।। ଶିମିଳିପାଳ ଅଭୟାରଣ୍ୟରେ ମୂଲ୍ୟବାନ ପିଆଶାଳ ଗଛ କାଟୁଥିବା ବେଳେ ୨ କାଠ ମାଫିଆ ଗିରଫ ।।
ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଅନ୍ତର୍ଗତ ଶିମିଳିପାଳ ଅଭୟାରଣ୍ୟରେ ମୂଲ୍ୟବାନ ପିଆଶାଳ ଗଛ କାଟୁଥିବା ବେଳେ ବନ ବିଭାଗ ହାତରେ ଧରାପଡିଲେ ଦୁଇ କାଠ ମାଫିଆ। ୨ ଅଭିଯୁକ୍ତମାନେ ହେଲେ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚୋରାବନ୍ଧ ଗ୍ରାମର ମଧୁ ଚାମ୍ପିଆ ଓ ଶୁକୁରା କରେଇ। ସୂଚନା ମୁତାବକ, ତାଳବନ୍ଧ ରେଞ୍ଜ ଅନ୍ତର୍ଗତ କୁସୁମତୋଟା ବିଟ୍ ଅଞ୍ଚଳରେ ଦୁଇ ଜଣ କାଠ ମାଫିଆ ପିଆଶାଳ ଗଛ କାଟୁଥିବା ଖବର ବନ ବିଭାଗ ପାଖରେ ପହଞ୍ଚିଥିଲା। ଖବର ପାଇ ତାଳବନ୍ଧ ରେଞ୍ଜ୍ ଦାୟିତ୍ଵରେ ଥିବା ଏସିଏଫ ଶୈଳେନ୍ଦ୍ର ଦାସଙ୍କ ନିର୍ଦ୍ଦେଶ କ୍ରମେ ବନପାଳ ଉପେନ୍ଦ୍ର ନାଥ ବେହେରା, ବନରକ୍ଷୀ ସୁଶାନ୍ତ ମୁର୍ମୁଙ୍କ ସହ ଅନ୍ୟ ବନ କର୍ମଚାରୀମାନେ ଘଟଣା ସ୍ଥଳରେ ଚଢାଉ କରିଥିଲେ। ଗଛ କାଟୁଥିବା ବେଳେ ଚୋରାବନ୍ଧ ଗ୍ରାମର ମଧୁ ଚାମ୍ପିଆ ଓ ଶୁକୁରା କରେଇ ଧରାପଡ଼ିଛନ୍ତି। ମଧୁ ଓ ଶୁକୁରାକୁ ବନ ବିଭାଗ ଗିରଫ କରିଛି। ଏହା ସହ ସେମାନେ ବ୍ୟବହାର କରୁଥିବା ଦୁଇ କରତ, କୁରାଢି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି।
ମୟୂରଭଞ୍ଜ, ବାରିପଦାରୁ - ଗୌର ଦାସଗିରି
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0