ଶୁଭାରମ୍ଭ ହେଲା ଆମ ଶାସନ ପୋର୍ଟାଲ

Aug 27, 2025 - 06:19
 0  9
ଶୁଭାରମ୍ଭ ହେଲା ଆମ ଶାସନ ପୋର୍ଟାଲ

ମାଲକାନଗିରି, ୨୬/୮/୨୫: ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ନାଗରିକମାନଙ୍କଠାରୁ ସିଧାସଳଖ ମତାମତ ସଂଗ୍ରହ ବ୍ୟବସ୍ଥା ମାଧ୍ୟମରେ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ବୃତ୍ତିଗତତା ଏବଂ ଆଚରଣଗତ ପରିବର୍ତ୍ତନ ଆଣିବା ପାଇଁ ‘ଆମ ଶାସନ’ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଆଜି ଲୋକସେବା ଭବନରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 'ଆମ ଶାସନ' ପୋର୍ଟାଲ ର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ସମସ୍ତ ଜିଲ୍ଲା ଆଭାସି ମାଧ୍ୟମରେ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ। ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ ହଲ ଠାରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ,ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଗୌରୀ ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନିର୍ମଳ ଧରୁଆ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ,ଜିଲ୍ଲା ପରିଷଦ ଅର୍ଥ ପରିଚାଳକ ମାନସ ମିଶ୍ର, ଡିଇଜିଏମ ଶୁଭାଶିଷ ପଟ୍ଟନାୟକଙ୍କ ସମେତ ବିଭିନ୍ନ ଯୋଜନାର ହିତାଧିକାରୀ ଯୋଗ ଦେଇଥିଲେ। ଏହି ବ୍ୟବସ୍ଥା ଦ୍ଵାରା ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଏବଂ ବିଭାଗୀୟ ଅଧିକାରୀ ମାନେ ଟେଲିଫୋନ ମାଧ୍ୟମରେ ନାଗରିକ ମାନଙ୍କ ମତାମତ ନେବେ। ସେହିପରି କ୍ଷେତ୍ର ପରିଦର୍ଶନ ସମୟରେ ସରକାରୀ ଅଧିକାରୀ ମାନେ ମୋବାଇଲ୍ ଆପ୍ ମାଧ୍ୟମରେ ନାଗରିକ ମାନଙ୍କ ମତାମତ ନେବେ। ଏହା ଦ୍ବାରା ଏକ ବିକଶିତ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ଓ ପ୍ରଶାସନ ସିଧାସଳଖ ନାଗରିକଙ୍କ ମତାମତ ଶୁଣିବେ। ପ୍ରଥମ ପର୍ଯ୍ୟାୟରେ ପଞ୍ଚାୟତିରାଜ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ମହିଳା ଓ ଶିଶୁ କଲ୍ୟାଣ, ଜନଜାତି ଉନ୍ନୟନ, କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ, ସ୍ବାସ୍ଥ୍ୟ ଓ ଗୃହ ବିଭାଗ ଅର୍ଥାତ୍ ୮ ଗୋଟି ବିଭାଗ ର ୧୩ ଟି ସେବା ଯୋଗାଇ ଦିଆଯିବ। ହିତାଧିକାରୀ ମାନେ ୱେବ ପୋର୍ଟାଲ, ହ୍ୱାଟସପ୍ ଚାର୍ଟ(୯୧-୭୪୦୦୨୨୧୯୦୩), ଚାଟବଟ୍‍, ଇମେଲ, ଟୋଲ ଫ୍ରି ଫୋନ କଲ(୧୪୪୭୧) ଇତ୍ୟାଦି ମାଧ୍ୟମରେ ସିଧାସଳଖ ନିଜର ମତାମତ ଦେଇ ପାରିବେ । ଆମ ଶାସନ ପ୍ଲାଟଫର୍ମ ଜରିଆରେ ତୃଣମୂଳ ସ୍ତରରୁ ମତାମତ ପାଇବାରେ ରାଜ୍ୟ ସରକାରଙ୍କୁ ସହାୟକ ହେବ ।

ମାଲକାନଗିରି ରୁ ଜିଲ୍ଲା ପ୍ରତିନିଧି ନାକା ରବି କୁମାର ଙ୍କ ରିପୋର୍ଟ ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ