।। ଶ୍ରୀ ମନ୍ଦିର କୁ ଏନ୍ ଆର ଲାଇଫ ଷ୍ଟାଇଲ କଂପାନୀ ତରଫରୁ ଦୁଇଟି କୁଲର ଦାନ ।।

May 1, 2023 - 20:27
May 1, 2023 - 20:29
 0  69
।। ଶ୍ରୀ ମନ୍ଦିର କୁ ଏନ୍ ଆର ଲାଇଫ ଷ୍ଟାଇଲ କଂପାନୀ ତରଫରୁ ଦୁଇଟି କୁଲର ଦାନ ।।

ପୁରୀ, ୩୦/୦୪ - ଶ୍ରୀ ମନ୍ଦିର କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତ ମାନେ ପ୍ରବଳ ରୌଦ୍ରତାପ ରୁ ରକ୍ଷା ପାଇବା ପାଇଁ ଏନ୍ ଆର ଲାଇଫ ଷ୍ଟାଇଲ କଂପାନୀ ତରଫରୁ ଦୁଇଟି ବ୍ରିଜ କୁଲର ଶ୍ରୀ ମନ୍ଦିର କୁ ଲାୟେନ୍ସ କ୍ଲବ ମାଧ୍ୟମ ରେ ପ୍ରଦାନ କରାଯାଇଅଛି। କ୍ଲବ ପକ୍ଷରୁ ଜିଲ୍ଲା ଜିଏମଟି ସଂଯୋଜକ ଅନିଲ ଦାସ ଜଣାଇଛନ୍ତି ଯେ ଗ୍ରୀଷ୍ମ ଋତୁ ରେ ଶ୍ରୀ ମନ୍ଦିର କୁ ଆସୁଥିବା ଭକ୍ତ ମାନେ ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି। ଏହାକୁ ଦୃଷ୍ଟି ରେ ରଖି ଜଟଣୀ ର ଏସପି ଡିଷ୍ଟ୍ରିବୁଟୋର୍ ମାଧ୍ୟମ ରେ ଫରିଦାବାଦ୍ ର ଏନ୍ ଆର ଲାଇଫ ଷ୍ଟାଇଲ କଂପାନୀ କୁ ଅନୁରୋଧ କରାଯାଇ ଥିଲା। କଂପାନୀ ଏଥିରେ ସମ୍ମତି ଦେବା ପରେ , ଆଜି ଶ୍ରୀ ମନ୍ଦିର ପ୍ରଶାସନ ସହ ଯୋଗାଯୋଗ ଦୁଇ ଗୋଟି ଏୟାରକୁଳର ଶ୍ରୀ ମନ୍ଦିର କୁ ପ୍ରଦାନ କରାଯାଇ ଅଛି।ଏହି ଅବସର ରେ ଶ୍ରୀ ମନ୍ଦିର ଡୋନେସନ ସେଲ ର ବିଜୟ ପଣ୍ଡା, ଲୋକ ସମ୍ପର୍କ ଅଧିକାରୀ ଜୀତେନ୍ଦ୍ର ମହାନ୍ତି, ଇଲେକ୍ଟ୍ରିକାଲ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ ବେହେରା, ଏସପି ଡିଷ୍ଟ୍ରିବୁଟୋର ତରଫରୁ ଗୋପୀନାଥ ଦାସ ଓ କଂପାନୀ ତରଫରୁ ମନୋଜ ଦାସ, ରାଜୁ ଦାସ ମହାପାତ୍ର,ବିଶ୍ବରଂଜନ ପାଠଯୋଶୀ , ମନୋଜ ଦାସ ଏବଂ ଲୟେନ୍ସ କ୍ଲବ ତରଫରୁ ସଭାପତି ଶ୍ୟାମ ପ୍ରସାଦ ଚନ୍ଦୂକା ଙ୍କ ସହ କେ. କ୍ରିଷ୍ଣା ରାଓ, ବିଷ୍ଣୁ ପ୍ରିୟା ଦାସ, ଅଜୟ ଦାସ, ଶାନ୍ତି ରଞ୍ଜନ ମିଶ୍ର, ଗୋବିନ୍ଦ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ