ଶାନ୍ତି ବଜାୟ ରଖିବାକୁ ଅପିଲ କଲେ ଜିଲ୍ଲାପାଳ ଓ ଏସ୍ପି ରାଖାଲଗୁଡା, ମାରିୱାଡ଼ା, ନିଲିଗୁଡ଼ା ଓ ଏମଭି ୧୮ ଗ୍ରାମବାସୀଙ୍କ ସହ ଆଲୋଚନା ସମଗ୍ର ଜିଲ୍ଲାରେ ସ୍ୱାଭାବିକ ହୋଇଛି ଇଣ୍ଟରନେଟ୍ ସେବା ଫେକ୍ ନିଉଜ୍ କିମ୍ବା ଗୁଜବ ପ୍ରଚାର କଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

Dec 15, 2025 - 22:24
 0  8
ଶାନ୍ତି ବଜାୟ ରଖିବାକୁ ଅପିଲ କଲେ ଜିଲ୍ଲାପାଳ ଓ ଏସ୍ପି ରାଖାଲଗୁଡା, ମାରିୱାଡ଼ା, ନିଲିଗୁଡ଼ା ଓ ଏମଭି ୧୮ ଗ୍ରାମବାସୀଙ୍କ ସହ ଆଲୋଚନା   ସମଗ୍ର ଜିଲ୍ଲାରେ ସ୍ୱାଭାବିକ ହୋଇଛି ଇଣ୍ଟରନେଟ୍ ସେବା   ଫେକ୍ ନିଉଜ୍ କିମ୍ବା ଗୁଜବ ପ୍ରଚାର କଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ମାଲକାନଗିରି, ୧୫/୧୨/୨୫: ଆଜି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଓ ଏସ୍ପି ବିନୋଦ ପାଟିଲ ଏଚ୍ ରାଖାଲଗୁଡା, ମାରିୱାଡ଼ା, ନିଲିଗୁଡ଼ା ଓ ଏମଭି ୧୮ ଗାଁ ଗସ୍ତ କରି ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ଜିଲ୍ଲାପାଳ କହିଛନ୍ତି ଯେ ଭବିଷ୍ୟତର ପିଢ଼ି ପାଇଁ ଆମ ସମସ୍ତଙ୍କୁ ଭାଇଚାରର ବନ୍ଧନରେ ବାନ୍ଧି ହୋଇ ରହିବାକୁ ପଡିବ। ପୁଣି ଥରେ ପରସ୍ପର ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବାକୁ ପ୍ରୟାସ କରିବାକୁ ହେବ। ପରସ୍ପର ମଧ୍ୟରେ କଥାବାର୍ତ୍ତା ଦ୍ଵାରା ହିଁ ଏହା ସମ୍ଭବ ହୋଇପାରିବ ବୋଲି ଜିଲ୍ଲାପାଳ କହିଛନ୍ତି। ନିଜ ନିଜ ମଧ୍ୟରେ ଥିବା ଭୁଲ୍ ବୁଝାମଣା କୁ ଦୂର କରିବାକୁ ହେବ ବୋଲି ଆଜି ଚାରିଟି ଗ୍ରାମର ଗ୍ରାମବାସୀଙ୍କୁ ବୁଝାଇଛନ୍ତି ଜିଲ୍ଲାପାଳ। ଯେକୌଣସି ପ୍ରକାର ଆଇନ ଶୃଙ୍ଖଳା ସମ୍ପର୍କିତ ବିଷୟ ଗୁଡ଼ିକୁ ସିଧାସଳଖ ଏସ୍ପି ଙ୍କୁ ଅବଗତ କରାଇବାକୁ ଏସ୍ପି କହିଛନ୍ତି। ବର୍ତ୍ତମାନ ଭଳି ସମ୍ବେଦନଶୀଳ ପରିସ୍ଥିତିରେ ସୋସିଆଲ ମିଡିଆରେ ଫେକ୍ ନିଉଜ୍ କିମ୍ବା ଗୁଜବ ପ୍ରଚାର କରି ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିବା ନାହିଁ ବୋଲି ଲୋକଙ୍କୁ ସଚେତନ କରିଛନ୍ତି ଏସ୍ପି। ଫେକ୍ ନିଉଜ୍ କିମ୍ବା ଗୁଜବ ପ୍ରଚାରକାରିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ଯ ଏସ୍ପି ଏହି ଅବସରରେ କହିଛନ୍ତି। ଏଥି ସହିତ ଜିଲ୍ଲାପାଳ ଗ୍ରାମବାସୀଙ୍କର ଗ୍ରାମରେ ରହିଥିବା ମୌଳିକ ସମସ୍ୟା ଗୁଡ଼ିକୁ ଶୁଣିଥିଲେ। ଆଦିବାସୀଙ୍କ ଘରଡିହ ପଟ୍ଟା ଶୀଘ୍ର ପ୍ରଦାନ କରିବାରେ ତତ୍ପର ହେବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ନିଲିଗୁଡ଼ା ଗ୍ରାମରେ ଡ୍ରପ୍ ଆଉଟ୍ ହୋଇଥିବା ଏକ ଛାତ୍ରୀ ବିଷୟରେ ଜାଣିବାକୁ ପାଇଥିଲେ ଜିଲ୍ଲାପାଳ। ତୁରନ୍ତ ହଷ୍ଟେଲ ବ୍ୟବସ୍ଥା ଥିବା ନିକଟସ୍ଥ ବିଦ୍ୟାଳୟରେ ତାଙ୍କ ନାମ ଲେଖାଇବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ସେହି ସମୟରେ ଗ୍ରାମରେ ଉପସ୍ଥିତ ଥିବା ଅଭିଭାବକ ମାନଙ୍କୁ ଶିକ୍ଷାର ଗୁରୁତ୍ଵ ଓ ନାରୀ ଶିକ୍ଷା କେତେ ଜରୁରୀ ବୁଝାଇଥିଲେ ଜିଲ୍ଲାପାଳ। ଜିଲ୍ଲାପାଳ ଓ ଏସ୍ପିଙ୍କ କଥା ମାନି ପରସ୍ପର ମଧ୍ୟରେ ଭାଇଚାରା ବଜାୟ ରଖିବେ ବୋଲି ଗ୍ରାମବାସୀ ମାନେ ସହମତି ପ୍ରକାଶ କରିଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ