କାରଖାନାରେ ପଡ଼ି ସ୍ଥାନୀୟ ଆଦିବାସୀ ଗରିବ ଶ୍ରମିକ ଅଜିତ ପିଡିକାକା ନାମକ ଏକ ବ୍ୟକ୍ତି ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଛି। ଏହାକୁ ନେଇ ପରିବାର ପକ୍ଷରୁ ବିଷମ କଟକ ଥାନାରେ କ୍ରସର ମାଲିକ ଭି ସୁରେଶ ରାଓ ଙ୍କ ବିରୋଧରେ ଏତଲା ଦିଆଯାଇଛି। ପୋଲିସ ମୃତ ଶରୀରକୁ ଜବତ କରିଛି ଏଯାଏଁ ପଞ୍ଚନାମା ହୋଇପାରିନି। ସୂଚନା ଅନୁସାରେ ଗତକାଲି ସକାଳ 9 ଟା ସମୟରେ ସବୁଦିନ ଭଳି ଅଜିତ କାମ କରିବାକୁ କ୍ରସରକୁ ଯାଇଥିଲା ମାଲିକ ଅଜିତକୁ କ୍ରସର ମେସିନ ସଫା କରିବାକୁ କହିଲା। ଅଜିତ ଯେତେବେଳ ସଫା କରିବାକୁ ମେସିନ ଭିତରକୁ ଯାଇଛି ମାଲିକ ଭି ସୁରେଶ ରାଓ ମେସିନ ସ୍ୱିଚ ଅନ୍ କରିଦେଇଥିଲେ ଫଳରେ ଅଜିତକୁ ଘୁରେଇ ପକାଇଥିଲା ଏଵଂ ସେଇଠି ହିଁ ଶ୍ରମିକର ମୃତ୍ୟୁ ହୋଇ ଯାଇଥିଲା କିନ୍ତୁମାଲିକ ଏବିଷୟରେ ପରିବାର କିମ୍ବା କାହାକୁ କିଛି ନଜଣାଇ ତୁରନ୍ତ ବିଷମକଟକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲା କିନ୍ତୁ ସେଠାରେ ଅଜିତକୁ ଡକ୍ଟର ମୃତ୍ୟୁ ଘୋଷଣା କରିଥିଲା। ଏବିଷୟରେ ପରିବାର ଓ ଅନ୍ୟମାନେ ଜାଣିବା ପରେ ମାଲିକଙ୍କୁ ସନ୍ଦେହ କରି ଥାନାରେ ଏତଲା ଦେଇଛନ୍ତି। ପାରିବାର ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଏତେ ବଡ଼ ଦୁର୍ଘଟଣା ଘଟିଲା କ୍ରସର ମାଲିକ ଆମକୁ କାହିଁକି ତୁରନ୍ତ ନ ଜଣାଇ ହସପିଟାଲକୁ ଆଣିଲା ଯଦି ଆମକୁ ଜଣାଇ ଥାଆନ୍ତା ତେବେ କେଉ ପରିସ୍ଥିତିରେଏପରି ଘଟଣା ଘଟିଲା ତାହା ଜଣା ପଡ଼ିଥନ୍ତା ବୋଲି କହିଛନ୍ତି। ଏନେଇ ବିଷମ କଟକ ଆଦିବାସୀ ସମାଜ ଏବଂ BSP ଜିଲ୍ଲା ସଭାପତି ଜିତୁ ଜାକେସିକା ଙ୍କୁ ପଚାରିବାରୁ ସେ ଉଭୟ ପ୍ରଶାସନ ଓ କ୍ରସର ମାଲିକଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି ସ୍ଥାନୀୟ ପ୍ରଶାସନ ଏତେବଡ କ୍ରସର ପରିଚାଳନା ପାଇଁ ଆବଶ୍ୟକ ସମସ୍ତ ପ୍ରକାର ନୀତି ନିୟମ ଅନୁସାରେ ହେବା କଥା କିନ୍ତୁ ପ୍ରଶାସନ ର ଅପାରଗତା ଯୋଗୁଁ ନା ସେଠିକ୍ରସର ଚଳାଇବା ପାଇଁ ଜଣେ ଟେକ୍ନିକାଲ ପରିଚାଳକ ରହିଛି, ନା ତାର ପୋଲୁସନ ପ୍ରମାଣ ପତ୍ର ଅଛି ନା ଶ୍ରମିକ ମାନଙ୍କ ପାଇଁ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ଅଛି, ନା ରାଜସ୍ବ ଓ ଜଙ୍ଗଲ ବିଭାଗ ତରଫରୁ ତନଖି କରାଯାଇଛି। ଯାହା ଫଳରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି। ତେଣୁଜିଲା ପ୍ରଶାସନ ଉକ୍ତ କ୍ରସର କୁ ତୁରନ୍ତ ବନ୍ଧ କରି ଆବଶ୍ୟକୀୟ ପ୍ରମାଣ ପତ୍ର ରହିଥିଲାକି ନାହି ଯାଞ୍ଚ କରିବା ସହିତ ଜିଲ୍ଲା ଶ୍ରମ ଅଧିକାରୀ ଏଥି ପ୍ରତି ଦୃଷ୍ଟି ଦେଇ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ଆଦିବାସୀ ସମାଜ ଦାବି କରିଛନ୍ତି ନଚେତ୍ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି ପ୍ରକାଶ କରିଛନ୍ତି।

 ରାୟଗଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 2
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ